ହେଡଲାଇନସ୍:

ବଜ୍ରାଘାତ ରେ ଜଣେ ମୃତ, ଦୁଇ ଗୁରୁତର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବେଲଗୁଣ୍ଠା- (ଶିବରାମ ଚୌଧୁରୀ ):  ଜଗନ୍ନାଥ ପ୍ରସାଦ ବ୍ଲକ ତାରସିଙ୍ଗ ଥାନା ଅନ୍ତର୍ଗତ ଗେରେଡା ପଂଚାୟତ ଦିଗାମ୍ବର ପଲ୍ଲୀ ଗାଁ ରେ ଆଜି ଅପରାହ୍ନ ୪ଟା ସମୟରେ ବଜ୍ରାଘାତରେ ଜଣେ ୫୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଛି । ମହିଳା ଜଣକ ହେଲେ କନକ ନାୟକ । ତାଙ୍କ ବେକ ପାଖରେ କଳା ପଡିଯିବା ସହ ଗାଲ ଓ କାନ୍ଦ ଅଂଶ ରେ ପୋଡି ଛାଲ ଛାଡିଯାଇଥିବା ଚିହ୍ନ ଦେଖିବାକୁ ମିଳିଥିଲା । ଧାନ ଜମିରେ ସେ ପଡିଯାଇଥିବା ବେଳେ  ତାଙ୍କୁ ସେଠାରୁ ଉଠାଇ ଘରକୁ ଅଣା ଯାଇଥିଲା । ପରେ ଆମ୍ବୁଲାନ୍ସ ଡକାଇ ଭଞ୍ଜନଗର ମେଡ଼ିକାଲ ପଠାଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି  । ଧାନ ବିଲରେ ଘାସ ବାଛୁଥିବା ବେଳେ ଏହି ଅଘଟଣ ଘଟିଛି । ଅପରାହ୍ନ ରେ ହଠାତ ମେଘ ବର୍ଷା ଆସିବା ସହ ଖୁବ ଜୋରରେ ଘଡଘଡି ମାଡ଼ ହୋଇଥିଲା । ସେହିପରି ପ୍ରତାପୁର ପାଞ୍ଚୟତ କଲ୍ୟାଣପୁର ଗ୍ରାମ ର ପ୍ରଫୁଲ ନାଇକ ଙ୍କ ପତ୍ନୀ ସାରସ ନାଇକ ଓ ତାଙ୍କ ସାନ ବୋହୁ ରୀନା ନାୟକ (25), ସ୍ୱାମୀ ସନାତନ ନାୟକ  ଘରେ ରୋଷେଇ କରୁଥିବା ବେଳେ  ସମୟରେ ବଜ୍ରାଘାତ କାରଣରୁ ବେହୋସ ହୋଇ ପଡିଯାଇଥିଲେ । ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ଭଞ୍ଜନଗର ମେଡ଼ିକାଲ ରେ ଭର୍ତ୍ତି କରାଯାଇଛି । ଦୀର୍ଘ ସମୟପରେ ଉଭୟଙ୍କ ଚେତା ଫେରିଥିବା ଜଣାପଡିଛି । ଆହୁରି ଅନେକ ସ୍ଥାନରେ ଏହି ବଜ୍ରାଘାତ କାରଣରୁ ବହୁ ବିଦ୍ୟୁତ ସାମଗ୍ରୀ ନଷ୍ଟ ହୋଇଥିବା ଖବର ମିଳିଛି ।

0
0
0
s2sdefault