ହେଡଲାଇନସ୍:

କଲିନାଯୁ ଘାଇରୁ ମୃତ ଦେହ ଜବତ, କାରଣ ଆସ୍ପଷ୍ଠ : ହତ୍ୟା ସନ୍ଦେହ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘୁ.ଉଦୟଗିରି:ଗଗନ କୁମାର ପ୍ରଧାନ : କନ୍ଧମାଳ ଜ଼ିଲ୍ଲା ଅଧିନସ୍ଥ ଘୁ. ଉଦୟଗିରି ଥାନା ଅନ୍ତର୍ଗତ ରଟିଙ୍ଗିଆ ଗ୍ରାମ ପଂଚାୟତର କଲିନାଯୁ ଗ୍ରାମ ଠାରେ ଏକ ଅଭାବନିୟ ଘଟଣା ଘଟିଛି.କଲିନାଯୁ ଘାଇରୁ ରାଜ କିଶୋର ପ୍ରଧାନ (50) ନାମକ ଜଣେ ବ୍ୟକ୍ତିଙ୍କ ମୃତ ଦେହ ପୁଲିସ ଉଦ୍ଧାର କରିଛି. 

ସୂଚନା ଅନୁସାରେ କଲିନାଯୁ ଗ୍ରାମର ରାଜା କିଶୋର ପ୍ରଧାନ 30 ତାରିଖରେ ଗ୍ରାମର ଡାକ୍ତର ପ୍ରଧାନ ଏବଂ ବିନୋଦ ପ୍ରଧାନଙ୍କ ସହ ବୁଲିବା ପାଇଁ ଯାଇ ଅଉ  ଘରକୁ ବାହୁଡ଼ି ନ ଥିଲେ.ଘର ଲୋକ ବହୁତ ଖୋଜା ଖୋଜି କଲା ପରେ ପୁଲିସକୁ ନିଖୋଜ ଖବର ଲିଖିତ ଆକାରରେ ଜଣାଇ ଥିଲେ.ଅଭିଯୋଗ ପାଇବା ପରେ ପୁଲିସ କଲିନାଯୁ ଗ୍ରାମକୁ ଯାଇ ତଦନ୍ତ କରି ଡାକ୍ତର ପ୍ରଧାନ ଏବଂ ବିନୋଦ ପ୍ରଧାନଙ୍କୁ ପଚରା ଉଚୁରା କରି ବା ପରେ ଘାଇରୁ ନିଖୋଜ ହୋଇ ଥିବା ସୂଚନା ପାଇ ରାଜ କିଶୋର ପ୍ରଧାନ ଘାଇରେ ପଡି ଥିବା ସନ୍ଦେହ କରି ଥିଲା. ଘାଇ ହିଡ଼ରେ ଗ୍ରାମ ଲୋକ ମୃତ ବ୍ୟକ୍ତିଙ୍କ ପୋଷାକ ଏବଂ ଚପଲ ପାଇ ପୁଲିସ କୁ ଜଣାଇ ଥିଲେ. ପୁଲିସ 31 ତାତିଖରେ ଘୁ.ଉଦୟଗିରି ଦମକଳ ବାହିନୀ ସାହାଯ୍ୟରେ ଘାଇରେ ଖୋଜା ଖୋଜି କରି ନିଖୋଜ ବ୍ୟକ୍ତିଙ୍କ କୌଣସି ଖୋଜଖବର ପାଇନଥିଲା.| ମୃତ ଦେହ 1-11-2019ରେ ପାଣିରେ ଭାସୁଥିବା  ଖବର ପାଇ ପରିବାର ଲୋକ ସେଠାକୁ ଯାଇ ପୁଲିସକୁ ଖବର ଦେଇ ଥିଲେ. ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଂଚି ଦମକଳ ବାହିନୀ ସହାୟତାରେ ମୃତ ଦେହ ପାଣିରୁ ଉଦ୍ଧାର କରି ବା ସହ ପୋଷାକ ଏବଂ ଚପଲ ଜବତ କରିଛି | ଘଟଣାର ଫର୍ଦ୍ଧାଫାସ କରିବା ପାଇ ଡଗ ସ୍କ୍ୱାଡ଼ର ସହାୟତା ପୁଲିସ ନେଇ ଥିଲା. ସମସ୍ତଙ୍କର ମୁଖ୍ୟ ନଜର ଥିଲା FAITH ଉପରେ. FAITH ନାମକ ଏହି କୁକୁର ଆରମ୍ଭ କରି ଥିଲା ମିଶନ  |  ରଟିଙ୍ଗିଆ ଘାଇରୁ FAITH ସିଧା ସଳଖ କଲିନାଯୁର ଯାଇ ତିନିଟା ଘରକୁ ଯାଇ ଥିଲା. ଯାହାକୁ ଦେଖିବା ପାଇଁ ଶହ ଶହ ଲୋକ FAITH ପଛରେ ଯାଇ ଥିଲେ.ମୃତ ବ୍ୟକ୍ତିଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ହୋଇ ଥିବା ଦେଖିବାକୁ ମିଳିଛି | ହେଲେ ମୃତ୍ୟର କାରଣ ଜଣା ପଡ଼ି ନାହିଁ.ଏହି ଘଟଣାକୁ ନେଇ ପୁଲିସ 15/2019 ରେ ଏକ ଅପମୃତ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇ ପଠାଇବା ସହ ଘଟଣାର ତଦନ୍ତ ବିଭିନ୍ନ ଦିଗରୁ ଚାଲି ଥିବା ଥାନାଧିକାରୀ ଚିତ୍ତରଞ୍ଜନ ବେହେରା ସୂଚନା ଦେଇ ଛନ୍ତି. ଗଲେ ତିନି ହେଲେ ଫେରିଲେ ଡାକ୍ତର ପ୍ରଧାନ ଏବଂ ବିନୋଦ ପ୍ରଧାନ ଫେରିଲେ ନାହିଁ ରାଜ କିଶୋର ପ୍ରଧାନ. ଯାହାକୁ ନେଇ ମୃତ ପରିବାର ଲୋକଙ୍କ ମନରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଥିବା କହିଛନ୍ତି. ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁ ଘଟଣାର ପ୍ରକୃତ କାରଣ ଜଣା ପଡିବ ବୋଲି ଥାନାଧିକାରୀ ସୂଚନା ଦେଇ ଛନ୍ତି |

0
0
0
s2sdefault