ହେଡଲାଇନସ୍:

 ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ଶପଥପାଠ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ଆଠମଲ୍ଲିକ/ସନ୍ତୋଷ ମେହେର ):ଆଠମଲ୍ଲିକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଛି ଏହି ଅବସରରେ ଏକ ଶପଥପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା I ଏଥିରେ ଉପଜିଲ୍ଲାପାଳ ଡଃ ରଜନୀକାନ୍ତ ବିଶ୍ୱାଳଙ୍କ ଉପସ୍ଥିତିରେ ସମସ୍ତ କର୍ମଚାରୀଙ୍କୁ ଦୁର୍ନୀତି ନିବାରଣ ଉପରେ ସଚେତନ କରିବା ସହିତ ସମସ୍ତ କାର୍ଯ୍ୟରେ ସାଧୁତା ଓ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଆହ୍ୱାନ ଦେବା ସହ ଶପଥପାଠ କରାଇଥିଲେ I ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମିଳିତ ଭାବରେ ଶପଥ ପାଠ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ତହସିଲଦାର ବାସୁଦେବ ମହାପାତ୍ର, ସହକାରୀ ଜିଲ୍ଲାପାଳ ନାରାୟଣ ମହାପାତ୍ର, ଅତିରିକ୍ତ ତହସିଲଦାର ଅଶୋକ କୁମାର ଦେହୁରୀ, ଏନ୍ଏସି ନିର୍ବାହୀ ଅଧିକାରୀ ରବୀନ କୁମାର ଦାସ, ଆଦି ଯୋଗଦାନ କରି ଶପଥପାଠ ଉତ୍ସବରେ ଭାଗ ନେଇଥିଲେ I ସେହିପାରି ଆଠମଲ୍ଲିକର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ଶପଥପାଠ ଉତ୍ସବ ଅନୁଷ୍ଠିତ ହୋଇଛି I ବିଡ଼ିଓ ଶ୍ରୀ ସଞ୍ଜୟ କୁମାର ଆଚାର୍ଯ୍ୟ, ବ୍ଲକର ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଯନ୍ତ୍ରୀ, ଜିଆରଏସ ଓ କର୍ମଚାରୀ ମାନଙ୍କୁ ଶପଥପାଠ କରାଇଛନ୍ତି I

 

0
0
0
s2sdefault