ହେଡଲାଇନସ୍:

ଆୟକର ଫାଂକି ଅଭିଯୋଗ : ଇନ୍ଦ୍ରାଣୀ ପଟ୍ଟନାୟକ ଖଣି ଉପରେ ଆଇଟି ଚଢାଉ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର- ଖଣି ମାଲିକ ଦିପ୍ତୀରଂଜନ ପଟ୍ଟନାୟକଙ୍କ ଘର ଉପରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଇନ୍ଦ୍ରାଣୀ ପଟ୍ଟନାୟକ ଖଣି ନାମରେ ଆୟକର ଫାଙ୍କିବା ଅଭିଯୋଗରେ ଶୁକ୍ରବାର କମ୍ପାନୀର ବିଭିନ୍ନ ଠିକଣାରେ ଅ ।ୟକର ବିଭାଗ ଚଢ଼ଉ କରିଛି । ଇନ୍ଦ୍ରାଣୀ ପଟ୍ଟନାୟକଙ୍କ ରାଉରକେଲା  କାର୍ଯ୍ୟାଳୟ ଓ ବିଭିନ୍ନ ଖଣି କାର୍ଯ୍ୟାଳୟ ସମେତ ଭୁବନେଶ୍ୱରର ସହିଦନଗରରେ ଥିବା କମ୍ପାନୀ ଅଫିସରେ ମଧ୍ୟ ଚଢାଉ ହୋଇଛି । ଏଥିସହ ଯୋଡାସ୍ଥିତ ତାଙ୍କ ଅଫିସରେ ମଧ୍ୟ ବିଭାଗ ପକ୍ଷରୁ ଚଢଉ କରାଯାଇଥିବା ସୂଚନା ମିଳିଛି । 

ଆମ ରାଉରକେଲା ପ୍ରତିନିଧିଙ୍କ ସୂଚନା ଅନୁଯାୟୀ ଶ୍ରୀ ପଟ୍ଟନାୟକଙ୍କ ରାଉରକେଲା ସିଭିଲ ଟାଉନ ସ୍ଥିତ ବାସଭବନ, ଅଫିସ, ଯୋଡାର ଖଣି ଅଫିସରେ ଆଜି ସକାଳୁ ବିଭାଗୀୟ ଅଧିକାରୀ ମାନେ ପଶିବା ପରେ ଏହି ଖବର ପଦାକୁ ଆସିଥିଲା । ଇନ୍ଦ୍ରାଣୀ ପଟ୍ଟନାୟକଙ୍କର ୨ଟି ଖଣି କେଉଁଝର ଜିଲ୍ଲାର ଯୋଡାରେ ରହିଛି । ଗୋଟିଏ ଲୌହ ଓ ଅନ୍ୟଟି ମାଙ୍ଗାନିଜ ଓ ଲୌହ । ଏହା ଭିତରୁ ଗୋଟିଏ ଖଣି ବନ୍ଦହୋଇ ରହିଥିବାବେଳେ ଅନ୍ୟଟିକୁ ଖୋଳିବା ଲାଗି ରେଜିଂ ଠିକାଦାରକୁ ଦାୟୀତ୍ୱ ଦିଆଯାଇଥିବା ଜଣାପଡିଛି । ୨ ବର୍ଷ ତଳେ ଏହିଭଳି ତାଙ୍କର ରାଉରକେଲା ଅଫିସରେ ଏକ ଯାଂଚ ହେବା ପରେ ଏହା ୨ୟ ଥର ଚଢ଼ଉ ବୋଲି ଜଣାପଡିଛି  । ଶ୍ରୀ ପଟ୍ଟନାୟଙ୍କର ଯୋଡା, ବଡବିଲ, କେଉଁଝର, ଭୁବନେଶ୍ୱର,ରାଉରକେଲା ସମେତ ରାଜ୍ୟ ତଥା ରାଜ୍ୟ ବାହାରର ବ୍ୟବସାୟୀକ ସ୍ଥାନ ଓ ତାଙ୍କ ସହ ବ୍ୟବସାୟ କରିଥିବା ସଂସ୍ଥା ଗୁଡିକରେ ଏହି ଚଢ଼ଉ ଚାଲିଥିବା ସୂଚନା ମିଳିଛି । ରାଉରକେଲାର ଅନ୍ୟତମ ବ୍ୟବସାୟୀ ସଂଜୟ ବଂସଲଙ୍କୁ ମଧ୍ୟ ଆୟକର ବିଭାଗ ଏହି ମାମଲାରେ ଘେରିଥିବା ଜଣାପଡିଛି ।ତାଙ୍କର ରାଉରକେଲା ସ୍ଥିତ ଘର ଓ ଅଫିସରେ ମଧ୍ୟ ଚଢ଼ଉ ଚାଲିଥିବା ଜଣାପଡଛି । ରାଜ୍ୟରେ ଖଣି ଲୁଟ୍ ନେଇ ସାହା କମିଶନ ରିପୋର୍ଟ ଦେବା ପରେ ଖଣି ଚୋରୀ ଅଭିଯୋଗ ଆସିଥିବା ଲେସି ମାନଙ୍କୁ ସୁପ୍ରିମ କୋର୍ଟଙ୍କ ଆଦେଶ ଅନୁଯାଇ ୨୩ ଜଣଙ୍କୁ ଜୋରିମାନା ଦେବା ଲାଗି ଆଦେଶ ରହିଥିଲା । ତେବେ ସେମାନଙ୍କ ଭିତରୁ କିଛି କୋର୍ଟଙ୍କ ଆଦେଶ ମାନିଥିବା ବେଳେ ଅନ୍ୟ କେତେକ ପୁଣି ଅପିଲ୍ ରେ ରହିଛନ୍ତି । ତା’ ଭିତରେ ଆୟକର ବିଭାଗ ପକ୍ଷରୁ କେଉଁଝର ଓ ସୁନ୍ଦରଗଡ ଜିଲ୍ଲାର ଖଣି ମାଲିକ ମାନଙ୍କୁ ବିଭିନ୍ନ ସମୟରେ ଯାଂଚ କରାଯାଉଥିବା ଜଣାପଡିଛି । ଏହି ଖବର ପ୍ରଚାରିତ ହେବା ପରେ ଶ୍ରୀ ପଟ୍ଟନାୟକଙ୍କ ବାସଭବନ ଓ ଅଫିସରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଭିଡ଼ ଲାଗିଥିଲେ ବି ସେମାନଙ୍କୁ ଭିତରକୁ ଛଡାଯାଇ ନଥିଲା  । ତେବେ ମୋଟ୍ ୩୦ ଜଣ ଅଧିକାରୀ ଏହି ଚଢ଼ଉରେ ସାମିଲ୍ ହୋଇଥିବା ବେଳେ ଚଢଉ ସଂପର୍କରେ ଆୟକର ବିଭାଗ ପକ୍ଷରୁ ଗଣମାଧ୍ୟମକୁ କୌଣସି ସୂଚନା ଦିଆଯାଇନାହିଁ  । 

0
0
0
s2sdefault