ହେଡଲାଇନସ୍:

ଗଂଜେଇ ଓ କଫ୍ ସିରପ୍ ଜବତ : ୧ ଗିରଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ନୀଳ ଦୀପ - ମଙ୍ଗଲବାର ଦିନ ସକାଳ ପ୍ରାୟ ୭ଟା ସମୟରେ ପଦ୍ମପୁର ପୋଲିସ ଛତିଶଗଡରୁ ·ଲାଣ ହେଉଥିବା ସମୟରେ ଗଂଜେଇ ଓ କଫ ସିରପ୍ ସହ ଜଣେ ଅପରାଧିକୁ ଗିରଫ କରିଛି  । ଛତିଶଗଡ ସରାଇପାଲିରୁ ଏକ ବୋଲେରୋ ଯୋଗେ ନିଶା ସାମଗ୍ରୀ ·ଲାଣ ହେଉଥିବା ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ପଦ୍ମପୁର ପୋଲିସ ଥାନା ଅଧିକାରୀ କେ. ପ୍ରିୟଙ୍କା ରାଉତରାୟଙ୍କ ନେତୃତ୍ୱରେ ସତିଭଟା ଛକ ନିକଟରେ ଛକି ରହିଥିଲା  । ସେଠାରେ ସକାଳ ପ୍ରାୟ ୭ଟା ସମୟରେ ଏକ ଧଳା ରଙ୍ଗର ବୋଲେରୋକୁ ଅଟକାଇଥିଲେ, ଯାହାର ନମ୍ବର ପ୍ଲେଟକୁ କାର୍ବନ ଲଟକାଇ ଢଙ୍କା ଯାଇଥିଲା  । ପୋଲିସ ବୋଲେରୋ  ଏବଂ ବୋଲେରୋ ଭିତରେ ଥିବା ବରଗଡ ଅମ୍ବାପାଲିର ଅର୍ଶଦ ଖାନ ଓରଫ ରାଜାକୁ ଥାନାକୁ ଆଣିଥିଲା  । ସେଠାରେ ମାଜିଷ୍ଟେ୍ରଟ ଅନୀଲ କୁମାର ହୋତାଙ୍କ ଉପସ୍ଥିତିରେ ପୋଲିସ ବୋଲେରୋ ଭିତରୁ ୧.୬୫ କେଜି ଗଂଜେଇ, ୨୦ଟି କଫ ସିରପ, ପାଂଚ ଗୋଟି ୯ ଏମଏମ ଜୀବନ୍ତ ଗୁଲି ଏବଂ ମୋବାଇଲ ଜବତ କରିବା ସହିତ ଅଭିଯୁକ୍ତ ରାଜାକୁ ଗିର‘ କରିଥିଲେ  । ରାଜା ନାମରେ ପୁର୍ବରୁ ମଧ୍ୟ ସୋହେଲା ଓ ବିଜେପୁର ଥାନାରେ ପାଂଚ ଗୋଟି ମାମଲା ରହିଥିବା ଏବଂ ବିଜେପୁର ଉପନିର୍ବାଚନ ପୁର୍ବରୁ ବହୁଚର୍ଚ୍ଚିତ ପଡା ଗୁଲିକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା ସୁଚନା ଦେଇଛନ୍ତି  । 

0
0
0
s2sdefault