ହେଡଲାଇନସ୍:

ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ର ମୃତ୍ୟୁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଇକମାଲ/ଗୌରାଙ୍ଗ ଦାଶ  :- ଏକ ଅଭାବନୀୟ ଘଟଣା କ୍ରମରେ ବୁଧବାର ପାଇକମାଲ ବ୍ଲକ ର କେଛୋଦାଦାର ଗ୍ରାମର ଦିବାକର ଲୁହାର ଙ୍କର ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ହେଇ ଯାଇଥିଲା। ଆଜି ଦୀପହର ପ୍ରାୟ 2ଘଣ୍ଟା ସମୟରେ ହୀରାପୁର ନିକଟସ୍ଥ ଏକ ବିଲରେ କାମ କରୁଥିବା ସମୟରେ ଗୋଟେ ଟ୍ରାକ୍ଟର ଫସି ଯାଇଥିଲା । ଉକ୍ତ ଟ୍ରାକ୍ଟର କୁ କାଢ଼ିବା ପାଇଁ ଆଉ ଗୋଟେ ଟ୍ରାକ୍ଟର ଡକାଇ ଗୋଟିଏ ଲୁହା ରଡ଼ ସାହାଯ୍ୟ ରେ କାଢ଼ିବା ପାଇଁ ଚେଷ୍ଟା କରୁଥିବା ସମୟରେ  ଲିହା ରଡ଼ ଟି ଉପରେ ଯାଇଥିବା ବିଦୂତ ସଂସ୍ପର୍ଶ ଆସିଯିବାରୁ ଲୁହା ରଡ଼ ଧରିଥିବା ଦିବାକର ଓ ବୈଦପାଲି ଗ୍ରାମର ପ୍ରଶାନ୍ତ ବାରିହା ଙ୍କୁ କରେଣ୍ଟ ମାରିଥିଲା। ଘଟଣା ସ୍ଥଳରେ ଦିବାକର ର ମୃତ୍ୟୁ ହେଇଯାଇଥିବା ବେଳେ ପ୍ରଶାନ୍ତ ଙ୍କୁ ପ୍ରଥମେ ପାଇକମାଲ ଓ ପରେ ପଦ୍ମପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ପଠାଇ ଦିଅ ଯାଇଥିଲା। 

         ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଖବର ପାଇବା ପରେ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ମୃତ ଦିବାକର ର ଶବକୁ ବ୍ୟବଛେଦ ପାଇଁ ପଦ୍ମପୁର ଡ଼ାକ୍ତର ଖାନା କୁ ପଠାଇବାର ବ୍ୟବସ୍ଥା କରାଯାଇଛି। ପାଇକମାଲ ର ASI ଶ୍ରୀ S K ସାହୁ ଥାନାରେ କେଶ ନ 15/18 ରୁଜ୍ଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଜଣାଇ ଛନ୍ତି।

0
0
0
s2sdefault