ହେଡଲାଇନସ୍:

ଜନ ସମ୍ପର୍କ ସହ -ମହାପ୍ରବନ୍ଧକ ପିତାମ୍ବର ବେହେରାଙ୍କ ସଫଳତାର ଜୟଯାତ୍ରା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାୟଗଡା : ସମସ୍ତ ଜନ ସମ୍ପର୍କ ଓ ବାହ୍ୟ ବ୍ୟାପାର ବିଭାଗର ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ହୋଇଥାଏ l ଏହିଭଳି ଦାଇତ୍ୱ ସମ୍ପନ୍ନ ପଦର ଅଧିକାରୀ ହେଉଛନ୍ତି ପିତାମ୍ବର ବେହେରା l ବର୍ତ୍ତମାନ ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ଟିକିରି ଠାରେ ଥିବା ଆଦିତ୍ୟ ବିର୍ଲା ଗ୍ରୁପ (ହିଣ୍ଡାଲକୋ) ଅଧିନସ୍ଥ ଉତ୍କଳ ଆଲୁମିନା କାରଖାନାରେ କାର୍ଯ୍ୟରତ l ଶ୍ରୀ ବେହେରା ୨୦୧୯ ମସିହା ଠାରୁ ସହ -ମହାପ୍ରବନ୍ଧକ, ଜନ ସମ୍ପର୍କ ଓ ବାହ୍ୟ ବ୍ୟାପାର ବିଭାଗରେ ସଫଳତାର ସହ କାର୍ଯ୍ୟ କରି ଆସୁଛନ୍ତି l ଦୀର୍ଘ ୨୪ ବର୍ଷ ଧରି ସେ କର୍ପୋରେଟ ଜଗତର ଟାଟା, ଜିନ୍ଦଲ ଓ ଆଦିତ୍ୟ ବିର୍ଲା ଭଳି ବହୁ ପ୍ରତିଷ୍ଠିତ କମ୍ପାନୀରେ ଜନ ସମ୍ପର୍କ ଓ ବାହ୍ୟ ବ୍ୟାପାର ବିଭାଗରେ ନିରବଛିନ୍ନ ଭାବରେ ନିଜର ଦାଇତ୍ୱ ସମ୍ପାଦନ କରି ଆସିଛନ୍ତି l କନ୍ଧମାଳ ଓ କୋରାପୁଟ ଭଳି ପ୍ରାକୃତିକ ପରିବେଶରେ ତାଙ୍କରି ଶୈଶବ କଟିଛି l ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରିଛନ୍ତି ଶ୍ରୀ ବେହେରା l ତାଙ୍କରି ପିତା ସୁଦୂର ମିଲିଟାରୀ ଚାକିରୀ ଏବଂ ମାତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ଶ୍ରୀ ବେହେରା ଜେଜେ ବାପା, ଜେଜେ ମା, ଦାଦା ଓ ଖୁଡିଙ୍କ ଲାଳନ ପାଳନରେ ନିଜର ଶୈଶବ କାଟିଛନ୍ତି l ଉଚ୍ଚ ଶିକ୍ଷା ସମାପ୍ତ ପରେ ସେ ୧୯୯୯ ମସିହାରେ ପାରାଦ୍ବୀପ ସ୍ଥିତ ଏକ ବେସରକାରୀ ସାର କାରଖାନା (ୱାସ୍ବାଇ ଫର୍ଟିଲାଇଜର) ରେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ l ୧୯୯୯ ମସିହା ମହାବାତ୍ୟା ସମୟରେ କ୍ଷତି ଗ୍ରସ୍ତ ଜନ ସାଧାରଣଙ୍କୁ ରିଲିଫ ବଣ୍ଟନ ଠାରୁ ଆରମ୍ଭ କରି ୨୦୨୨ ମସିହାରେ କାଶୀପୁର ବ୍ଲକରେ ଘଟିଥିବା କଲରା ସଂକ୍ରମଣ ସମୟରେ କମ୍ପାନୀ ପ୍ରତିନିଧି ଭାବରେ ଜନ ହିତକର କାର୍ଯ୍ୟକରି ଜିଲ୍ଲା ଓ ପ୍ରଶାସନ ଦ୍ୱାରା ବହୁବାର ପ୍ରଶଂସନୀୟ ଓ ସମ୍ମାନୀତ ହୋଇଛନ୍ତି l ଜଣେ ଅମାୟିକ ଓ ସମ୍ପନ୍ନ ବ୍ୟକ୍ତି ଭାବେ ନିଜ କାର୍ଯ୍ୟକ୍ଷେତ୍ର ତଥା ବନ୍ଧୁ ମହଲରେ ଶ୍ରୀ ପିତାମ୍ବର ବେହେରା ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଛନ୍ତି l

0
0
0
s2sdefault