ହେଡଲାଇନସ୍:

ମାଓ ହମଲାରେ ପ୍ରାଣ ହରାଇଲେ ଓଡ଼ିଆ ପୁଅ ଅଚ୍ୟୁତାନନ୍ଦ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗୀର/ ନିରୋଜ ମିଶ୍ର : ଦୂରଦର୍ଶନରେ କ୍ୟାମେରାମ୍ୟାନ ଭାବେ କାର୍ଯ୍ୟକରୁଥିବା ଅଚୁଦାନନ୍ଦ ସାହୁଙ୍କର ଦନ୍ତେବାଡ଼ା ର ଆରଣପୁର ଅଂଚଳରେ ମାଓ ହାମଲାରେ ମୃତ୍ୟୁ ହୋଇଛି । ଅଚୁଦାନନ୍ଦ ସାହୁଙ୍କ ଘର ବଲାଙ୍ଗୀର ଜିଲ୍ଲା ଲୋଇସିହାରେ । ତେବେ ଏହି ହାମଲାରେ ଦୁଇ ଜଣ ସୁରକ୍ଷାକର୍ମୀ ମଧ୍ୟ ପ୍ରାଣ ହରାଇଛନ୍ତି । "ଶାସକ ପ୍ରଶାସକ" ଏହି କର୍ତ୍ତବ୍ୟନିଷ୍ଠ ଓଡ଼ିଆ କ୍ୟାମେରାମ୍ୟାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି | ମୃତ କ୍ୟାମେରାମ୍ୟାନ୍‌ ଅଚ୍ୟୁତାନନ୍ଦ ସାହୁଙ୍କ ଘର ଓଡିଶାର ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଘୁଷରାମୁଣ୍ଡା ଗଁ।ରେ ବୋଲି ଜଣାପଡିଛି । ଏହି ଖବର ମିଳିବା ପରେ ଘୁଷରାମୁଣ୍ଡା ସମେତ ଲୋଇସିଂହା, ବଲାଙ୍ଗୀରରେ ଶୋକ ପ୍ରକାଶ ପାଇଛି । ମୃତ ଅଚ୍ୟୁତାନନ୍ଦ ଦିଲ୍ଲୀ ଦୂରଦର୍ଶନ ନ୍ୟୁଜ୍‌ ଟିମ୍‌ରେ କ୍ୟାମେରାମ୍ୟାନ୍‌ ଭାବେ କାର୍ଯ୍ୟରତ ଥିଲେ । ଛତିଶଗଡ ନିର୍ବାଚନ ସଂକ୍ରାନ୍ତୀୟ ଖବର ସଂଗ୍ରହ ପାଇଁ ମଙ୍ଗଳବାର ସକାଳେ ଦାନ୍ତେୱାଡାର ଆରନ୍‌ପୁର ଗଁ।ରେ ପହଞ୍ଚତ୍ଥିଲେ । ସେଠାରେ ବିକାଶମୂଳକ କାର୍ଯ୍ୟ ନେଇ ଖବର ସଂଗ୍ରହ କରୁଥିବାବେଳେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ଓ ଏହି ସମୟରେ କ୍ୟାମେରାମ୍ୟାନ୍‌ ଅଚ୍ୟୁତାନନ୍ଦଙ୍କ ସହ ଦୁଇ ପୋଲିସ ଅଧିକାରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତ ଅଚ୍ୟୁତାନନ୍ଦ ସାହୁ ଦୁଇ ବର୍ଷ ତଳେ ସମ୍ବଲପୁରରେ ବିବାହ କରିଥିଲେ। ତାଙ୍କ ପିତା ନରେନ୍ଦ୍ର ସାହୁ, ମାତା ତୁଳସୀ ସାହୁ, ସ୍ତ୍ରୀ ହିମାଞ୍ଜଳି ସାହୁ ଓ ଅନ୍ୟ ୩ ବଡଭାଇ ଓ ତାଙ୍କ ପରିବାର ସଦସ୍ୟ ଅଛନ୍ତି । ଅଚ୍ୟୁତାନନ୍ଦ ସାହୁ ଗତ ପ୍ରାୟ ୪ ବର୍ଷ ତଳେ ଦୂରଦର୍ଶନ ନ୍ୟୁଜ୍‌ କ୍ୟାମେରାମ୍ୟାନ୍‌ ଭାବେ ଯୋଗଦେଇଥିଲେ । ଏହା ପୂର୍ବରୁ ସେ ଭାରତୀୟ ସେନାବାହିନୀରେ ଯୋଗଦେଇ କିରାଣୀ ଭାବେ କାର୍ଯ୍ୟ କରିଥିଲେ । କିଛି ବର୍ଷ କାମ କଲାପରେ ସେ ସେନାବାହିନୀରୁ ସ୍ବେଚ୍ଛାକୃତ ଅବସର ଗ୍ରହଣ କରିଥିଲେ । ଏହାପରେ ଓଡିଶା ଫେରି କଟକ ବିଜୁ ପଟ୍ଟନାୟକ ଫିଲ୍ମ ଏଣ୍ଡ ଟେଲିଭିଜନ୍‌ ଇଷ୍ଟିଚ୍ୟୁଟ୍‌ରେ ସିନେମାଟୋଗ୍ରାଫି ପାଠ ପଢ଼ିଥିଲେ । ସେଠାରେ ପାଠ ପଢ଼ା ସାରିବା ପରେ ନିଜ ଗଁ। ଘୁଷୁରାମୁଣ୍ଡା ପାଖ ବୁଢ଼ୀପଦର ପଞ୍ଚାୟତ ଅଫିସରେ ଦୁଇ ବର୍ଷ ଗ୍ରାମ ରୋଜଗାର ସେବକ ଭାବେ କାର୍ଯ୍ୟ କରିଥିଲେ । ତେବେ ଦୁଇ ବର୍ଷ ଚାକିରୀ କରିବା ପରେ ଏଠାରୁ ସେ ଦିଲ୍ଲୀ ଚାଲିଯାଇ ଦୂରଦର୍ଶନ(ଡିଡି) ନ୍ୟୁଜ୍‌ ଚ୍ୟାନେଲରେ କ୍ୟାମେରାମ୍ୟାନ୍‌ ଭାବେ ଯୋଗଦେଇଥିଲେ । ପ୍ରାୟ ୨ବର୍ଷ ତଳେ ସେ ହିମାଞ୍ଜଳିଙ୍କୁ ବିବାହ କରିଥିଲେ । ମୃତ ଅଚ୍ୟୁତାନନ୍ଦ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରଠାରେ ପ୍ରାଥମିକ, ହାଇସ୍କୁଲ ଓ କଲେଜ ଶିକ୍ଷା ଗ୍ରହଣ କରିଥିଲେ । ଅଚ୍ୟୁତାନନ୍ଦଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ଶୋକ ପ୍ରକାଶ ପାଇଛି ।

0
0
0
s2sdefault