ହେଡଲାଇନସ୍:

ତେଲ ନଦୀରୁ ବୃଦ୍ଧା ଉଦ୍ଧାର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୌଦ୍ଧ(ସିମୁନ୍ ନାଏକ) ; ତେଲ ନଦୀ ପୋଲ ତଳରୁ ଖସି ଜଳସ୍ରୋତରେ ଭାସିଯାଉଥିବା ଜଣେ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା ମତେ ଜୈନିକା ବୃଦ୍ଧା ଜଣକ ବୁଧୁବାର ସନ୍ଧ୍ୟାରେ ମନମୁଣ୍ଡା ରୁୁ ସୋନପୁର ଯାଉଥିବା ବେଳେ କୌଣସି କାରଣରୁ ତେଲନଦୀ ପୋଲରୁ ତଳକୁ ଖସିପଡିଥିଲେ । ଫଳରେ ପ୍ରଖର ଜଳସ୍ରୋତରେ ସେ ୫ ଶହ ମିଟର ଭାସିଯାଉଥିବା ସମୟରେ ନଦୀକୁ ସୌଚ ହେବାକୁ ଯାଇଥିବା ସ୍ଥନୀୟ ଅଂଚଳର ଗୁଣ ମଲ୍ଲିକ (୫୫) ଉକ୍ତ ବୃଦ୍ଧାଙ୍କୁ ମଝି ନଇରେ ଭାସି ଯଉଥିବା ଦେଖି ଉଦ୍ଧାର କରିଥିଲେ । ଉଦ୍ଧାର ବୃଦ୍ଧା ଜଣକ ହେଲେ କଣ୍ଟାମାଳ ଥାନା ବୃକୁସୁମର ଦୁଲା ସୁନା(୬୫)  । ତେବେ ବୃଦ୍ଧା ଜଣକ ସମ୍ପୁର୍ଣ୍ଣ ସୁସ୍ଥ ଥିବା ଜଣାଯାଇଛି । 

0
0
0
s2sdefault