ହେଡଲାଇନସ୍:

ଟ୍ରକକୁ ପଛରୁ ଧକ୍କା ଦେଇଲା କାର :ଦୁଇ ମୃତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କ୍ଷତି ପୁରଣ ନିମନ୍ତେ ଶବ ରଖି ରାସ୍ତା ରୋକ

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବହଳଦା- ରାଇରଙ୍ଗପୁର ରାସ୍ତାର ଦୁନ୍ଦୁ ଛକ ନିକଟରେ ଜେଏଚ୍ ୦୫ ଏକେ-୪୮୩୩ ନମ୍ବର ବିଶିଷ୍ଟ ଏକ କାର  ଢ଼ାବା ପାଶ୍ୱର୍ରେ ରାସ୍ତା ଉପରେ ଛିଡ଼ା ହୋଇଥିବା ଓଆର ୧୧କେ ୮୨୪୯ ନମ୍ବର ବିଶିଷ୍ଟ ଦଶ ଚକିଆ ଟ୍ରକକୁ ପଛରୁ ଧକ୍କା ଦେବାରୁ ଘଟଣାସଦଥଳରେ କାର ଭିତରେ ରହିଥିବା ଦୁନ୍ଦୁ ଗ୍ରାମର ମହମ୍ମଦ ଅଲତାବ ହୋସେନ(୩୫) ଓ ମହମ୍ମଦ ମାସରୁର ହୋସେନ(୩୨)ଙ୍କର ମୃତୁ୍ୟ ହୋଇଥିଲା । ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା । ଉତ୍ୟକ୍ତ ଲୋକେ ଟ୍ରକରେ ନିଆଁ ଲଗାଇ ଦେଇଥିଲେ । ଏହାପରେ ଦୁନ୍ଦୁ ଛକ ନିକଟରେ ବେଆଇନ ପାର୍କି ହେଉଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଧନ ଜୀବନ ହାନୀ ହେଉଥିବାରୁ ସେଠାରୁ ବେଆଇନ ପାର୍କିଂ ଉଚ୍ଛେଦ ଓ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ରୋକ ହୋଇଥିଲା । ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଶତାଧିକ ଗାଡ଼ି ମୋଟର ଅଟକି ରହିଥିଲା । ଖବରପାଇ ବହଳଦା ଥାନା ପୋଲିସ ଓ ତହସିଲଦାର ଜାଗର ରଞ୍ଜନ ନାୟକ ସଦଳ ବଳେ ଘଟଣା ସ୍ଥଳରେ ପହଁଞ୍ଚି ଆନେ୍ଦାଳନ କାରୀ ମାନଙ୍କ ସହିତ ଆଲୋଚନା କରିବା ପରେ ରାସ୍ତା ରୋକ ହଟିଥିଲା ।

0
0
0
s2sdefault