ହେଡଲାଇନସ୍:

ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର; ହତ୍ୟା ହୋଇଥିବା ଅଭିଯୋଗ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ ମହମ୍ମଦପୁର ପଂଚାୟତ ଚିତ୍ରୋତ୍ପଳା ସେତୁ ତଳେ ଥିବା ଏକ ଦେବଦାରୁ ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣକ ହେଲେ ନରେନ୍ଦ୍ରପୁର ପଂଚାୟତ ଗଡ଼ିଜଙ୍ଗ ରାମେଶ୍ୱରପୁର ଗ୍ରାମର ବବୁଲ ମଳିକ ଓରଫ ବାଇଆ । ପୂର୍ବରୁ ମୁତ ଯୁବକ ଜଣକ ଏକ ଯାତ୍ରା ପାର୍ଟିରେ କାର୍ଯ୍ୟ କରୁଥିଲେ । ଏବେ ଛୁଟି ଥିବାରୁ ସେ ଘରେ ଆସି ଏକ ଟେଣ୍ଡ ହାଉସ ରେ ଦୈନିକ କାର୍ଯ୍ୟ କରୁଥିଲେ । ଶନିବାର ସକାଳେ ଘରୁ ଖାଇପିଇ କାମ କରିବା ପାଇଁ ଯାଇଥିଲେ । ମଧ୍ୟାହ୍ନ ସମୟରେ ପୋଲ ତଳେ ଥିବା ଦେବଦାରୁ ଗଛରେ ବେକରେ ରଶି ଲଗାଇ ଝୁଲୁଥିବା ଏବଂ ତାଙ୍କ ହାତ ଗଛ ଡ଼ାଳରେ ଲାଗିଥିବା କେତେକ ଲୋକ ଦେଖିଥିଲେ । ଏ ସଂକ୍ରାନ୍ତରେ ପୋଲିସକୁ ଖବର ଦିଆଯିବା ପରେ ମୃତ ଦେହ ଉଦ୍ଧାର କରାଯାଇଥିଲା । ପରିବାର ଲୋକେ ବାଇଆ କୁ କେହି ଦୁର୍ବୁତ ହତ୍ୟା କରି ଗଛରେ ଟଙ୍ଗାଇ ଦେଇଥିବା ସଂକ୍ରାନ୍ତରେ କିଶୋରନଗର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି । ତେବେ ତଦନ୍ତ ରିପୋର୍ଟ ଆସିଲା ପରେ ପ୍ରକୃତରେ ଏହା ହତ୍ୟା ନାଁ ଆତ୍ମହତ୍ୟା ଜଣାପଡ଼ିବ ବୋଲି କୁହାଯାଇଛି ।

0
0
0
s2sdefault