ହେଡଲାଇନସ୍:

ଗାଧୋଇବାକୁ ଯାଇ ଦୁଇ ନାବାଳିକା ନିଖୋଜ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ରାପଡା:(ଶାସକ ପ୍ରଶାସକ): ପ୍ରଫୁଲ୍ଲ କୁମାର ମଲ୍ଲ- କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ କୁସିଆ ପାଳ ବାବୁରାମ ପାଟଣାରେ ଅଘଟଣ ।ସୂଚନା ମୁତାବକ ଗୋବରୀ ନଦୀକୁ ଦୁଇ ନାବାଳିକା ଗାଧେଇ ବାକୁ ଯାଇଥିବା ବେଳେ ଗୋଡ ଖସି ଯିବାରୁ ବୁଡ଼ିଯାଇଥିଲେ । ସ୍ଥାନୀୟ ଲୋକେ ଜଣେ ନାବାଳକ କୁ ଉଦ୍ଧାର କରିଥିବା ବେଳେ ଆଉ ଜଣେ ନାବାଳିକା ର କୌଣସି ପତା ମିଳିପାରି ନାହିଁ । ଘଟଣା ସ୍ଥଳରେ ଡେରାବିଶ ଅଗ୍ନିଶମ ବିଭାଗ ପହଂଚି ନିଖୋଜ ନାବାଳିକା କୁ ଖୋଜାଖୋଜି ଜାରି ରଖିଛନ୍ତି । ଉଦ୍ଧାର ହୋଇଥିବା ନାବାଳିକା ଡୁଗୁ ସାହୁ ଏବେ ସୁସ୍ଥ ଥିବା ବେଳେ ନିଖୋଜ ଥିବା ନାବାଳିକା ନେତ ସାହୁ ଦୁହେଁ ସାର୍ଟ ପ୍ୟାଣ୍ଟ ପିନ୍ଧି ନଦୀ କୂଳକୁ ଆସିଥିଲେ । ପ୍ରଥମେ ତାଙ୍କୁ ନାବାଳିକା ବୋଲି ସନ୍ଦେହ କରୁଥିବା ବେଳେ ସେମାନଙ୍କ ପରିବାର ଲୋକ ଆସିବାରୁ ଦୁହେଁ ଏଗାର ବର୍ଷୀୟ ନାବାଳିକା ବୋଲି ଜଣା ପଡିଥିଲା ।

0
0
0
s2sdefault