ହେଡଲାଇନସ୍:

ଅରଖପଦର ସଂରକ୍ଷିତ ଜଙ୍ଗଲରେ କୁଟୁରା ଶିକାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବନ୍ଧୁକ ସହ ୧ ଅଭିଯୁକ୍ତ ଗିରଫ ୨ ଫେରାର, ୨ କେଜି ରନ୍ଧା ମାଂସ ଜବତ

ବୌଦ୍ଧ (ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଅରଖପଦର ସଂରକ୍ଷିତ ଜଙ୍ଗଲରୁ ଏକ କୁଟୁରା ଶିକାର କରି ୩ ଜଣ ଶିକାରୀ ତାର ମାଂସ ବିକ୍ରି କରିବା ପରେ ନିଜେ ଖାଇବା ପାଇଁ ରଖିଥିବା କିଛି ମାଂସକୁ ଜଙ୍ଗଲ ମଧ୍ୟରେ ରୋଷେଇ କରୁଥିବା ସୂଚନା ପାଇ କୁଶଙ୍ଗ ବନ୍ୟପ୍ରାଣୀ ରେଂଜ ପକ୍ଷରୁ ଚଢାଉ ବେଳେ ଜଣେ ଅଭିଯୁକ୍ତ ଶିକାରି ଧରାପଡିଥିବା ବେଳେ ୨ ଅଭିଯୁକ୍ତ ଫେରାର ହୋଇଥିବା ଜଣାପଡିଛି । ତେବେ ଘଟଣା ସ୍ଥଳରୁ ବନ୍ୟପ୍ରାଣି ବିଭାଗର ଚଢଉକାରୀ ଦଳ ଗୋଟିଏ ଟାଙ୍ଗିଆ, ଗୋଟିଏ ଛୁରି ଓ ୨ କେଜି ରନ୍ଧା ମାଂସ ଜବତ କରିବାକୁ ସକ୍ଷମ ହୋଇଥିଲେ । ରବିବାର ଅଭିଯୁକ୍ତ କୁ ବୌଦ୍ଧ କୋର୍ଟକୁ ଚାଲାଣ କରିଥିବା ଜଣାପଡିଛି ।  ବନ୍ୟପ୍ରାଣୀ ରେଂଜ ଅଧିକାରୀ ଙ୍କ କହିବାନୁଯାଇ ଅରଖପଦର ସଂରକ୍ଷିତ ଜଙ୍ଗଲରେ ୨ ନଂ କମ୍ପାଟମେଣ୍ଟ ଅଂଚଳରେ ଶନିବାର ଦିନ କେତେ ଜଣ ଶିକାରୀ ଏକ କୁଟୁରାକୁ ଗୁଳିକରି ଶିକାର କରିଥିଲେ । ପରେ ତାର ମାଂସକୁ ବିକ୍ରି କରି ବଳକା ମାଂସକୁ ଜଙ୍ଗଲ ମଧ୍ୟରେ ରୋଷେଇ କରୁଥିଲେ । ଖବର ପାଇ ରେଂଜ ଅଧିକାରି ଦୟାନିଧି ସେଠୀ ଓ ଷ୍ଟାଫ ସେଠାରେ ଚଢାଉ କରିଥିଲେ । ଗିରଫ ଅଭିଯୁକ୍ତ ଜଣକ ହେଲା ଗେଡରି ସାହି ଗ୍ରାମର ସୁଦାମ ବେହେରା ଏବଂ ଫେରାର ଅଭିଯୁକ୍ତ ଦୁଇଜଣ ହେଲେ ଗେଡରିସାହି ର କୁନ୍ତୁ ବେହେରା ଓ ସଙ୍କୁରି ଗ୍ରାମର ସନ୍ତୁ ବେହେରା । 

 

0
0
0
s2sdefault