ହେଡଲାଇନସ୍:

ଚକ୍ରଧରଙ୍କୁ ଦଳିଲା ଦନ୍ତା ହାତୀ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ /ଗୌରାଙ୍ଗ ଦାଶ:- ପାଇକମାଲ ବ୍ଲକର ବରତୁଣ୍ଡା ଗ୍ରାମ ପଂଚାୟତର ମର୍ଯାଦ ପାଳି ଗ୍ରାମ ନିକଟସ୍ଥ ପାଠରୀ ଠାରେ ଗତ ରାତିରେ ଜଣେ ବୃଦ୍ଧ କୁ ଗୋଟେ ଦନ୍ତା ହାତୀ ଦଳି ଚକଟି ମାରି ଦେଇଛି । ପାଇକମାଳ ଓ ଝାରବନ୍ଧ ଅଂଚଳରେ ମାତିଛି ଦନ୍ତା ହାତୀ | ଫସଲ ନଷ୍ଟ କରିବା ସହ ଲୋକଙ୍କ ଜୀବନ ବି ନେଉଛି | କିଛିଦିନ ତଳେ ଜଣେ ସମିତି ସଭ୍ୟଙ୍କୁ ଦନ୍ତା ଦଳି ଦେଇଥିବା ବେଳେ ଆଜି ବି ଆଉ ଜଣଙ୍କୁ ଦଳିଛି | ସମିତି ସଭ୍ୟଙ୍କୁ ଯେଉଁ ହାତୀ ଦଳିଥିଲା ସେଇ ହାତୀ ମଧ୍ୟ ଆଜି  ଚକ୍ରଧର ବରିହା ନାମକ ଜଣେ ବ୍ୟକ୍ତିଙ୍କୁ ଦଳିଛି ବୋଲି ଲୋକ ଆଶଙ୍କା କରିଛନ୍ତି | ଆତଙ୍କଟ ଅବସ୍ଥାରେ ସ୍ଥାନୀୟ ଜନ ସାଧାରଣ | 

ଘଟଣା ରୁ ପ୍ରକାଶ ଯେ ଦୁଦୁକି ଝରିଆ ଗ୍ରାମର ମୂଳନିବାସୀ  ଚକ୍ରଧର ବରିହା (60) ବହୁ ବର୍ଷ ହେଲା ମର୍ଯାଦ ପାଳି ଗ୍ରାମରେ ଆସି ଭିକ୍ଷା ବୃତି କରି ଚଲୁଥିଲା । ଗ୍ରାମ ନିକତସ୍ତ ପଠରୀ ଜଙ୍ଗଲ ଭିତରେ ଏକ କୁଡ଼ିଆ କରି ରହିଥିଲା । ପ୍ରତ୍ୟେକ ଦିନ ରାତିରେ ସେ ମର୍ଯାଦ ପାଳି ଗ୍ରାମରେ ରାତ୍ରି ଯାପନ କରୁଥିଲା । ଅଂଚଳରେ ମୃତକ ପଖନ ଜଖା ବୋଲି ବେଶ ପରିଚିତ । ମୃତକ ଟିକେ ମାନସିକ ବିକାର ଗ୍ରସ୍ତ ବୋଲି ଜଣାପଡିଛି । ଗତ ରାତିରେ ମୃତକ ମର୍ଯାଦ ପାଳି ଗ୍ରାମ ନ ଆସିବାରୁ କିଛି ଲୋକ ଜଙ୍ଗଲ ଭିତରକୁ ଯାଇଥିଲେ ଓ ଜଙ୍ଗଲ ଭିତରେ ଗୋଟେ ଦଳାଚକଟା ହେଉଥିବା ଶବ ପଡିଥିବାର ଦେଖି ଥିଲେ । ଗ୍ରାମବାସୀ ମାନେ ତୁରନ୍ତ ଏହି ଖବର ସ୍ଥାନୀୟ ସ୍ବେଚ୍ଛା ସେବୀ ମାନଙ୍କୁ ଜଣାଇବା ପରେ ଘଟଣା ସ୍ଥଳରେ ଲୋକମାନଙ୍କର ଭିଡ ଜମା ହେଇ ଯାଇଥିଲା । କିଛିଦିନ ପୂର୍ବରୁ ଝାରବନ୍ଧ ରେ ଜଣେ ଲୋକ କୁ ମଧ୍ୟ ହାତୀ ଦଳି ଦେଇ ମରିଦେଇଥିଲା । ଜଙ୍ଗଲ ବିଭାଗ ର ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଏଠାରେ ଆଉ ଗୋଟେ କଥାହେଲା ଯେ ଗତ ରାତି ହାତୀ ପଲ ମର୍ଯାଦ ପାଳି ଗ୍ରାମରେ କିଛି ଚାଷୀ ମାନଂକର କ୍ଷେତରେ ପଶି ଫସଲ ମଧ୍ୟ ଖାଇ ଯାଇଛନ୍ତି । ତେବେ ଏହି ଜଙ୍ଗଲ ବିଭାଗର କାର୍ଯ କଳାପକୁ ନେଇ ଲୋକଙ୍କ ମନରେ ନାନା ପ୍ରକାର ସନ୍ଦେହ ସୃଷ୍ଟି ହେଉଛି |

ନୃସିଂହନାଥ ରେଞ୍ଜର ଘଟଣା ସ୍ଥଳକୁ ପହଂଚି ମୃତକଙ୍କର ଭାଇପୂର୍ଣଚନ୍ଦ୍ର ବରିହାଙ୍କୁ 40 ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିବା ସହିତ ଆହୁରି 3ଲକ୍ଷ 60ହଜାର ଟଙ୍କା ମୃତକ ର ପରିବାରକୁ ପରବର୍ତୀ ସମୟରେ ପ୍ରଦାନ କରାଯିବ ବୋଲି ରେଞ୍ଜର ଜଣାଇଛନ୍ତି । ମୃତକ ର ଅନ୍ତେଷ୍ଠି କ୍ରିୟା ପାଇଁ ଯlମସେ0 ସରପଞ୍ଚ ହରିଶ୍ଚନ୍ଦ୍ର ଯୋଜନାରେ 2000 ଟଙ୍କା ପ୍ରଦାନ କରିଥିଲେ |

0
0
0
s2sdefault