ହେଡଲାଇନସ୍:

ଜୋର ରୁ ନିଖୋଜ ଯୁବକଙ୍କ ମୃତ ଦେହ ଉଦ୍ଧାର ଘଟଣା :  ନ୍ୟାୟ ନ ମିଳିଲେ ସମସ୍ତେ ଆତ୍ମାହୁତି  ଧମକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଜପୁର /Jayashankar Dash : ବରୀ ଜୋରରୁ ଯୁବକ ଙ୍କ ମୃତ ଦେହ ଉଦ୍ଧାର ଘଟଣା ରେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବା ସହ ପୋଲିସ ବିରୁଦ୍ଧରେ ବିଷୋଦଗାର କରିଛନ୍ତି ।ଆସନ୍ତା ତିନି ଦିନ ଭିତରେ ନ୍ୟାୟ ନ ମିଳିଲେ ଆତ୍ମାହୁତି ଦେବେ ବୋଲି ଏକ ସାମ୍ବାଦିକ ସମିଳନୀ  ପିତା ଅଭିରାମ ଧଳ ଚେତାବନୀ ଦେଇଛନ୍ତି। ଅନ୍ୟ ମାନଙ୍କ ମଧ୍ୟ ରେ ମା ମମତା ଧଳ ଭାଇ ଶୁଭ୍ରକାନ୍ତ ଧଳ ,ସୁଚିକାନ୍ତ ଧଳ ଓ ମାଉସୀ  ସବିତା ସାମଲ ପ୍ରକାଶ କରିଛନ୍ତି। ସେମାନଙ୍କ ଅଭିଯୋଗ ହେଲା ରୌପ୍ୟକାନ୍ତ  9 ତାରିଖରେ ମାମୁ ଘର ତଳ କାଇପଡା କୁ କହି ଆସିଥିଲେ ମାତ୍ର ସେଠାକୁ ନଯାଇ କିଛି ଯୁବକଙ୍କ ସହ ମିଶି ସନ୍ଧ୍ୟାରେ ଭୋଜିଭାତ କରିଥିଲେ । ଏହା ପରଠାରୁ ସେ ନିଖୋଜ ହୋଇଯାଇଥିଲେ।ପରଦିନ ପରିବାର ଲୋକେ ପୁଅର ନିଖୋଜ ସମ୍ପର୍କରେ ବରୀ ଥାନା ରେ ଅଭିଯୋଗ କରିଥିଲେ। ୧୧ତାରିଖ ରେ କଳାମାଟିଆ ଗ୍ରାମର ନିରଞ୍ଜନ ଦାସ ଙ୍କ ଘର ପଛପଟେ ଜୋରରେ ରୋପ୍ୟକାନ୍ତ ଙ୍କ ଶବ ଭାସୁଥିବା ଜାଣି ପରିବାର ଲୋକ ଙ୍କ ସହିତ ବରୀ ପୋଲିସ ପହଂଚି  ଶବ ଜବତ କରିଥିଲେ । ସେ ସମୟରେ ତାଙ୍କ ଠାରୁ କଣ ଗୋଟେ କାଗଜରେ ଦସ୍ତଖତ କରିନେଇଥିବା ରୋପ୍ୟକାନ୍ତ  ଙ୍କ ବାପା ଅଭିଯୋଗ କରିଛନ୍ତି।୧୨ ତାରିଖ ଦିନ ପରିବାର ପକ୍ଷରୁ ଲିଖିତ ଅଭିଯୋଗ କରିବାକୁ ଥାନା କୁ ଯାଇଥିବା ବେଳେ ସେମାନଙ୍କ ଅଭିଯୋଗ କୁ ଥାନା ଅଧିକାରୀ ଗ୍ରହଣ କରିନଥିବା ପ୍ରକାଶ କରିଛନ୍ତି। ତାଙ୍କ ପୁଅ କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ କରିବା ସହିତ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଦାବି କରିଛନ୍ତି। ଆସନ୍ତା ୩ ଦିନ ଭିତରେ ନିରପେକ୍ଷ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ସପରିବାର ଆତ୍ମାହୁତି ଦେବେ ବୋଲି ଧମକ ଦେଇଛନ୍ତି। ଏ ସମ୍ପର୍କରେ ବରୀ ଥାନା ଆଇଆଇସି ରୋଜାଲିନ ପଟେଲଙ୍କୁ ପଚାରିବାରୁ ସେ କହିଥିଲେ ଯେ ତାଙ୍କ ପାଖକୁ ସେମିତି କିଛି ଅଭିଯୋଗ ଆସିନାହିଁ | ମାତ୍ର କାଲି  ତାଙ୍କ ପରିବାର ଲୋକେ ମତେ ଥାନା ବାହାରେ ଭେଟିଥିଲେ  | ଅଭିଯୋଗ ଦେବେ ବୋଲି କହୁଥିଲେ । ମାତ୍ର ପ୍ରଥମ ଅଭିଯୋଗ ଉପରେ ଅପମୃତ୍ୟୁ ମାମଲାରୁଜୁ କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଯଦି ତାହା ହତ୍ୟା କାଣ୍ଡ ହୋଇଥାଏ ପୋଲିସ ହତ୍ୟା ମାମଲାରେ ପରିବର୍ତ୍ତନ କରି ମାମଲା ରୁଜୁ କରିବ । ଏହା ମଧ୍ୟ ଆଇନ ର ବ୍ୟବସ୍ତା ଅଛି ବୋଲି ସେ କହିଥିଲେ ପ୍ରକାଶ ଥାଉ କି ବରୀ ରେ ରୋପ୍ୟକାନ୍ତ ମୃତ୍ୟୁକୁ ମିଶାଇ  ଏଲିନା ହତ୍ୟା ଆଉ ବରୀ ରେ ଚର୍ଚ୍ଚିତ  ମାତୃ ହତ୍ୟା ଭଳି ସଙ୍ଗୀନ ହତ୍ୟା କାଣ୍ଡ ଘଟାଇ ଆସାମୀ ମାନେ ଅଚିନ୍ତା ରେ ବୁଲୁଥିବା ବେଳେ ବରୀ ପୋଲିସ ର ଦକ୍ଷତା କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।ଆଗାମୀ ଦିନରେ ଜନ ସାଧାରଣ  ମାନଙ୍କୁ ସୁରକ୍ଷା କୁ ନେଇ ବୁଦ୍ଧି ଜୀବୀ ମହଲରେ ଆଲୋଚନାର ବିଷୟ ପାଲଟିଛି ।

0
0
0
s2sdefault