ହେଡଲାଇନସ୍:

ଦାୟିତ୍ୱପୂର୍ଣ୍ଣ ପଦବୀରେ ରହି ଦାୟିତ୍ୱହୀନ ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ: ବିଜେଡି

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାଳିଆ ଯୋଜନାକୁ ନେଇ ଆଜିର ବକ୍ତବ୍ୟ, ତାଙ୍କର ଅଜ୍ଞତାକୁ ପ୍ରକାଶ କରୁଛି । କେନ୍ଦ୍ରମନ୍ତ୍ରୀ ଭାବରେ ଏକ ଦାୟିତ୍ୱପୂର୍ଣ୍ଣ ପଦପଦବୀରେ ରହି ଏ ପ୍ରକାର ଦାୟିତ୍ୱହୀନ ମନ୍ତବ୍ୟ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କାଳିଆ ଯୋଜନା ଓଡ଼ିଶାର ଚାଷୀଙ୍କ ଜୀବନ ଓ ଜୀବିକାକୁ ବିକଶିତ କରିବା ଦିଗରେ ସହାୟକ ହେବ । ରାଜ୍ୟ ସରକାର ଗତକାଲି କାଳିଆ ଯୋଜନାର ସଂପୂର୍ଣ୍ଣ ବିବରଣୀ ଦେଇଥିଲା ବେଳେ ସେଥିରେ ଉଲ୍ଲେଖିତ ତଥ୍ୟକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବୋଧହୁଏ ପାଠ କରିନାହାନ୍ତି । ସେଥିପାଇଁ ଏ ପ୍ରକାର ହାସ୍ୟାସ୍ପଦ ଏବଂ ଅପ୍ରାସଂଗିକ ବକ୍ତବ୍ୟ କାଳିଆ ଯୋଜନା ବିଷୟରେ ରଖିଛନ୍ତି । କାଳିଆ ଯୋଜନାକୁ ନେଇ ତାଙ୍କର ବକ୍ତବ୍ୟ, ଦଳର ଓ ନିଜର ଭୟକୁ ପ୍ରତିପାଦିତ କରୁଛି ବୋଲି ବିଜୁ ଜନତା ଦଳ ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି ।

0
0
0
s2sdefault