ହେଡଲାଇନସ୍:

ଅତିଥି ଦେଵୋ ଭବ ନ ଛେନାଗୁଡ଼.....ଛି ଛି...ଏଗୁଡ଼ାଙ୍କୁ ଟିକେ ଲାଜ ନାହିଁ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

   ପର୍ଯ୍ୟଟକମାନଙ୍କୁ ଆକ୍ରମଣ : ବାରିପଦାବାସୀଙ୍କ ଭାଇଚାରାର ଗାରିମାରେ ଆଞ୍ଚ ଆଣିଲା

ବାରିପଦା(ଦିଲ୍ଲୀପ ମହାନ୍ତି )-  ଆଜି ବାରିପଦାବାସୀଙ୍କ ଭାଇଚାରାର ଗାରିମାରେ ଆଞ୍ଚ ପହଁଞ୍ଚାଇଛନ୍ତି କେତେକ ଯୁବକ । ଅତିଥି ଭଗବାନ ସଦୃଶ ହୋଇଥିବା ବେଳେ ଜିଲ୍ଲାର ଶାମାଖୁଣ୍ଟା ବ୍ଲକସ୍ଥିତ ସୀତାକୁଣ୍ଡ ପର୍ଯ୍ୟଟନସ୍ଥଳକୁ ଦର୍ଶନ ନିମନ୍ତେ ଆସିଥିବା ପଶ୍ଚିମବଙ୍ଗ ରାଜ୍ୟ ଦୀଘା ଅଞ୍ଚଳରୁ ଚାରିଚକିଆ ଯାନରେ ଆସିବା ୧୮ ଜଣ ପର୍ଯ୍ୟଟକଙ୍କୁ କେତେକ ଯୁବକ ପ୍ରଥମେ ପୋଡ଼ାଅସ୍ତିଆ ଓ ପରେ କୃଷ୍ଣଚନ୍ଦ୍ର ଗୋଲେଇରେ ଗାଡ଼ିକୁ ଅଟକାଇ ସେମାନଙ୍କୁ ଆକ୍ରମଣ କରି  ଆହତ କରାଇବା ଘଟଣା କେବଳ ବାରିପଦାବାସୀଙ୍କୁ ଅପମାନିତ କରାଇ ନାହିଁ ସମଗ୍ର ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ସ୍ୱାଭିମାନରେ ଆଞ୍ଚ ପହଁଞ୍ଚାଇଦେଇଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ସେପ୍ଟେମ୍ବର ୨୬ ବୁଧବାର ପୂର୍ବାହ୍ନ ପ୍ରାୟ ସାଢେ଼ ୧୧ଟା ମଧ୍ୟରେ ଦୀଘା ଅଞ୍ଚଳରୁ ୬ ପୁରୁଷ, ୫ ମହିଳା ଓ ୭ ଜଣ ପିଲା ଓଆର ୦୧ଟି ୮୧୭୦ ନମ୍ବର ବିଶିଷ୍ଟ ଟାଟା ସୁମୋ ଓ ଡ଼ବ୍ଲ୍ୟୁବି  ୩୨ସି ୮୬୯୯ ନମ୍ବର ବିଶିଷ୍ଟ ସ୍କରପିଓ ଗାଡ଼ିରେ ସୀତାକୁଣ୍ଡ ଭ୍ରମଣରେ ଆସି ପହଁଞ୍ଚିଥିବା ପରେ ନିଜର ମଧ୍ୟାହ୍ନ ଭୋଜନର ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । ପ୍ରାୟ ଦେଢ଼ଟା ପାଖାପାଖି ଆକାଶରେ ଗର୍ଜନ କରି ମେଘ ମାଡ଼ି ଆସୁଥିବାରୁ ପର୍ଯ୍ୟଟକମାନେ ସେମାନଙ୍କର ରୋଷେଇ କରିଥିବା ଖାଦ୍ୟ ସହିତ ସମସ୍ତ ସାମଗ୍ରୀକୁ ଗୋଛାଇ ଗାଡ଼ିରେ ଲଦି ଫେରି ଯିବାକୁ ଉଦ୍ୟମ କରୁଥିବା ବେଳେ ସେଠାକୁ ବାଇକରେ ଯାଇଥିବା ପ୍ରାୟ ୩ ଜଣ ଯୁବକ ବଙ୍ଗାଳୀ ମହିଳା ପର୍ଯ୍ୟଟକମାନଙ୍କୁ କମେଣ୍ଟମାରିବାରୁ ଉଭୟ ପକ୍ଷ ମଧ୍ୟରେ ଆରମ୍ଭ ହୋଇଥିଲା ଧସ୍ତାଧସ୍ତି । ସୁଯୋଗ ଉଣ୍ଡାଇ ବଙ୍ଗୀୟ ପର୍ଯ୍ୟଟକମାନେ ଖସି ପଳାଇ ଆସିଥିଲେ । ମାତ ୁବକମାନେ ସେମାନଙ୍କ ଗାଡ଼ିକୁ ଫଲୋକରି ପୋଡ଼ାଅସ୍ତିଆ ନିକଟରେ ଗାଡ଼ିକୁ ଅଟକାଇ ସେମାନଙ୍କୁ ଅକମଣ କରିିଲେ । ମାଡ ଖାଇ  ମଧ୍ୟ ପର୍ଯ୍ୟଟକମାନେ  ସେଠାରୁ ପଳାଉଥିବା ବେଳେ ପୁଣି ଥରେ ବାରିପଦା ସହରର କୃଷ୍ଣଚନ୍ଦ୍ର ଗୋଲେଇ ନିକଟରେ ଯୁବକମାନେ ଗାଡ଼ିକୁ ଅଟକାଇ ମହିଳା ସହିତ ସମସ୍ତଙ୍କୁ ନିସ୍ତୁକ ମାଡ଼ମାରିବା ସଂଗେସଂଗେ ସେମାନଙ୍କ ଜିନିଷପତ୍ର ମଧ୍ୟ ଛଡ଼ାଇ ନେଇଥିଲେ । ଫଳରେ ପର୍ଯ୍ୟଟକମାନଙ୍କ ମଧ୍ୟରୁ ଦେବ୍ କୁମାର ପ୍ରଧାନ, ରାଜୁ ଦାସ ଓ ବୁଦ୍ଧଦେବ୍ ଗୁଡ଼ିଆ ଆଦି ଆହତ ହୋଇଥିବା ବେଳେ ଅନ୍ୟମାନେ ମଧ୍ୟ ଅଳ୍ପବହୁତ ଆହତ ହୋଇଥିଲେ । ଏଥର ଆକ୍ରମଣକାରୀ ୩ ଯୁବକମାନଙ୍କ ସହିତ ଅନ୍ୟ କେତେକ ଯୁବକ ସାମିଲ ହେବାରୁ ସେମାନଙ୍କ ସଂଖ୍ୟା ବୃଦ୍ଧିପାଇଯାଇଥିଲା । ଖବରପାଇ ବାରିପଦା ଟାଉନଥାନା ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ବଙ୍ଗୀୟ ପର୍ଯ୍ୟଟକମାନଙ୍କୁ ଆକ୍ରମଣକାରୀମାନଙ୍କ କବଳରୁ ଉଦ୍ଧାର କରି ସେମାନଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ଭେଷଜ ମହାବିଦ୍ୟାଳୟରେ ଚିକିତ୍ସା କରାଇ ଥିଲେ । ପୁଲିସ ଆକ୍ରମଣକାରୀ ଅଭିଯୋଗରେ ତିନିଜଣ ଯୁବକୁ ଥାନାରେ ଅଟକ ରଖିଥିବା ବେଳେ ଅନ୍ୟମାନେ ଫେରାର ହୋଇଯାଇଥିବାର ଜଣାପଡ଼ିଛି । ଖବର ଲେଖାଯିବା ପର୍ଯ୍ୟନ୍ତ ବାରିପଦା ଟାଉନ ଥାନାରେ ଏହି ଘଟଣାକୁ ନେଇ କୌଣସି ମାମଲା ରୁଜୁ ହୋଇ ନ ଥିବାର ମଧ୍ୟ ଜଣାପଡ଼ିଛି । ଯୁବକମାନଙ୍କର ଏହି ପ୍ରକାରର କାଣ୍ଡକାରକାଖାନାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । 

0
0
0
s2sdefault