ହେଡଲାଇନସ୍:

 ସିଗାରେଟ୍ ମାଗି ଆତଙ୍କ ୩ ଯୁବକଙ୍କ ଆତଙ୍କରାଜ : କାଠଫାଳିଆ ମାଡ଼ରେ ସମିତି ସଭ୍ୟ ଙ୍କ ମୁଣ୍ଡ ଫାଟିଲା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢ଼ାଖୋଲରୁ ଯଶୋବନ୍ତ ନାରାୟଣ ସାହୁ 

ସାମାନ୍ୟ ଘଟଣାରୁ କଦଳୀଗଡ଼ ସମିତି ସଭ୍ୟ ଧର୍ମେନ୍ଦ୍ର କଅଁରଙ୍କୁ କାଠଫାଳିଆରେ ଆକ୍ରମଣ କରାଯାଇଛି Iମଙ୍ଗଳବାର ସନ୍ଧ୍ୟାରେ କଦଳୀଗଡ଼ ର ବିଶିପାଲି ଛକରେ ଥିବା ଅଜିତ ବେହେରାଙ୍କ ଜଳଖିଆ ଦୋକାନ ପାଖରେ ତିନି ଜଣ ଯୁବକ ସମିତି ସଭ୍ୟ ଧର୍ମେନ୍ଦ୍ର କଅଁରଙ୍କୁ ମରାଣାନ୍ତକ ଆକ୍ରମଣ କରିଥିଲେ I ମଙ୍ଗଳବାର ସନ୍ଧ୍ୟା ୬ ଟା ବେଳେ ତିନିଜଣ ଯୁବକ ଏକ ବାଇକ ଯୋଗେ ଆସି ଅଜିତ୍ ବେହେରାଙ୍କ ଦୋକାନ କୁ ଆସି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ I ଦୋକାନୀଙ୍କ ସହ ଯୁବକମାନଙ୍କ ଯୁକ୍ତିତର୍କ କ୍ରମେ ଉତ୍ତେଜକ ମୋଡ଼ ନେଇଥିବା ଦେଖି ପାଖରେ ଛିଡ଼ା ହୋଇଥିବା ସମିତି ସଭ୍ୟ କଅଁର ସେମାନଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ I କିନ୍ତୁ ଉତକ୍ଷିପ୍ତ ଯୁବକ ମାନେ ଓଲଟା ସମିତି ସଭ୍ୟ ଶ୍ରୀ କଅଁରଙ୍କୁ କାଠଫାଳିଆରେ ମୁଣ୍ଡରେ ମାଡ଼ ମାରିଥିଲେ I ସେମାନଙ୍କ ମାଡ଼ରେ  କଅଁର ତଳେ ପଡ଼ିଯାଇଥିଲେ I ଏହି ଘଟଣା ଜଣାପଡ଼ିବା ପରେ କଦଳୀଗଡ଼ ଗ୍ରାମବାସୀ ମିଶି ଆକ୍ରମଣକାରୀଙ୍କୁ ପାଲଟା ଆକ୍ରମଣ କରିଥିଲେ I ଆହତ ଲୋକମାନେ ହେଲେ ବିରମହାରାଜପୁର ର କମଳପୁରର ଜୟରାମ ଭୋସାଗର (୩୦),ବୁର୍ଲା ସଦେଇପାଲିର ମୋନଜ ନାୟକ(୨୭) ଓ ରାଉରକେଲାର ଦୁର୍ଗାପ୍ରସାଦ ପଲେଇ ଙ୍କୁ ଉତ୍ତମ ମଧ୍ୟମ ଦେଇ  ପୁଲୁସ୍ ର ଜିମା ଦେଇଛନ୍ତି Iଲୋକଙ୍କ ମାଡ଼ରେ ଦୁର୍ଗାପ୍ରସାଦ ପଲେଇ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି I ଅନ୍ୟ ପକ୍ଷରେ ଲୋକେ ଧର୍ମେନ୍ଦ୍ର କଅଁର ଙ୍କୁ ରେଢ଼ାଖୋଲ ଡ଼ାକ୍ତରଖାନାରେ ଭର୍ତିକରିଛନ୍ତି I ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବୁର୍ଲା ପଠାଯାଇଛି I ଲୋକଙ୍କ ମାଡ଼ରେ ଆହତ ଦୁର୍ଗାପ୍ରସାଦ ପଲେଇକୁ ମଧ୍ୟ ବୁର୍ଲା ସ୍ଥାନାନ୍ତର କରାଯାଇଛି I ବିଶିପାଲି ଛକ ସ୍ଥିତ ଜଳଖିଆ ଦୋକାନୀ ଅଜିତ ବେହେରା ମଙ୍ଗଳବାର ସନ୍ଧ୍ୟାରେ ରେଢ଼ାଖୋଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି Iରେଢ଼ାଖୋଲ ପୁଲିସ୍ ଏକ ମାମଲା ରୁଜୁ କରିଛି I ଅଭିଯୁକ୍ତ ତିନି ଜଣଙ୍କୁ ଆଜି  କୋର୍ଟଚାଲାଣ କରାଯାଇଛି I

0
0
0
s2sdefault