ହେଡଲାଇନସ୍:

ନାବାଳିକା ହତ୍ୟାର ନିରପେକ୍ଷ ସିବିଆଇ ତଦନ୍ତ ଦାବୀରେ ଅଭାବନୀୟ କାଣ୍ଡ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଦାବୀପତ୍ର ପ୍ରଦାନ କରିଥିବା କିନ୍ନର ସଂଘର ସଭାପତି ଓ ୫୦ ଜଣଙ୍କ ନାମରେ କେଶ୍ କଲା ପୋଲିସ୍

 

କୋରେଇ, (ଜୟଶଙ୍କର ଦାଶ) : କୋରେଇ ଥାନା ଅର୍ନ୍ତଗତ ସାଦକପୁର ପଂଚାୟତର ମହୁରିଆ ସାହିର ଭାଗିରଥି ଜେନାଙ୍କ ନାବାଳିକା ଝିଅ ସୁନିତାର ମୃତ୍ୟୁ ପରେ ଗତକାଲି ଯାଜପୁର କିନ୍ନର ସଂଘ ଓ କୋରେଇର ଜନସାଧାରଣ ଏକ ରାଲିରେ ମୃତ ସୁନିତାର ଘର ଠାରୁ କୋରେଇ ଥାନା ପର୍ଯ୍ୟନ୍ତ ଯାଇ ଥାନାରେ ଥାନା ଅଧିକାରିଣୀଙ୍କୁ ସିବିଆଇ ତଦନ୍ତ ପାଇଁ ଏକ ଦାବୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଯାଜପୁର ଜିଲ୍ଲପାଳଙ୍କ ନିମନ୍ତେ ପ୍ରଦାନ କରିଥିଲେ । ଏହାପରେ ଥାନା ଅଧିକାରିଣୀ ଚିନ୍ମୟୀ ସାହୁ ଦାବୀପତ୍ରଟିକୁ ଗ୍ରହଣ କରିବା ସହ ଏହି କେଶଟି ବର୍ତ୍ତମାନ ଏସଡିପିଓ କେଦାର ନାଥ ସାହୁ ତଦନ୍ତ ଭାର ହାତକୁ ନେଇଛନ୍ତି ଓ ଆପଣ ମାନଙ୍କ ଦାବୀପତ୍ର ମୁଁ ଜିଲ୍ଲାପାଳ ଓ ଏସ.ପି.ଙ୍କ ପାଖକୁ ପଠାଇବି ବୋଲି କହିଥିଲେ । କିନ୍ତୁ କିନ୍ନର ସଂଘ ଓ କୋରେଇ ଜନସାଧାରଣ ମାନେ ଏହା ନଶୁଣି ପୋଲିସକୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ପୋଲିସ ଉପରକୁ ଖୁଚୁରା ପଇସା ଫୋପାଡି ଥିଲେ । ଏହାପରେ ପୋଲିସ୍ ସେମାନଙ୍କୁ ଘଉଡାଇ ଥାନାର ମୁଖ୍ୟ ଦ୍ୱାରକୁ ବନ୍ଦ କରିଥିଲା । କିନ୍ତୁ ଉତ୍ୟକ୍ତ ଲୋକମାନେ ଏହାକୁ ଭୃକ୍ଷେପ ନକରି ଥାନାର ମୁଖ୍ୟ ଦ୍ୱାରକୁ ଭାଙ୍ଗିବା ପାଇଁ ଚେଷ୍ଟା କରିଥିଲେ ଓ ଦୀର୍ଘ ୪ ଘଂଟା ଧରି ସେଠାରେ ଉପସ୍ଥିତ ରହି ପୋଲିସକୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ବୋଲି କୋରେଇ ଥାନାରେ ସେହି ସମୟରେ କାର୍ଯ୍ୟରତ ଥିବା ଏ.ଏସ୍.ଆଇ. ଦୁଃସାଶନ ରାଉତ ଅଭିଯୋଗ କରିବା ପରେ କୋରେଇ ଥାନା ପୋଲିସ୍ ଥାନା କେଶ୍ ନଂ-୧୧୪/୧୮ ରେ ୧୪୩. ୧୫୧, ୧୫୨, ୨୯୪, ୩୩୨, ୩୩୬, ୩୫୩, ୪୨୭, ୫୦୬, ୧୪୯ ଆଇପିସି / ୩ ର ସିବିପିପି ଧାରାରେ ୫୦ ଜଣଙ୍କ ନାମରେ ମକଦ୍ଧମା ରୁଜୁ କରିଛନ୍ତି । ଯଥା ଯାଜପୁର କିନ୍ନର ସଂଘର ସଭାପତି କାଜଲ  ନାୟକ, ରୀତା ଜେନା, ଡୁମା, ଆସିନ୍, ଲାଲୁ, ବବଲୁଙ୍କ ସମେତ  ୫୦ ଜଣଙ୍କ ନାମରେ ମକଦ୍ଦମା  ରୁଜୁ କରି କୋରେଇ ପୋଲିସ୍ ତଦନ୍ତ ଜାରି ରଖିଛନ୍ତି । 

 

0
0
0
s2sdefault