ହେଡଲାଇନସ୍:

ପାଇଖାନା ରାଜନୀତି: ମିଛ ସୂଚନା ଫଳକ ଲାଗିଛି,ସରପଞ୍ଚ ଜାଣିନାହାନ୍ତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାହ୍ୟ ମଳ ମୁକ୍ତ ଗାଁ ଘୋଷଣା ମିଛ ସୂଚନା ଫଳକ

ବିରୋଧ ସରପଞ୍ଚ ବି କହୁଛନ୍ତି ଆହୁରି କାମ ବାକି ଅଛି

ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କଦଳୀଗଡ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଅନେକ ହିତାଧିକାରୀ ଶୌଚାଳୟ ଯୋଜନାରୁ  ବଞ୍ଚିତ ଥିବା ସତ୍ତ୍ୱେ  "ବାହ୍ୟ ମଳ ମୁକ୍ତ ଗାଁ "ବୋଲି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଲଗାଯାଇଥିବା ସୂଚନା ଫଳକକୁ ଗ୍ରାମବାସୀ ମାନେ ଦୁଢ ବିରୋଧ କରୁଛନ୍ତି I ଏହାକୁ ନେଇ କଦଳୀଗଡ ସରପଞ୍ଚ ନଳିନୀ ଦେହୁରୀ ମଧ୍ୟ ଅସନ୍ତୋଷ ପ୍ରକାଶ କରି ଆହୁରି କାମ ବାକି ଥିବା ସୂଚନା ଦେଇଛନ୍ତି I ସୂଚନା ରୁ ପ୍ରକାଶ ଯେ , କଦଳୀଗଡ ପଞ୍ଚାୟତ ଅଞ୍ଚଳର ଜନସଂଖ୍ୟା ପାଖାପାଖି ୪୧୯୫ ରୁ ଅଧିକ I ଏହି ପଞ୍ଚାୟତ ରେ ୧୫୦୦ ଶହ ରୁ ଅଧିକ ଘର ସଂଖ୍ୟା ସହିତ ୪୧୯୫ ରୁ ଅଧିକ ଜନସଂଖ୍ୟା ରହିଛି I କଦଳୀଗଡ ପଞ୍ଚାୟତର ୧୩୪୦ ଜଣ ହିତାଧିକାରୀଙ୍କ ପାଇଁ ୨୦୧୨ ମସିହାରୁ ୨୦୧୭ ମସିହା ପର୍ଯନ୍ତ କେନ୍ଦ୍ରସରକାର ଙ୍କ ସ୍ୱଛ ଭାରତ ମିଶନ ଯୋଜନା ରେ ଶୌଚାଳୟ ଅନୁମୋଦିତ ହୋଇଥିଲା I ବର୍ତ୍ତମାନ ସୁଦ୍ଧା କଦଳୀଗଡ ପଞ୍ଚାୟତର ବିଭିନ୍ନ ଗ୍ରାମରେ ମୋଟ ୧୨୩୦ ଜଣ ହିତାଧିକାରୀ ଶୌଚାଳୟ ପାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୧୦ ଜଣ ହିତାଧିକାରୀ ତଥା ୨୦ ପ୍ରତିଶତ ରୁ ଅଧିକ ଏହି ଶୌଚାଳୟରୁ ବଞ୍ଚିତ ରହିବାକୁ ନେଇ ସରପଞ୍ଚ ନଳିନୀ ଦେହୁରୀ ମଧ୍ୟ ଅଭିଯୋଗ କରିଛନ୍ତି I ତେବେ କଦଳୀଗଡ ପଞ୍ଚାୟତର ବିଭିନ୍ନ ଗ୍ରାମ ନିକଟ ରାସ୍ତା କଡରେ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ବାହ୍ୟ ମଳ ମୁକ୍ତ ଗାଁ ବୋଲି ସୂଚନା ଫଳକ ଲଗାଇଛି ସେ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି I ସରପଞ୍ଚ ନଳିନୀ ଦେହୁରୀ ବ୍ଲକ ଓ ଜିଲ୍ଲା ପ୍ରଶାସନ ଙ୍କୁ ଏ ବାବଦରେ ଜଣାଇବେ ବୋଲି ସୂଚନା ଦେଇଛନ୍ତି I

0
0
0
s2sdefault