ହେଡଲାଇନସ୍:

ଦନ୍ତା ଦଳିଦେଲା, ସମିତି ସଭ୍ୟଙ୍କ ଦୁଃଖଦ ଦେହାନ୍ତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଝାରବନ୍ଧ-ପାଇକମାଳ ଅଂଚଳରେ ଶୋକର ଛାୟା 

ବରଗଡରୁ  ଗୌରାଙ୍ଗ ଦାଶ  :- ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ , କନ୍ଦା ଡଙ୍ଗର ଗ୍ରାମପଞ୍ଚାୟତ ର ବଣ୍ଡାମୁଣ୍ଡା ଗ୍ରାମରେ ମଧ୍ୟ ରାତ୍ରି ପ୍ରାୟ 1: 30ରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ଉକ୍ତ ଗ୍ରାମର ଧୋବା ନାୟକ (60)ନିଜ ଘର ପାଖରେ ଥିବା ଖଳା ରେ ମଡ଼ାଇଥିବା ଧାନ ଜଗିଥିବା ସମୟରେ ହଠାତ  ଗୋଟେ ଦନ୍ତା ହାତୀ ତାଙ୍କ ଉପରେ ଆକ୍ରମଣ କରିଥିଲା। ପ୍ରାଣ ବିକଳରେ ଧୋବା ଦୌଡ଼ି ପଳେଇ ଯାଉଥିବା ବେଳେ ଦନ୍ତା ହାତୀଟି ତାଙ୍କୁ ଶୁଣ୍ଢରେ ଧରି କଚାଡି ଦେଇଥିଲା । ଦନ୍ତାର ଗର୍ଜନ ଓ ଧୋବା ନାୟକଙ୍କର ଚିତ୍କାର ଶୁଣି ଲୋକ ଜମା ହେବା ବେଳକୁ ହାତୀ ପଳେଇ ଯାଇଥିଲା । ଲୋକମାନେ ଘଟଣା ସ୍ଥଳକୁ ପହଞ୍ଚି ଦେଖିଲା ବେଳକୁ ଧୋବାଙ୍କର ମୃତ୍ୟୁ ହେଇଯାଇଥିଲା । ପରିବାର ଲୋକେ ଓ ଗ୍ରାମବାସୀମାନେ ତୁରନ୍ତ ଝାରବନ୍ଧ ଥାନା ଓ ପାଇକମାଲ ରେଞ୍ଜ ଅଫିସ କୁ ଖବର ଦେଇଥିଲେ କିନ୍ତୁ ଦୁଃଖର ବିଷୟ ଯେ ଜଙ୍ଗଲ ବିଭାଗ ର ଅଧିକାରୀ ମାନେ ସକାଳ 7 ଟା ପର୍ଯନ୍ତ ମଧ୍ୟ ଘଟଣା ସ୍ଥଳ କୁ ପହଞ୍ଚି ପାରିନଥିଲେ ।

ଶ୍ରୀ ଧୋବା ନାୟକ ବର୍ତମାନ କନ୍ଦା ଡଙ୍ଗର ଗ୍ରାମପଞ୍ଚାୟତରୁ ସମିତି ସଭ୍ୟ ଭାବରେ ନିର୍ବାଚିତ ହେଇଥିଲେ । ସେ ଜଣେ ପରୋପକାରୀ ଜନ ପ୍ରତିନିଧି ଭାବରେ ବେଶ ଜଣାଶୁଣା ଥିଲେ । ତାଙ୍କର ଏହିଭଳି ଦୁଃଖଦାୟକ  ମୃତ୍ୟ ଖବର ପାଇବା ପରେ ଵିଭିନ୍ନ ସ୍ଥାନରୁ ଜନସାଧାରଣଙ୍କର ସୁଅ ଛୁଟିଛି ବଣ୍ଡା ମୁଣ୍ଡା ଗ୍ରାମକୁ  ।

  ଏଠି ସୂଚାଇ ଦେବାକୁ ଚାହୁଁଛୁ ଯେ ଏ ଅଞ୍ଚଳରେ ଏହିଭଳି ଘଟଣା ଆଗରୁ ବହୁବାର ହେଇସାରିଛି ହେଲେ ଜଙ୍ଗଲ ବିଭାଗ ସବୁବେଳେ ଉଦାସୀନ ଥିବା ଜଣାପଡୁଛି । ଗତ କିଛି ଦିନ ହେଲା ଏହି ଅଂଚଳରେ ହାତୀ ଉପଦ୍ରବ ଲାଗିରହିଛି କିନ୍ତୁ ବିଭାଗ ଦ୍ଵାରା କୋଣସି ଖାସ ପଦକ୍ଷେପ ଗ୍ରହଣ କରାଯାଉନାହିଁ ବୋଲି ଅଭିଯୋଗ ହେଉଛି । ତେବେ ବର୍ତମାନ ପୋଲିସ ଓ ଜଙ୍ଗଲ ବିଭାଗ ର ଅଧିକାରୀ ମାନେ ଘଟଣା ସ୍ଥଳକୁ ପହଂଚି ଲୋକଙ୍କର ସହିତ ଆଲୋଚନା ଜାରି ରଖିଛନ୍ତି ।

  ଝାରବନ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ବିଜୟ ପ୍ରଧାନ , ପାଇକମାଲ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଅଳତାଫ ମହମ୍ମଦ ,ତଥା ଝାରବନ୍ଧ ପଞ୍ଚାୟତ ସମିତିର ସମସ୍ତ ସଭ୍ୟ ମାନେ ଶ୍ରୀ ଧୋବା ନାୟକ ଙ୍କର ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କର ପରିବାର କୁ ସବୁ ପ୍ରକାର ସରକାରୀ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଦାବି କରିଛନ୍ତି ।

0
0
0
s2sdefault