ହେଡଲାଇନସ୍:

ମୃତ ନବଜାତ ଶିଶୁ କନ୍ୟା ଉଦ୍ଧାର ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

(ହରଭଙ୍ଗା /ପ୍ରତାପ ମେହେର ): ବୌଦ୍ଧ ଜିଲ୍ଲା ସରସରା ଗ୍ରାମ ର ଖେଳପଡିଆ  କେନାଲ ରେ ଏକ ନବଜାତ  ମୃତ ଶିଶୁ କନ୍ୟା କୁ ଦେଖିବାକୁ ମିଳିଥିଲା । ସ୍ଥାନୀୟ ବାସିନ୍ଦା ଏହା ଦେଖିବା ପରେ ଲୋକଙ୍କ ଭିଡ ଜମିଥିଲା । ପୋଲିସ କୁ ଖବର ଦେବା ପରେ  ବୌଦ୍ଧ  ପୋଲିସ୍ ଦ୍ଵାରା  ମୃତ ଶିଶୁ  କନ୍ୟା କୁ ଉଦ୍ଧାର କରାଯାଇଛି  । 

ଏଠି ପ୍ରଶ୍ନ ଉଠୁଛି ଯେ ଏହା ଅବୈଧ  ଶିଶୁ କନ୍ୟା ବା କାହାର ଗୁପ୍ତ ପ୍ରଣୟର ପରିଣତି ନୁହେଁ ତ ? 

ନା ଏହା ମୃତ ହେବା ପରେ କେହି କେନାଲ ରେ ଭସେଇ ଦେଇଛି । 

ସରକାର ସବୁବେଳେ ନାରୀ ଓ ଶିଶୁ ପ୍ରତି ତାଙ୍କର ଅଧିକାର ପାଇଁ କାମ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ଏଭଳି ଜଘନ୍ୟ କାଣ୍ଡ କେମିତି ହେଲା ତାହା ବୁଦ୍ଧିଜୀବି ମହଲରେ ପ୍ରଶ୍ନ ଉଠୁଛି । ସରକାର କଣ ସତରେ ଲୋକଙ୍କୁ ସଚେତନ କରାଇବାରେ ବିଫଳ ନା ସାଧାରଣ ଲୋକ ସରକାର ଙ୍କ ନିୟମ କୁ ଖାତିର କରୁନାହାନ୍ତି ? ନା ଶିଶୁ କନ୍ୟା ବୋଲି କେହି କେନାଲ ରେ ଭସେଇ ଦେଇଛି ।  ବୌଦ୍ଧ ଜିଲ୍ଲା ପ୍ରଶାସନ ଏଥି ନିମନ୍ତେ ପଦକ୍ଷେପ ନେବା ସହିତ ଶିଶୁ ସୁରକ୍ଷା ଉପରେ ସଚେତନ କରାଇବା  କାର୍ଯ୍ୟକ୍ରମ  କରିବା ଆବଶ୍ୟକ ବୋଲି ସାଧାରଣ ଜନତା ମତ ପ୍ରକାଶ କରିଛନ୍ତି  ।

0
0
0
s2sdefault