ହେଡଲାଇନସ୍:

ଶତାୟୁ ମହୀୟସୀ ଧର୍ମପ୍ରାଣାଙ୍କ  ପରଲୋକ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀର, (ନିରୋଜ ମିଶ୍ର) - ବଲାଙ୍ଗୀର ରୁଗୁଡିପଡା ନିବାସୀ ଶତାୟୁ ମହୀୟସୀ  ଉଷା ପଣ୍ଡାଙ୍କ ରବିବାର ସକାଳ ୭ଟା ୧୦ ମିନିଟରେ  ପରଲୋକ ହୋଇଥିଲା । ତାଙ୍କ ବେଳକୁ ତାଙ୍କୁ ଶହେ ବର୍ଷ ବୟସ ହେଉଥିଲା । ତାଙ୍କ ବେଳେ ତାଙ୍କ ପୁତ୍ର ସାମ୍ବାଦିକ ତଥା କ୍ରୀଡା ସଂଗଠନ ସୁଧୀର ଚନ୍ଦ୍ର ପଣ୍ଡା, ବୋହୂ, ନାତୁଣୀ ଶ୍ରୀୟା, ଝୁନୁ, ପୂଜା, ପାୟଲ, ନାତିଜ୍ୱାଇଁ, ପଣନାତି ସ୍ନେହଲ, ପଣନାତୁଣୀ ନୈନା, ପରୀ ଅନ୍ୟାନ୍ୟ ସମ୍ପର୍କୀୟ ଓ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ । ଜଣେ ଅତ୍ୟନ୍ତ ସ୍ନେହୀ, ମେଳାପୀ ଓ କର୍ମପ୍ରବଣା ଭାବେ ସ୍ୱର୍ଗତା ପଣ୍ଡା ପରିଚିତ ଥିଲେ । ତାଙ୍କ ମୃତ୍ୟୁ  ଖବର ପ୍ରଚାରିତ ହେବା ପରେ ଶତାଧିକ ବୁଦ୍ଧିଜୀବୀ ଓ ସମ୍ପର୍କୀୟ ଆସି ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତାଙ୍କ ପର୍ଯ୍ୟନ୍ତ ଶତାୟୁ ସ୍ୱର୍ଗତା ପଣ୍ଡାଙ୍କ ସ୍ମରଣ ଶକ୍ତି ଅତ୍ୟନ୍ତ ପ୍ରଖର ରହିଥିଲା । ପୂର୍ବାହ୍ନ ୧୦ଟାରେ ବ୍ରାହ୍ମଣପଡା ସ୍ଥିତ ଶ୍ମଶାନରେ ତାଙ୍କ ଅନ୍ତେଷ୍ଟି କ୍ରିୟା ସମ୍ପନ୍ନ ହୋଇଥିଲା । ପୁତ୍ର ସୁଧୀର ଚନ୍ଦ୍ର ମୁଖାଗ୍ନି ଦେଇଥିଲେ । ତାଙ୍କ ତାଙ୍କରେ ଅଞ୍ଚଳରେ ଶୋକେର ଛାୟା ଖେଳିଯାଇଥିଲା । 

 

0
0
0
s2sdefault