ହେଡଲାଇନସ୍:

କାମାକ୍ଷାନଗର ଗୁଳିକାଣ୍ଡ ଘଟଣା : ଦାଦାବଟି ଆଦାୟ ମୁଖ୍ୟ କାରଣ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପିସ୍ତଲ ସହ ୪ଗୁଳି ଓ ୪ ମୋବାଇଲ ଜବତ, ୪ଗିରଫ: ଏସପିଙ୍କ ସୂଚନା।

କାମାକ୍ଷାନଗର/ରିତେଶ ବ୍ରହ୍ମା-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଠିକାଦାର କାହ୍ନୁ ସାହୁଙ୍କୁ ଗୁଳିକାଣ୍ଡ ଘଟଣା ନେଇ ଗୁରୁବାର ଅପରାହ୍ନରେ ଅପରାଧିଙ୍କ ସଂପର୍କରେ ଏକ ଖବରଦାତା ସମିଳନିରେ ଏସପି ଜ୍ଞାନ ମହାପାତ୍ର ସୂଚନା ଦେଇଛନ୍ତି।ଦାଦାବଟି ଆଦାୟ ନେଇ ଗୁଳିକାଣ୍ଡ ହୋଇଥିବା ଷ୍ପଟ କରିଛନ୍ତି।ପ୍ରକାଶ ଯେ ଗତ ୧୪ ତାରିଖ ରାତି ୧୧ଟା ସମୟରେ କାହ୍ନୁ ନିଜ କାର ଯୋଗେ ଘରକୁ ଫେରୁଥିବା ବେଳେ ୩ଜଣ ଦୂର୍ବୁତ୍ତ ବାଇକରେ ଆସି ଗୁଳିଚଳାଇଥିଲେ।ଏହା ପୂର୍ବରୁ କାହ୍ନୁଙ୍କ କାର ଉପରକୁ ବୋମା ପକାଇବା ସହ ଢେଙ୍କାନାଳ ଠାରୁ ତାଙ୍କୁ ଉଠାଇ ନେବାକୁ ଉଦ୍ୟମ କରି ବିଫଳ ହୋଇ କାହ୍ନୁର ଗାଡି ଓ ମୋବାଇଲକୁ ଧରି ଫେରାର ହୋଇଯାଇଥିଲେ।ଏ ସମସ୍ଥ ଘଟଣାକୁ ପୋଲିସ ଗମ୍ଭିରତାର ସହ ନେଇ ଘଟଣାର ପର୍ଦାଫାସ କରିବା ସହ ଘଟଣାରେ ସଂପୃକ୍ତ କିଛି ଆସାମିଙ୍କୁ ଧରିବାରେ ସକ୍ଷମ ହେବା ସହ ଆସାମିଙ୍କ ଠାରୁ ଗୋଟିଏ ପିସ୍ତଲ,୪ରାଉଣ୍ଡ ଗୁଳି ଓ ୪ଗୋଟି ମୋବାଇଲ ଜବତ କରିବାରେ ସକ୍ଷମ ହୋଇଛନ୍ତି।ଏସପି ସୂଚନା ଦେଇ ପ୍ରକାଶ କରିଛନ୍ତି ଯେ ଏସମସ୍ତ ଘଟଣା କେବଳ ଦାଦାବଟି ଆଦାୟକୁ ନେଇ ଘଟିଅଛି।ରାକେଶ ନାଥ ନାମକ ଯୁବକ ଯିଏ କି କିଙ୍ଗ ଅଫ ଫରେଷ୍ଟ ନାମରେ ଏକ ଟିମ ଗଠନ କରି ଢେଙ୍କାନାଳ ଜିଲ୍ଲାର ବିଭିନ୍ଳ ଅଞ୍ଚଳର ୨୦ରୁ ୨୫ ଯୁବକଙ୍କୁ ଏକାଠି କରି ଅଞ୍ଚଳର ବିଭିନ୍ଳ ରାଜନେତା ,ଠିକାଦାର ଓ ବ୍ୟବସାୟିଙ୍କ ଠାରୁ ମାସିକ ଦାଦାବଟି ଆଦାୟ କରିଥିଲେ।ଖାଲି କାମାକ୍ଷାନଗର ନୁହେଁ ଜିଲ୍ଲାର କିଛି ଅଞ୍ଚଳ ଅନୁଗୁଳୁ ଅଞ୍ଚଳ ମଧ୍ୟ ବଟି ଆଦାୟ କରୁଥିଲେ।ଏପରିକି ମାସକୁ ପ୍ରାୟ ୧୫ରୁ ୨୦ ଲକ୍ଷ ଟଙ୍କା ଆକାଉଣ୍ଟ ଓ ମଧ୍ୟସ୍ତିଙ୍କ ଜରିଆରେ ଆଦାୟ କରାଯାଉଥିଲା।କେଉଁମାନେ ଚାନ୍ଦା ଦେଉଥିଲେ ସେମାନଙ୍କର ସୂଚନା ପୋଲିସରେ ହସ୍ତଗତ ହୋଇଛି।ଆସାମିଙ୍କ ଭୟରେ ବଟି ଦେଇଥିବା ବ୍ୟକ୍ତି ମାନେ ପୋଲିସ ଆଗରେ କୈାଣସି ଅଭିଯୋଗ କରୁନଥିଲେ।କିନ୍ତୁ ଏବେ ପୋଲିସ ସେମାନଙ୍କୁ ଅଭିଯୋଗ କରିବା ପାଇଁ କହିଥିବା ବେଳେ ,ଅଭିଯୋଗ ନକଲେ ପୋଲିସ ନିଜ ଆଡୁ ସେମାନଙ୍କ ନାମରେ ମାମଲା ରୁଜୁ କରିବ ବୋଲି ଏସପି ସୂଚନା ଦେଇଛନ୍ତି।ଘଟଣାରେ ସଂପୃକ୍ତ ସୁବାସ ଖୁଣ୍ଟିଆ,ଟିଟନ ଓରଫ ଶୁଭ୍ରାଶୁଂ ନାଏକ,ଗୁଡୁ ଓରଫ ଲିପନ ରାଉତ,ଅନିଲ କୁମାର ନାଏକ ଗିରଫ କରିବାରେ ସକ୍ଷମ ହୋଇଛନ୍ତି।ଏବଂ ଅନ୍ୟ ଆସାମି ମାନେ ତୁରନ୍ତ ଗିରଫ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି।ଏହି ଖବରଦାତା ସମିଳନିରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ସୂର୍ଯ୍ୟମଣି ପ୍ରଧାନ,ଏସଡିପିଓ ରଞ୍ଜନ କୁମାର ଦେ,ଇନସପେକ୍ଟର ଶରତ ଚନ୍ଦ୍ର ମହାଳିକ,ଅମିତ ବିଶ୍ବାଳ,ତୁମୁସିଂଙ୍ଗା ଥାନା ଅଧିକାରି ପ୍ରଦିପ ରଞ୍ଜନ କୁମାର ପାତ୍ର,ସମିର ସାମଲ,ସ୍ବର୍ଣପ୍ରଭା ସାହୁ,ପ୍ରତାପ ସାହୁ ପ୍ରମୂଖ ଉପସ୍ଥିତ ଥିଲେ।

0
0
0
s2sdefault