ହେଡଲାଇନସ୍:

ନାବାଳିକା ସହିତ ଗଣଦୁଷ୍କର୍ମ ମାମଲା : ଅଭିଯୁକ୍ତ ଦୁଇ ଯୁବକକୁ ୨୦ ବର୍ଷ ଜେଲ ଓ ଜୋରିମାନା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି )-  ବାରିପଦା ଚିଲଡ୍ରେନ୍ସ କୋର୍ଟ ଜଜ୍ ସମର ବିଳାଶ ବେହେରା ଏକ ନାବାଳିକା ଗଣଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ ଦୁଇ ଯୁବକ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ତିଳପୋଷ ଗ୍ରାମର କାଳି ଚରଣ ମହାନ୍ତଙ୍କ ପୁଅ ରଞ୍ଜନ ମହାନ୍ତ(୩୩) ଓ ନୂଆଗାଁ ଗ୍ରାମର ସୁରେଶ ଚନ୍ଦ୍ର ମହାନ୍ତଙ୍କ ପୁଅ ତପନ ମହାନ୍ତ(୨୪)ଙ୍କୁ ଭାରତୀୟ ଦଣ୍ଡବିଧାନ ଆଇନ ଧାରା ୫୦୬ ଅନୁସାରେ ଏକ ବର୍ଷ ଜେଲ ଓ ୫ ହଜାର ଟଙ୍କା ଜୋରିମାନା ଏବଂ ଏହା ଅନାଦେୟ ହେଲେ ଅଧିକ ୩ ମାସ କାରାଦଣ୍ଡରେ ଦଣ୍ଡିତ କରାଇଛନ୍ତି । ସେହିପରି ଧାରା ୩୭୬(ଡ଼ି)ରେ ୨୦ ବର୍ଷ କାରାଦଣ୍ଡ, ୨୦ ହଜାର ଟଙ୍କା ଅର୍ଥଦଣ୍ଡ ଓ ଅନାଦେୟରେ ଅଧିକ ଏକ ବର୍ଷ କାରାଦଣ୍ଡ ଭୋଗିବାକୁ ହେବ ବୋଲି ରାୟରେ ଉଲ୍ଲେଖ କରିଥିବା ବେଳେ ଏହି ସମସ୍ତ ଦଣ୍ଡବିଧାନ ଏକକାଳୀନ ଲାଗୁ ହେବ ବୋଲି ରାୟରେ ଦର୍ଶାଇଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଗତ ୨୦୧୫ ଅପ୍ରେଲ ୨ରେ ଏକ ନାବାଳିକା ସାଇକେଲରେ ହାୱା(ପମ୍ପ) ଦେବାକୁ ବଜାରକୁ ଆସିଥିବା ସମୟରେ ଅଭିଯୁକ୍ତ ରଞ୍ଜନ ମହାନ୍ତ ଓ ତପନ ମହାନ୍ତ ନାବାଳିକାର ମୁହଁକୁ ବନ୍ଦ କରାଇ ନିକଟସ୍ଥ ଏକ ଆକାଶିଆ ଜଙ୍ଗଲ ମଧ୍ୟକୁ ଟେକି ନେଇ ଜଣେ ପରେ ଜଣେ ନାବାଳିକା ସହିତ ବଳପୂର୍ବକ ଦୁଷ୍କର୍ମ କରିଥିଲେ । ଏଥି ସହିତ ଏହି ଖବର ଅନ୍ୟ ସମ୍ମୁଖରେ ପ୍ରକାଶ କଲେ ଜୀବନରୁ ମାରି ଦେବାର ଧମକ ମଧ୍ୟ ଦେଇଥିଲେ । ଉକ୍ତ ଘଟଣାକୁ ନେଇ ପିଡ଼ିତା ନାବାଳିକା ପକ୍ଷରୁ ପରବର୍ତ୍ତ ଦିନ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ ହେବା ପରେ ଥାନାରେ କେଶ ନଂ-୩୬/୦୩.୦୪.୨୦୧୫ରେ ଏକ ମାମଲା ରଜୁ ହୋଇଥିଲା ଏବଂ ନାବାଳିକାର ଡ଼ାକ୍ତରୀ ପରୀକ୍ଷା କରାଯାଇଥିଲା । ଆଜି ଉକ୍ତ ମାମଲାରେ ଥିବା ୯ ସାକ୍ଷୀମାନଙ୍କର ବୟାନ ଓ ଡ଼ାକ୍ତରୀ ରିପୋର୍ଟକୁ ପ୍ରମାଣ ରୂପେ ଗ୍ରହଣ କରି ମାନ୍ୟବର ଅଦାଲତ ପକ୍ଷରୁ ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଅଭିନ୍ନ ପଟ୍ଟନାୟକ ମୋକର୍ଦ୍ଧମାକୁ ପରିଚାଳନା କରିଥିଲେ । 

 

0
0
0
s2sdefault