ହେଡଲାଇନସ୍:

ଇଏ ଚୋର ଧରିବେ କଣ, ନିଜେ ବା ଚୋରି କରୁଛନ୍ତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଲାଞ୍ଚୁଆ ଥାନା ଅଧିକାରୀ ସହିତ ଓଏପିଏଫ ଭିଜିଲାନ୍ସ ଟ୍ରାପରେ ଗିରଫ

ବାରିପଦା(ଦିଲ୍ଲୀପ ମହାନ୍ତି )- ଇଏ ଚୋର ଧରିବେ କଣ, ନିଜେ ବା  ଚୋରି କରୁଛନ୍ତି | ଆହୋ...ବାଡ଼ ଯଦି ଫସଲ ଖାଇବ.....କଣ ହେବ !!!!ପୋଲିସ୍ର କାମ ଚୋର ଧରିବା.....ହେଲେ ଦେଖୁନାହାନ୍ତି,....ଏ ପୋଲିସ ଅଫିସର ନିଜେ ଚୋରିକରି ମୁହଁ ଲୁଚାଇ ଯାଉଛନ୍ତି .....ହଁ କଥାରେ ଅଛି ଚାକିରୀ କରିବ ପୋଲିସ ଆଉ ମାଛ ଖାଇବ ଇଲୀଶ,,,,ପୋଲିସ ଚାକିରୀ କରିବ....ପୁଣି ଥାନା ବାବୁ....ଉପୁରି ଖାଇବବାଣୀ !! କି କଥା କହୁଛ ବା | ଏ ଭିଜିଲାନ୍ସ ଵାଲା କି ନିଷ୍ଠୁର, ଆଉ କିଛି ଦିନ ପରେ ଧରିଥିଲେ ହୋଇ ନଥାନ୍ତା ! ଦଶରା ଘଡି, ବେପାର ବେଳ, ଆଜି ହିଁ ଖାପ କରି ମାଡି ବସିବାକୁ ଥିଲା !!!
ଆଣେ ଏଠୁ କହୁଛୁ  ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅଧିକାରୀ ଘନଶ୍ୟାମ ମଲ୍ଲିକନ୍କ କଥା | ତାଙ୍କ  ସହିତ ଓଏପିଏଫ୍ ଡ଼ମ୍ବରୁଧର ମୁର୍ମୁ ଆଜି ଲାଞ୍ଚ ନେଉଥିବା ଅଭିଯୋଗରେ ବାଲେଶ୍ୱର ଭିଜିଲାନ୍ସ ହାତରେ ଧରାପଡ଼ି ଜେଲ ଯାଇଥିବା ବିଷୟ ଜିଲ୍ଲାରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ବାଲେଶ୍ୱର ଜିଲ୍ଲା ନିଳଗିରି ଥାନା ମିରିଗିଣି ଗ୍ରାମର ରାଜେନ୍ଦ୍ର ନାୟକ ତାଙ୍କ ଶ୍ୱଶୁରଙ୍କ ବାଇକ ଧରି ଶରତ ଥାନା ଅଧୀନରେ ଥିବା ଭଣ୍ଡାର ଗ୍ରାମରେ ଅନୁଷ୍ଠିତ କରମପାଟ ପର୍ବ ଦେଖିବାକୁ ଆସି ରାତିରେ ଫେରୁଥିବା ବେଳେ ଶରତ ଥାନା ଅଧିକାରୀ ଶ୍ରୀ ମଲ୍ଲିକ ବାଇକକୁ ଅଟକାଇ ବାଇକର୍  କାଗଜପତ୍ର  ମାଗିଥିଲେ । ମାତ୍ର ରାଜେନ୍ଦ୍ର ବାଇକର କାଗଜପତ୍ର ସାଥୀରେ ଆଣି ନ ଥିବାରୁ ଥାନା ଅଧିକାରୀଙ୍କୁ ଦେଖାଇ ପାରି ନ ଥିଲେ । ଫଳରେ ଥାନା ଅଧିକାରୀ ଘନଶ୍ୟାମ ମଲ୍ଲିକ ରାଜେନ୍ଦ୍ରକୁ ପିଟାମରା କରିବା ପରେ ବାଇକ ସହିତ ତାଙ୍କୁ ଥାନାକୁ ନେଇଯାଇଥିଲେ । ପରବର୍ତ୍ତି ଦିନ ବାଇକର କାଗଜପତ୍ର ସହିତ ୫ ହଜାର ଟଙ୍କା ସାଥୀରେ ଆଣିବାକୁ କହି ଥାନାରୁ ଛାଡ଼ି ଦେଇଥିଲେ । ରାଜେନ୍ଦ୍ର ଏହି ଲାଞ୍ଚୁଆ ଥାନା ଅଧିକାରୀଙ୍କୁ ଏକ ଶିକ୍ଷା ଦେବା ନିମନ୍ତେ ବାଲେଶ୍ୱର ଭିଜିଲାନ୍ସ ୟୁନିଟ ସହିତ ଯୋଗାଯୋଗ କରି ଯୋଜନା ପ୍ରସ୍ତୁତ କରିଥିଲେ । ଆଜି ପୂର୍ବ ପ୍ରସ୍ତୁତ ଯୋଜନା ଅନୁସାରେ ରାଜେନ୍ଦ୍ର ଶରତ ଥାନାରେ ପହଁଞ୍ଚି ଥାନା ଅଧିକାରୀ ଘନଶ୍ୟାମ ମଲ୍ଲିକଙ୍କୁ ୫ ହଜାର ଟଙ୍କା ଦେଉଥିଲେ; ମାତ୍ର ସେ ଟଙ୍କାକୁ ହାତରେ ନ ଧରି ଥାନା ଭିତରେ ଥିବା ଆକ୍ୱାଗାଡର଼୍ ଉପରେ ରଖିବାକୁ ନିର୍ଦ୍ଦେଶ  ଦେଇଥିଲେ । ରାଜେନ୍ଦ୍ର ଆକ୍ୱାଗାଡର଼୍ ଉପରେ ଟଙ୍କା ରଖିବା ପରେ ଥାନା ଅଧିକାରୀ ଓଏପିଏଫ୍ଙ୍କୁ ଟଙ୍କା ଆଣି ଦେବାକୁ କହିଥିଲେ । ଓଏପିଏଫ ଡ଼ମ୍ବରୁଧର ମୁର୍ମୁ ଟଙ୍କା ଆଣି ଥାନା ଅଧିକାରୀଙ୍କୁ ଦେବା ପରେ ପୂର୍ବରୁ ପୋଜିସନରେ ରହିଥିବା ବାଲେଶ୍ୱର ଭିଜିଲାନ୍ସ ଟିମ ଅତର୍କିତ ଭାବେ ଘନଶ୍ୟାମ ମଲ୍ଲିକଙ୍କ ଉପରକୁ ଝାମ୍ପିପଡ଼ି ତାଙ୍କ ପକେଟରୁ ଭିଜିଲାନ୍ସର ରଙ୍ଗବୋଳା ୫ ହଜାର ଟଙ୍କା ଜବତ କରିଥିଲେ । ମାତ୍ର ଏହି ମାମଲାରେ ଓଏପିଏଫ୍ ଡ଼ମ୍ବରୁଧର ମୁର୍ମୁ ଜଡ଼ିତ ନ ଥିଲେ ମଧ୍ୟ ଟଙ୍କା ଉଠାଇ ଥାନା ଅଧିକାରୀଙ୍କୁ ଧରାଇଥିବା ଅଭିଯୋଗରେ ଛନ୍ଦି ହୋଇ ଜେଲ ଗଲେ । ବାଲେଶ୍ୱର ଭିଜିଲାନ୍ସ ଏସପି ସୁନୀଲ କୁମାର ସେନାପତିଙ୍କ ନିଦେ୍ର୍ଧଶ କ୍ରମେ ଭିଜିଲାନ୍ସ ପକ୍ଷରୁ ଭଦ୍ରଖ ଡ଼ିଏସପି ସଞ୍ଜୟ କୁମାର ଦାସମହାପାତ୍ର, ବାଲେଶ୍ୱର ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା ଓ ଅନ୍ୟ କର୍ମଚାରୀମାନେ ଏହି ଚଢ଼ାଉରେ ସାମିଲ ହୋଇଥିଲେ ।

0
0
0
s2sdefault