ହେଡଲାଇନସ୍:

ଛୁ...................... 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ପୁଲିସକୁ ଚକମା ଦେଇ ଡକାୟତ ଫେରାର ,ତନାଘନା ଜାରି

୩୭ ଲକ୍ଷରୁ ଉର୍ଦ୍ଧ ଟଙ୍କା ଓ  ୪୨୦ ଗ୍ରାମ ସୁନା ଅଳଙ୍କାର ଜବତ

ଟିଟିଲାଗଡ଼,(ସୁନୀଲ ବେହେରା) :  ବିଭିନ୍ନ ମାମଲାରେ ସମ୍ପୃକ୍ତି ଥିବା ଜଣେ କୁଖ୍ୟାତ ଅପରାଧି ତଥା ୱାରେଣ୍ଟିକୁ  ଧରିବାକୁ ଯାଇ ପୁଲିସ ତାଙ୍କ ଘରୁ ୩୭ ଲକ୍ଷରୁ ଅଧିକ ଟଙ୍କା ଓ ବିପୁଳ ସୁନା ଅଳଙ୍କାର ଜବତ କରିଛି । ଅପରପକ୍ଷେ ପୁଲିସକୁ ଚକମା ଦେଇ ୱାରେଣ୍ଟି ଫେରାର ମାରିଛି । ଏନେଇ ପୁଲିସ ପକ୍ଷରୁ ତଦନ୍ତ ଜାରୀ ରହିଛି । 

ସୂଚନାମତେ ଜୁଲାଇ ୨୩ ତାରିଖ ଦିନ ବଲାଙ୍ଗିର ଏସଡିଜେଏମ ଜିଆର କେଶ ନମ୍ବର ୧୬୨/୧୮ରେ ୩୯୨ ଧାରାରେ ସମ୍ପୃକ୍ତ ଥିବା ଲୋକନାଥ କୁମ୍ଭାର ଓରଫ କୁଟିଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ । ଅଭିଯୁକ୍ତ ଜଣକ ଟିଟିଲାଗଡ଼ରେ ରହୁଥିବା ନେଇ ଗିରଫ ପରୱାନା ଟିଟିଲାଗଡ଼ ଥାନାକୁ ଆସିଥିଲା । ତେବେ ଅଭିଯୁକ୍ତକୁ ଗିରଫ କରିବା ପରିବର୍ତ୍ତେ ପୁଲିସ ହାତ ବାନ୍ଧି ବସି ରହିଥିଲା । ଗତ ମାସରେ ନୂତନ ଥାନାଧିକାରୀ ଭାବେ ପ୍ରଭାତ ରଞ୍ଜନ ମହାନ୍ତି ଯୋଗ ଦେବା ପରେ ଉକ୍ତ ଗିରଫ ପରୱାନାକୁ କାର୍ଯ୍ୟକାରୀ କରିବା ପାଇଁ ସୁଯୋଗର ଅପେକ୍ଷାରେ ରହିଥିଲେ । ଗତକାଲି ସନ୍ଧ୍ୟାରେ ଅଭିଯୁକ୍ତ ଲୋକନାଥ ନିଜ ଘରେ ଥିବା ଖବର ପାଇ ପୁଲିସ ତୀକ୍ଷ୍ଣ ନଜର ରଖିଥିଲା । ବିଳମ୍ବିତ ରାତ୍ରୀରେ ଥାନାଧିକାରୀ ପ୍ରଭାତ ରଞ୍ଜନ ମହାନ୍ତି. ଏସଆଇ ସାବିତ୍ରୀ ଖାଖା, ପିଏସଆଇ ହନୁ ନାୟକ, ପିଏସଆଇ ଅନୁସୂୟା ନାଏକ, ପିଏସଆଇ ବି ଆବେଦିନ, ପିଏସଆଇ ପ୍ରତାପ ଦଲେଇ, ପିଏସଆଇ ପ୍ରଭୁଦତ୍ତ ବିଶ୍ୱାଲ, ଏଏସଆଇ ସର୍ବେଶ୍ୱର ସାହୁ, କ୍ରାଇମ ହାବିଲଦାର ଚେତନ୍ୟ ବାଗ ସଦଳବଳ ହାଇସ୍କୁଲ ପଡ଼ା ସ୍ଥିତ ନାସାର କୁମ୍ଭାରଙ୍କ ଘର ଉପରେ ଚଢଉ କରିଥିଲେ । ତେବେ ପୁଲିସର ଚଢଉ ସମ୍ପର୍କରେ ଜାଣିପାରି ଲୋକନାଥ ପୁଲିସକୁ ଚକମା ଦେଇ ଫେରାର ହୋଇଯାଇଥିଲା । ପୁଲିସ ତାଙ୍କ ଘର ତଲାସୀ କରିବାରୁ ନଗଦ ୩୭ ଲକ୍ଷ ୩୨ ହଜାର ୧୭୦ ଟଙ୍କା ସହ ଆନୁମାନିକ ମୋଟ ୪୨୦ ଗ୍ରାମ ଓଜନର ବିଭିନ୍ନ ଅଳଙ୍କାର ଯଥା ଗୋଟିଏ ସୁନା ହାର, ୪ଟି ସୁନା ଚେନ, ୭ଟି ସୁନା ମୁଦି, ୨ଟି ଲକେଟ, ୧୦ ହଳ କାନଫୁଲ ଓ ପ୍ରାୟ ୩୦୦ ଗ୍ରାମ ଓଜନର ୬ଟି ରୂପା ପାଞ୍ଜଳ, ୩ଟି ମୋବାଇଲ, ବ୍ୟାଙ୍କ ପାସବୁକ, ଏଟିଏମ କାର୍ଡ  ଓ ଗୋଟିଏ ଆନ୍ଧ୍ରା ତିଆରି କଟୁରୀ ଜବତ କରିଛି । ତେବେ ଏତେ ପରିମାଣର ସମ୍ପତ୍ତି କେଉଁଠୁ ଆସିଲା ବୋଲି ଥାନାଧିକାରୀ ଶ୍ରୀ ମହାନ୍ତି ଅଭିଯୁକ୍ତଙ୍କ ବାପା ନାସାରକୁ ପଚାରିଥିଲେ । ସେ କିଛି ନକହିବାରୁ ଉପଯକ୍ତ ପ୍ରମାଣ ନଦେଲେ ଉପରୋକ୍ତ ମାମଲାରେ ସମ୍ପୃକ୍ତି ଥିବା ଦର୍ଶାଇବି ବୋଲି ଥାନାଧିକାରୀ କହିଥିଲେ । ଅଭିଯୁକ୍ତଙ୍କ ବିରୁଦ୍ଧରେ ରାଜ୍ୟର ବିଭିନ୍ନ ଥାନା ଏବଂ ଟିଟିଲାଗଡ଼ ଥାନାର ଅନେକ ମାମଲାରେ ସମ୍ପୃକ୍ତି ଥିବା ପ୍ରକାଶ କରିବା ସହ ଅଭିଯୁକ୍ତକୁ ଗିରଫ ପାଇ ତନାଘନା ଉଦ୍ୟମ ଜାରୀ ରହିଛି ବୋଲି ଥାନାଧିକାରୀ ଶ୍ରୀ ମହାନ୍ତି ଜଣାଇଛନ୍ତି ।

0
0
0
s2sdefault