ହେଡଲାଇନସ୍:

ମୁଖ୍ୟମନ୍ତ୍ରୀ ମହୋଦୟ, ପୁଲିସର ଟିକିଏ ତ ମଣିଷ ପଣିଆ ରହିବା ଦରକାର ନ| !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ପୁଲିସର ଦବଙ୍ଗ ଗିରି ବ୍ୟବସାୟୀ ପ୍ରଭାକରଙ୍କ ମୃତ୍ୟୁର କାରଣ ପାଲଟିଲା !!

ଦାନା ଦେବାର କ୍ଷମତା ଯଦି ପୁଲିସର ନାହିଁ, ଦାନା ଛଡ଼ାଇନେବା ଅଧିକାର କିଏ ଦେଲା !!!!

ବାରିପଦା(ଦିଲ୍ଲୀପ ମହାନ୍ତି )-  ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଲିସ ଓ ଜନତାଙ୍କ ମଧ୍ୟରେ ରହିଆସିଥିବା ଫାଙ୍କକୁ ଦୂର କରିବା ସଂଗେସଂଗେ ପୁଲିସ ଜନତାଙ୍କ ବିଶ୍ୱାସ ଭାଜନ ହୋଇ ସେବକ ଭାବେ କାର୍ଯ୍ୟ କରିବାର ମହତ୍ ଉଦ୍ଦେଶ୍ୟ ନେଇ ଆମ ପୁଲିସ ସମିତି ଗଠନ କରିଥିଲେ । ମାତ୍ର ମୁଖ୍ୟମନ୍ତ୍ରୀ ନବୀନଙ୍କ ହାତରେ ରହିଥିବା ଏହି ଗୃହ ବିଭାଗ ଜନତାଙ୍କ ରକ୍ଷକ ହୋଇ ଭକ୍ଷକ ସାଜି କାର୍ଯ୍ୟକରୁଛି । ଏହାର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହରରେ । ମୟୂରଭଞ୍ଜ ପୂର୍ବତନ ଆରକ୍ଷୀ ଅଧିକ୍ଷକ ଅନିରୁଦ୍ଧ ସିଂ ଓ ବାରିପଦା ଟାଉନ ଥାନା ଅଧିକାରୀ ଅଶୋକ କୁମାର ନାୟକଙ୍କ ଦବଙ୍ଗଗିରି ଏକ ବ୍ୟବସାୟୀଙ୍କ ମୃତ୍ୟୁର   କାରଣ ପାଲଟିଥିବା ବିଷୟକୁ ନେଇ ଜନସାଧାରଣରେ ହେଉଥିବା ଚର୍ଚ୍ଚାରେ ଜଣାପଡ଼ିଛି  |

ବାରିପଦା ପୌରପରିଷଦରୁ ପ୍ରଭାକର ସାହୁ ନାମକ ଏକ ବ୍ୟକ୍ତି ୨୫୫ରେ ଲାଇସେନ୍ସ ନେଇ ପ୍ରାୟ ୪୫ ବର୍ଷ ଧରି ବାରିପଦା ଶ୍ରୀଶ୍ରୀହରି ବଳଦେବ ଜୀଉ ବିଜେଙ୍କ ବଡ଼ଦାଣ୍ଡ ପାର୍ଶ୍ୱରେ  ତଥା ବାରିପଦା ଟାଉନ ଥାନା ସମ୍ମୁଖ ପାଚେରୀ କୋଣରେ ଏକ ଗୁମୁଟି ପକାଇ ବ୍ୟବସାୟ ଚଳାଇ ନିଜର ପରିବାରର ଭରଣପୋଷଣ କରିଆସୁଥିଲେ । ଉକ୍ତ ଗୁମୁଟିକୁ ଲାଗି ଅନ୍ୟ ଜଣେ ବ୍ୟକ୍ତି ବାବୁ ଶେଜପଡ଼ା ମଧ୍ୟ ୨୫୫ ଲାଇସେନ୍ସରେ ଏକ ଚା ଦୋକାନ ମଧ୍ୟ ଖୋଲିଥିଲେ । ପ୍ରଭାକର ସାହୁ ଦୋକାନ ଆରମ୍ଭ କରିବା ପରଠାରୁ ମୟୂରଭଞ୍ଜ ଜିଲ୍ଲାକୁ କେତେ ଆରକ୍ଷୀ ଅଧିକ୍ଷକ ଓ ବାରିପଦା ଟାଉନ ଥାନାକୁ କେତେ ଆଇଆଇସି ଆସି ଗଲେଣି ; କିନ୍ତୁ କୌଣସି ଆରକ୍ଷୀ ଅଧିକ୍ଷକ ଓ ଆଇଆଇସି ଆଡ଼ ନଜରରେ ପ୍ରଭାକର ଦୋକାନ ଆଡ଼କୁ ଅନାଇ ନ ଥିଲେ । ଅଧିକନ୍ତୁ ଆବଶ୍ୟକ ସ୍ଥଳେ  ପ୍ରଭାକର ଦୋକାନରୁ କାଗଜ, କଲମ, ମୃଦୁ ପାନୀୟ ସହିତ ପାନ ସିଗାରେଟ ଆଦି ମଗାଉଥିଲେ । କିନ୍ତୁ ହଠାତ୍ ୨୦୧୮ରେ ସବୁକିଛି ଉଲଟପାଲଟ ହୋଇଗଲା । ୨୦୧୮ ଫେବୃଆରୀ ୨୮ରେ ଏଫଆଇଆରରୁ ନାମକୁ ବାଦ ଦେବା ନିମନ୍ତେ ବାରିପଦା ଟାଉନଥାନା ଏସଆଇ ସଚ୍ଚିଦାନନ୍ଦ କିଷାନ ବନ୍ଦ ରହିଥିବା ବାବୁ ଶେଜପଡ଼ା ଚା ଦୋକାନରେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ଶନିଙ୍କ କୋପ ଦୃଷ୍ଟି ପରିସରକୁ ଆସିଯାଇଥିଲା ପ୍ରଭାକର ସାହୁ ଓ ବାବୁ ଶେଜପଡ଼ାଙ୍କ ଦୋକାନ । ଏହି ଦୁଇ ଦୋକାନ ଉଚ୍ଛେଦ ନିମନ୍ତେ ଆରମ୍ଭ ହେଲା ଯୋଜନା । ପୁଲିସ ପକ୍ଷରୁ ଦୋକାନକୁ ହଟାଇ ଦେବା ନିମନ୍ତେ ଏହି ଦୁଇ ଜଣଙ୍କୁ ଦିଆ ଗଲା ନୋଟିସ ଓ ବିଭିନ୍ନ ଧମକଚମକ । ପ୍ରଭାକର ନିଜର ଦୋକାନକୁ ବଞ୍ଚାଇବା ନିମନ୍ତେ ସ୍ଥାନୀୟ କାଉନସିଲର ପ୍ରଭାତ ମହାନ୍ତି, ବିଧାୟକ ତଥା ବିଧାନସଭା ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି ସହିତ ପୌରପରିଷଦକୁ ଦୌଡ଼ିବା ଆରମ୍ଭ କଲେ । ଉପବାଚସ୍ପତି ଶ୍ରୀମାର୍ଣ୍ଡି ମଧ୍ୟ ଏ ବିଷୟରେ ଏସପି, ଏସଡ଼ିପିଓ ଓ ଆଇଆଇସିଙ୍କ ସହିତ ଆଲୋଚନା କରିଥିଲେ । ମାତ୍ର ଏସପି ଓ ଆଇଆଇସିଙ୍କ ଜିଦ ଆଗରେ ସମସ୍ତ ଆଇନ କାନୁନ ବନ୍ଧା ପଡ଼ିଲା । ପୌରପରିଷଦର ଲାଇସେନ୍ସ ଥାଇ ଏବଂ ପୌରପରିଷଦକୁ ନ ଜଣାଇ ଏହି ଦୁଇ ଦୋକାନକୁ ଜେସିବି ମେସିନ ଲଗାଇ ଟାଉନ ଥାନା ଅଧିକାରୀ ଓ ଅନ୍ୟ ପୁଲିସ କର୍ମଚାରୀଙ୍କ ଉପସ୍ଥିତିରେ ୨୦୧୮ ମାର୍ଚ୍ଚ ୧୨ରେ ପୁଲିସ ଭାଙ୍ଗି ଦେବା ସଂଗେସଂଗେ ଏହି ଦୁଇ ପରିବାରର ପେଟରୁ ଆହାରକୁ ଛଡ଼ାଇ ନେଲେ ।

କିଛି ଦିନ ପରେ ବାବୁ ଶେଜପଡ଼ା ଥାନାର ଅପର ପାର୍ଶ୍ୱରେ ପାଚେରୀ ନିକଟରେ ନିଜର ଦୋକାନ ଆରମ୍ଭ କଲା ; ମାତ୍ର ପ୍ରଭାକର ସାହୁ କେବଳ ଦର୍ଶକ ସାଜି ରହିଗଲେ । ପୁଲିସ ପକ୍ଷରୁ ତାଙ୍କ ପ୍ରତି କରାଯାଇଥିବା ଅନ୍ୟାୟର ପ୍ରତିବାଦ କରିବାକୁ ସାହସ ଜୁଟାଇ ନ ପାରି କେବଳ ମାନସିକ ଯନ୍ତ୍ରଣାରେ ଛଟପଟ ହେବାକୁ ଲାଗିଲେ । ପୌରପରିଷଦ, ଗଣମାଧ୍ୟମର ପ୍ରତିନିଧି, କାଉନସିଲର ଓ ବିଧାୟକ ସମସ୍ତଙ୍କ ନିକଟରେ ଗୋଟାଏ ଦୋକାନ ଗୃହ ଯୋଗାଇଦେବା ନମିନ୍ତେ ଆକୁଳ ପ୍ରାର୍ଥନା କରି ଶେଷରେ ହାରି ଗଲେ । ଚିନ୍ତା ଖାଏ ଗଣ୍ଡି ଭଳି ସେ ଆସ୍ତେ ଆସ୍ତେ ରୋଗଗ୍ରସ୍ତ ହୋଇ ଶେଷରେ ସବୁ ଦିନ ନିମନ୍ତେ ଆଖି ବୁଜି ଦେଲେ । କେହି ଜଣେ ସମବେଦନା ଜଣାଇବାକୁ ପହଁଞ୍ଚିପାରିଲେ ନାହିଁ ପ୍ରଭାକର ସାହୁଙ୍କ ପରିବାର ନିକଟରେ । ତେଣୁ ପୁଲିସ ହିଁ ପ୍ରଭାକର ସାହୁଙ୍କ ଅକାଳ ବିୟୋଗର ମୁଖ୍ୟ କାରଣ  ବୋଲି ଜନସାଧାରଣରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି |

0
0
0
s2sdefault