ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଆନୁକୂଲ୍ୟରେ  ଜିଲ୍ଲା ସ୍ତରୀୟ  ସଡକ ସୁରକ୍ଷା କମିଟି ବୈଠକ  ଅନୁଷ୍ଠିତ ହୋଇ ଯାଇଛି ।

     ଜିଲ୍ଲାପାଳ ଅନୁପମ ଶାହା ଏହି ବୈଠକରେ ଅଧ୍ୟକ୍ଷତା କରି ସରକାରଙ୍କ ନୂତନ ସଡକ ସୁରକ୍ଷା ଉପରେ ମୋଟର-ଯାନ ଆଇନ କଡାକଡି ଭାବେ ଲାଗୁ କରିବାକୁ କହିଥିଲେ । ମୁଖ୍ୟତଃ ମୁଖ୍ୟମନ୍ତ୍ରୀ ଏହି ଆଇନ ପ୍ରତି ଓଡ଼ିଶାରେ କିଛିମାସ କୋହଳ କରିବା ଫଳରେ  ଏହି ସଡକ ସୁରକ୍ଷା ମୋଟର-ଯାନ ଆଇନ ପ୍ରତି  କେହି ଆଉ ମାନୁ ନାହାନ୍ତି , ଯାହା ଫଳରେ ଜିଲ୍ଲାରେ  ଆଉ ପୂର୍ବଭଳି ହେଲମେଟ ପିନ୍ଧୁ ନାହାନ୍ତି କି ସିଟ ବେଲ୍ଟ ଲଗାଉ ନାହାନ୍ତି , ସମସ୍ତେ ବେଖାତିର ଭାବେ ବାଇକ ଓ ମୋଟର ଗାଡି ଚଳାଚଳ କରୁଛନ୍ତି , ଆଞ୍ଚଳିକ ପରିବହନ ବିଭାଗ ଓ ପୋଲିସ ବିଭାଗ ଏଦିଗରେ ଏଲର୍ଟ ରହି ଯାଞ୍ଚ ବ୍ୟବସ୍ଥା କଡାକଡି କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

     ଅନ୍ୟ ପକ୍ଷରେ  ଜିଲ୍ଲାରେ ଗତ ଏକମାସ ମଧ୍ୟରେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ  କେତେ ପରିମାଣର ଯାନବାହନ ଯାଞ୍ଚ ବ୍ୟବସ୍ଥା ହୋଇଛି , କେତେ ପରିମାଣର ଫାଇନ ଟଙ୍କା ଆଦାୟ ହୋଇଛି ,  କେତେ ଜଣଙ୍କୁ ଡ୍ରାଇଭିଙ୍ଗ ପ୍ରମାଣପତ୍ର ଦିଆ ହୋଇଛି , କେତେ ସଡକ ଦୁର୍ଘଟଣା ହୋଇଛି , କେଉଁ କେଉଁ ଯାଗାରେ ଏବଂ କେତେ ଜଣ ମୃତାହତ ହୋଇଛନ୍ତି , ପ୍ରତ୍ୟେକ ବିଷୟରେ ଟିକିନିଖି ସମୀକ୍ଷା କରିଥିଲେ ।

    ଜିଲ୍ଲାରେ ଗତ କିଛିଦିନ ତଳେ ବିଭିନ୍ନ ବ୍ଲକ ଅଞ୍ଚଳରେ ଅତ୍ୟଧିକ ବର୍ଷା ହେବା ଫଳରେ ଅନେକ ରାସ୍ତା ବର୍ଷା ପାଣିରେ ପାର୍ଶ୍ଵ ରାସ୍ତା ଗୁଡିକ ଧୋଇ-ହୋଇ ବିପଦ ସଙ୍କୁଳ ଅବସ୍ଥାରେ ରହିଛି , ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ସେ ସବୁର ମରାମତି କରିବା , ଆବଶ୍ୟକ ସ୍ଥଳେ ଘାଟି କାଟି ରାସ୍ଥା ସିଧା ଓ ସୁରକ୍ଷିତ କରିବା  ପ୍ରଭୃତି ଉପରେ  ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

   ଏମଭିଆଇ--ବସନ୍ତ କୁମାର ମହାପାତ୍ର ମୋଟର-ଯାନ ଚଳାଚଳ , ରାସ୍ତା ଦୁର୍ଘଟଣା ଓ ମୃତାହତ ,  ଡ୍ରାଇଭିଙ୍ଗ ପ୍ରମାଣପତ୍ର ,  ଯାଞ୍ଚ ଫାଇନ ଟଙ୍କା ଆଦାୟ ପ୍ରଭୃତି ଉପରେ ବିଭିନ୍ନ ସୂଚନା ପ୍ରଦାନ କରି ପାୱାର ପଏଣ୍ଟ ପ୍ରଦର୍ଶନ ମାଧ୍ୟମରେ ବୈଠକରେ ଅବଗତ କରାଇଥିଲେ ।    ଉପ-ଜିଲ୍ଲାପାଳ ତଥା ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଦାୟିତ୍ୱରେ ଥିବା ରଜନୀ କାନ୍ତ ସ୍ବାଇଁ ପ୍ରମୁଖ ଯୋଗଦେଇ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ।

   ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ସୀତାରାମ ଶତପଥୀ ଏବଂ ଡ଼ିଏସପି ପ୍ରକାଶ ଚନ୍ଦ୍ର ଜେନାଙ୍କ ସମେତ ଜିଲ୍ଲାର ସମସ୍ତ ଥାନାର ଥାନାଧିକାରୀ ଏବଂ ବହୁ ସଂଖ୍ୟାରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗଦେଇ ବୈଠକ  ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

 

 

0
0
0
s2sdefault