ହେଡଲାଇନସ୍:

ମାନସିକ ଭାରସାମ୍ୟ ହରାଇଲେ : ଅକାଳରେ ଚାଲିଗଲେ ଅକ୍ଷୟ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

କାଳିଆପାଣିରୁ ଦୟାନିଧି ମହାନ୍ତ: ମଣିଷର ଚିନ୍ତା ଶକ୍ତି ,ବିବେକ ,ଧର୍ଯ୍ୟ ଆଉ ସାହସ ସବୁ କିଛି ହାର ମାନିଯାଏ ଯେତେବେଳେ ରୋଗ, ବ୍ୟାଧି ,ଦାରିଦ୍ର ଏକା ବେଳେ ଗ୍ରାସକରେ l ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଯାଇଅଛି କାଳିଆପାଣି ଟାଟା ମାଇନିସ ପରିସର ଭିତରେ ଥିବା ମାର୍କେଟ କମ୍ପ୍ଲେକ୍ସର ଜଣେ ବ୍ୟବସାୟୀ ଶ୍ରୀ ଅକ୍ଷୟ ରାଉତଙ୍କ ପରିବାରରେ l

/ସୂଚନା ମୁତାବକ ,ଶ୍ରୀ ଅକ୍ଷୟ ରାଉତ ଦୀର୍ଘ ଦିନରୁ ଏକ ଦୁରା ରୋଗ୍ୟ ରୋଗରେ ପୀଡିତ ଥିଲେ l ଏକ ମୋବାଇଲ ରିଚାର୍ଜ ଦୋକାନରୁ ସ୍ୱଳ୍ପ ରୋଜଗାର କରି ପରିବାର ପୋଷଣ କରୁଥିଲେ l ଆଜିକାଲିର ମହାଙ୍ଗା ଦୁନିଆଁରେ ଘର ତଥା ପରିବାର ଚଳାଇବା କେତେକଷ୍ଠ ତାହା ସହଜରେ ଅନୁମେୟ l ପାଖ ଦୋକାନୀ ଭାଇ ମାନଙ୍କ କହିବା ଅନୁସାରେ ତାଙ୍କର ମାନସିକ ବିକୃତି  ଧୀରେ ଧୀରେ ବଢି ଯାଇଥିଲା l

ଗତକାଲି ସନ୍ଧ୍ୟାରେ  ପରିବାରର ଲୋକେ ରାବଣ ପୋଡି ଦେଖିବାକୁ ଯାଇଥିବା ବେଳେ ଟିସ୍କୋ କଣ୍ଟ୍ରାକଟର କଲୋନୀ ସ୍ଥିତ ଘରେ ଭିତର ପଟରୁ କବାଟ ବନ୍ଦ କରି ଆତ୍ମହତ୍ୟା କରିଥିଲେ l ପରିବାର ଲୋକେ ଆସି ନିକଟ ଟିସ୍କୋ ମେଡିକାଲ ନେଇଯାଇଥିଲେ ମଧ୍ୟ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ l ଆଜି ସକାଳେ ଶବ  ବ୍ୟବଛେଦ ପାଇଁ ତାଙ୍କର ମୃତ ଶରୀରକୁ ଦାନଗଦି ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇ ଦିଆଯାଇ ଥିଲା l ପୋଲିସ ଏ ନେଇ ଏକ ଅପ ମୃତ୍ୟୁ କେସ ରୁଜୁ କରି ଘଟଣାର ସତ୍ୟା ସତ ଅନୁସନ୍ଧାନ କରୁଅଛି l ମାର୍କେଟରେ ଅକ୍ଷୟ ଭାଇ ବୋଲି ପରିଚିତଙ୍କ ସ୍ମୃତି ରେ ଶୋକାକୁଳ ପରିବାର ଙ୍କୁ ସମବେଦନା ଜଣାଇ ମାର୍କେଟ ବନ୍ଦ ରଖାଯାଇଅଛି l

0
0
0
s2sdefault