ହେଡଲାଇନସ୍:

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢ଼ାଖୋଲରୁ ଯଶୋବନ୍ତ ସାହୁ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ବଡ଼ବାହାଳ ପଞ୍ଚାୟତ ବଡକୁଡା ଗ୍ରାମରେ 2 ଯୁବକ ଓ ଗ୍ରାମର ମହିଳା ସଂଗଠନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା | ଏହି ଘଟଣାରେ ଥାନାରେ ସାଖି ଦେବ ଘଟଣାରେ ଜଣେ ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ ହୋଇଛି | ଗୁରୁତର ଆହତ ହୋଇଥିବା ଯୁବକ ଜଣକ ହେଲେ ସେହି ଗ୍ରାମ ର ଯଧିଷ୍ଟିର ସାହୁ(35)  ଅଭିଯୋଗ ଅନୁସାରେ ,2 ଦିନ ତଳେ ବଡକୁଡା ଗ୍ରାମର ଦୀନ ସାହୁ ଓ ବୈଷ୍ଟବ ସାହୁ ଙ୍କ ସହ ଗ୍ରାମର ମହିଳା ସଂଗଠନର କୌଣସି କଥାକୁ ନେଇ ଗଣ୍ଡଗୋଳ ହୋଇଥିଲା | ଏହି ଘଟଣା କୁ ନେଇ ରେଢ଼ାଖୋଲ ଥାନା ରେ ଏକ ମାମଲା ରୁଜୁ ହୋଇଥିଲା | ଯାହାର ମୁଖ୍ୟ ସାକ୍ଷୀ  ଯୁଧିଷ୍ଟିର ସାହୁ ଥିଲେ |ଏହାକୁ ନେଇ ସମ୍ପୃକ୍ତ 2 ଜଣ ବ୍ୟକ୍ତି ମଙ୍ଗଳବାର ସନ୍ଧ୍ୟାରେ ଯୁଧିଷ୍ଟିର ଙ୍କୁ ପଥରରେ ଛେଚିଦେବା ସହ ମାରପିଟ କରିଥିଲେ | ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା | ରେଢ଼ଖୋଲ ଉପଖଣ୍ଡ ଡାକ୍ତରଖାନାରେ ପ୍ରାଥମିକ ଚିକିସା ପରେ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ପଠେଇ ଦିଆଯାଇଛି |

0
0
0
s2sdefault