ହେଡଲାଇନସ୍:

ଏଭଳି ଐତିହାସିକ ନିଷ୍ପତ୍ତି ପାଇଁ ଓଡ଼ିଆ ଜାତିର ପ୍ରାତଃ ସ୍ମରଣୀୟ ହୋଇ ରହିବେ ନବୀନ ବାବୁ : ସଞ୍ଜୟ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ସ୍ୱର୍ଗଦ୍ୱାର ଓଡ଼ିଆ ଜାତିର ଆବେଗ ସହିତ ଜଡ଼ିତ । ଏହାର ଐତିହ୍ୟ ଓ ପରମ୍ପରା ପ୍ରତି ପ୍ରତ୍ୟେକ ଓଡ଼ିଆଙ୍କ ଭାବାବେଗରେ ସ୍ୱତନ୍ତ୍ର ସ୍ଥାନ ରହିଛି । ସ୍ୱର୍ଗଦ୍ୱାର ଏକ ଶାଶ୍ୱତ ପୀଠ, ଯାହା ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ଅଙ୍ଗୀଭୂତ ଏବଂ ଏହି ପୀଠର ସର୍ବାଙ୍ଗୀନ ବିକାଶ ପାଇଁ ବିଭିନ୍ନ ସମୟରେ ଲୋକମାନେ ଆଗ୍ରହ ପ୍ରକାଶ କରିଛନ୍ତି । ଚଳିତବର୍ଷ ବାତ୍ୟା ‘ଫନି’ ପରେ ସ୍ୱର୍ଗଦ୍ୱାରର ବ୍ୟାପକ କ୍ଷତି ହୋଇଥିଲା । ଏହି ପୀଠର ସର୍ବବିଧ ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟରେ ୫ କୋଟି ଟଙ୍କା ଖର୍ଚ୍ଚ କରାଯିବ ପାଇଁ ଯେଉଁ ନିଷ୍ପତ୍ତି ଓ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି, ତାହାକୁ ପ୍ରତ୍ୟେକ ଓଡ଼ିଆ ସ୍ୱାଗତ କରିବେ ବୋଲି ବିଜେଡି ସାଧାରଣ ସଂପାଦକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସଂଜୟ କୁମାର ଦାସବର୍ମା, ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଓ ଦଳର ସାଧାରଣ ସଂପାଦକ ବିଜୟ କୁମାର ନାୟକ ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ  ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ଶବଦାହ ଠାରୁ ଆରମ୍ଭ କରି ଶବ ବାହକମାନଙ୍କ ସୁବିଧା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା, ସବୁ ଋତୁରେ ଶବଦାହ କରିବା ପାଇଁ ବ୍ୟବସ୍ଥିତ କରିବା, ଶବ ବାହକମାନଙ୍କ ପାଇଁ ବିଶ୍ରାମ କକ୍ଷ ସହ ବ୍ୟାପକ ବୃକ୍ଷରୋପଣ ଓ ଅସ୍ଥି ସଂଗ୍ରହ ଏବଂ ଏହାର ସଂରକ୍ଷଣ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ଭଳି ବହୁବିଧ କାର୍ଯ୍ୟକ୍ରମ ସରକାର ହାତକୁ ନେଇଛନ୍ତି । 

ସ୍ୱର୍ଗଦ୍ୱାରରେ ଓଡ଼ିଶାର ମହାନାୟକ ବିଜୁ ପଟ୍ଟନାୟକଙ୍କ ସ୍ମୃତିସ୍ଥଳ ଅଛି । ଏହା ବିଜୁବାବୁଙ୍କୁ ଭଲ ପାଉଥିବା ଲୋକମାନଙ୍କ ଭାବାବେଗରେ ନିର୍ମିତ ହୋଇଥିଲା । ବିଜୁବାବୁ କୋଟି କୋଟି ଓଡ଼ିଆଙ୍କ ହୃଦୟରେ ଅଛନ୍ତି । ସ୍ୱର୍ଗଦ୍ୱାରରେ ବିଜୁବାବୁଙ୍କ ଉଦ୍ଦେଶ୍ୟରେ ଯାହାକିଛି ଥିଲା ସେସବୁ ଏବେ ଓଡ଼ିଶାବାସୀଙ୍କ ସେବାରେ ସମର୍ପିତ । ବିଜୁବାବୁଙ୍କର କେବଳ ସ୍ମୃତି ଫଳକଟିଏ ସ୍ୱର୍ଗଦ୍ୱାରରେ ସ୍ଥାନ ପାଇବ । ସ୍ୱର୍ଗଦ୍ୱାରର ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏଭଳି ଐତିହାସିକ ନିଷ୍ପତ୍ତି ପାଇଁ ସେ ଚିରକାଳ ଓଡ଼ିଆ ଜାତିର ପ୍ରାତଃ ସ୍ମରଣୀୟ ହୋଇ ରହିବେ ବୋଲି ଶ୍ରୀ ଦାସବର୍ମା କହିଛନ୍ତି ।

 

0
0
0
s2sdefault