ହେଡଲାଇନସ୍:

ସମୁନ୍ନତ ସମାଜ ଗଠନ ପାଇଁ ଶିଶୁମାନଙ୍କ ଅଧିକାରର ସୁରକ୍ଷା ଅପରିହାର୍ଯ୍ୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ରାଜ୍ୟ ଶିଶୁ ଅଧିକାରୀ ସୁରକ୍ଷା ଆୟୋଗର ପ୍ରତିଷ୍ଠା ଦିବସ ଓ ଦୁଇଦିନିଆ କର୍ମଶାଳା ଉଦ୍ଯାପିତ

ଭୁବନେଶ୍ୱର(ଶାସକ ପ୍ରଶାସକ):ସମୁନ୍ନତ ସମାଜ ଗଠନ ପାଇଁ ଶିଶୁମାନଙ୍କ ଅଧିକାରର ସୁରକ୍ଷା ଅପରିହାର୍ଯ୍ୟ | ଶିଶୁର ଶିକ୍ଷା,ସ୍ୱାସ୍ଥ୍ୟ, ପୁଷ୍ଟିସାଧନ ଓ ବଂଚିବା ପାଇଁ ଅନୁକୂଳ ପରିବେଶ ନିର୍ମାଣ ଶିଶୁ ଅଧିକାର ଅନ୍ତର୍ଭୁକ୍ତା ଶିଶୁମାନଙ୍କ ସୁରକ୍ଷା ଓ ଅଧିକାର ଦିଗରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଶକ୍ତିଗୁଡ଼ିକୁ ପ୍ରତିହତ କରାଯିବା ଦରକାର ବୋଲି ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ନବମ ପ୍ରତିଷ୍ଠା ଦିବସ ସମାରୋହ ଓ ଦୁଇଦିନିଆ କର୍ମଶାଳାର ଉଦ୍ଯାପନ କାର୍ଯ୍ୟକ୍ରମରେ ଅତିଥିମାନେ ମତ ଦେଇଛନ୍ତିା

ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଲେ ଯେ ପ୍ରତ୍ୟେକ ଶିଶୁର ଅଭିବୃଦ୍ଧି ପାଇଁ ଘରେ ବାପା ମାଙ୍କର ଗୁରୁଦାୟିତ୍ୱ ରହିଛି |  ଶିଶୁର ମନସ୍ତତ୍ୱକୁ ବୁଝି ତାକୁ ଯତ୍ନର ସହ ବଢେଇବାକୁ ପଡିଥାଏ |  ରାଜ୍ୟରେ ମୋଟ ବ୍ୟୟର ପ୍ରାୟ ୧୫ ପ୍ରତିଶତରୁ ଉର୍ଧ୍ଵ  ଶିଶୁମାନଙ୍କ ନିମନ୍ତେ ଖର୍ଚ୍ଚ କରାଯାଉଥିବାବେଳେ ବିଭିନ୍ନ ସରକାରୀ ବିଭାଗ ପକ୍ଷରୁ ସେମାନଙ୍କ ପାଇଁ ଶତାଧିକ ଯୋଜନା କାର୍ଯ୍ୟକାରୀ ହେଉଛିା ଶିଶୁ ଅଧିକାର ସୁରକ୍ଷା ବାବଦରେ ସମାଜର ସବୁବର୍ଗର ଲୋକେ ସଚେତନ ଓ କ୍ରିୟାଶୀଳ ରହିବା ବାଞ୍ଛନୀୟ ବୋଲି ମନ୍ତ୍ରୀ ଡ.. ସାହୁ କହିଥିଲୋ

ପୂର୍ବତନ ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀ କହିଲେ ଯେ ଗୋଟିଏ ସମୃଦ୍ଧ ଭବିଷ୍ୟତ ନିମନ୍ତେ କାଲିର ନାଗରିକ ହେବାକୁ ଥିବା ଶିଶୁମାନଙ୍କ ସବୁମତେ ବିକାଶ ପାଇଁ ସମସ୍ତେ ଅଂଶୀଦାର ଭାବରେ କାର୍ଯ୍ୟକରିବା ଉଚିତା ଶିଶୁ ଅଧିକାର ସୁରକ୍ଷା ନିମନ୍ତେ କେବଳ ସରକାର ନୁହେଁ ଆମକୁ ସାମାଜିକ ସ୍ତରରେ ପରିବର୍ତ୍ତନ ଆଣିବାକୁ ପଡ଼ିବା ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଶ୍ରୀ ସୁବାସ ସିଂହ, ବରିଷ୍ଠ ପୋଲିସ ପ୍ରଶାସକ ଶ୍ରୀ ସନ୍ତୋଷ ଉପାଧ୍ୟାୟ, ରାଜ୍ୟ ଶ୍ରମ କମିଶନର ଶ୍ରୀ ନିରଞ୍ଜନ ସାହୁ ପ୍ରମୁଖ ମତ ରଖିଥିଲେ | 

ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରି ସଚେତନତା ଓ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱ ଦେଇଥିଲୋ ବିଭିନ୍ନ ବିଭାଗ, ବିଶେଷ କରି ବିଦ୍ୟାଳୟ ଓ ଗଣଶିକ୍ଷା ତଥା ଉଚ୍ଚଶିକ୍ଷା ବିଭାଗର ସମନ୍ୱିତ କାର୍ଯ୍ୟକ୍ରମ ଜରିଆରେ ଶିଶୁ ଅଧିକାର ସୁରକ୍ଷା ନେଇ ଏକାଧିକ ଫଳପ୍ରଦ ବ୍ୟବସ୍ଥାର ସଫଳ ରୂପାୟନ  ସମ୍ଭବ ହୋଇପାରିବ ବୋଲି ସୁଶ୍ରୀ ପ୍ରଧାନ ଆଶାପ୍ରକଟ କରିଥିଲୋ

ଏହି ଅବସରରେ ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗର ଶିଶୁ ଅଧିକାରୀ ସୁରକ୍ଷା ଆୟୋଗର ସଦସ୍ୟମାନଙ୍କ ସମେତ ଆକ୍ସନ୍ ଏଡ୍ ଏବଂ ସେଭ୍ ଦି ଚିଲ୍ଡ୍ରେନ୍ ସଂଗଠନର କର୍ମକର୍ତ୍ତାଙ୍କୁ ସମ୍ମାନିତ କରାଯାଇଥିଲାା ରାଜ୍ୟର କେତେକ ଶିଶୁ ଅଧିକାର ପ୍ରବକ୍ତା, କର୍ମୀ, ବିଭିନ୍ନ ଶିକ୍ଷାନୁଷ୍ଠାନ, ପ୍ରତିଭାବାନ୍ ଶିଶୁ ଧାବକ, ଅଭିନେତ୍ରୀ ଓ ମଡେଲ୍ ଇତ୍ୟାଦିଙ୍କୁ ମଧ୍ୟ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲାା 

0
0
0
s2sdefault