ହେଡଲାଇନସ୍:

 ବାପାଙ୍କ ଠାରୁ ରାଜ୍ୟ ସ୍ୱାର୍ଥ ବଡ ,ନବୀନଙ୍କ ନିଷ୍ପତ୍ତି କଲା ପ୍ରମାଣ 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଭୁବନେଶ୍ୱର((ଶାସକ ପ୍ରଶାସକ ) : ରାଜ୍ୟ ବଡ, ବ୍ୟକ୍ତିଗତ ସ୍ୱାର୍ଥ ପଛ | ଏତେ ଦିନର ଧର୍ମସଂକଟରେ ପୁର୍ଣଛେଦ ପଡିଛି | ଏହାକୁ ନେଇ ବେଳେବେଳେ ରାଜନୀତି ହୋଇଛି ବା କିଛି ରାଜନୈତିକ ବାଧକତା ଦେଖା ଦେଇଥିଲା, ଯାହାର ପରିଣାମ ସ୍ୱରୂ ବିଗତ ଦିନରେ ନିଷ୍ପତ୍ତି ନେବା ପାଇଁ ବିଳମ୍ବିତ ହୋଇଛି | ଯଦିଓ ଅନେକ ବର୍ଷ ଲାଗିଲା, ଶେଷରେ ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ | ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମାଣିତ କଲେ ଜନ୍ମଦାତାଙ୍କ ଠାରୁ ରାଜ୍ୟ ବଡ | ବ୍ୟକ୍ତିଗତ ସ୍ୱାର୍ଥ ଠାରୁ ରାଜ୍ୟବାସୀଙ୍କ ସ୍ୱାର୍ଥ ବଡ | ଲୋକଙ୍କ ଭଭଵେଗ ସହ ଜଡିତ ହୋଇ ନିର୍ମିତ ହୋଇଥିବା  ଲୋକପ୍ରିୟ ଜନନାୟକ ତଥା ନିଜ ପିତା  ବିଜୁ ପଟ୍ଟନାୟକଙ୍କଙ୍କ ସମାଧି ସ୍ୱର୍ଗଦ୍ୱାରରୁ ହଟାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ସେହି ସ୍ଥାନ ଓଡିଶାବାସୀଙ୍କ ସେବାରେ ଲାଗିବ |

କେବଳ ସେତିକି ନୁହେଁ, ଫଣୀରେ କ୍ଷତିଗ୍ରସ୍ତ ହୋଇଥିବା ସ୍ୱର୍ଗଦ୍ୱାରର ପୁନଃନିର୍ମାଣ ପାଇଁ ନିଷ୍ପତି ନେଇଛନ୍ତି ମୁଖ୍ୟମନ୍ତ୍ରୀ | ଓଡିଶା ବାସୀଙ୍କ ଦରମିୟା ଭାବନା ଓ ଭାବପ୍ରବଣତା ସହ ଜଡିତ ସ୍ୱର୍ଗଦ୍ୱାରଜେ ନବକଳେବର ବା ପୁନଃବିକାଶ ପାଇଁ ଖର୍ଚ୍ଚ ହେବ ୫ କୋଟି ଟଙ୍କା | ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଭରଣା ହେବ ଅର୍ଥ | ଫୋନେକ୍ସି ଫାଉଣ୍ଡେସନ ସହଯୋଗରେ ହେବ ବିକାଶ କାର୍ଯ୍ୟ ଛଅ ମାସ ମଧ୍ୟରେ କାର୍ଯ୍ୟ ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ | ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଆଇନ ପଂଚାୟତି ରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ପୁରୀ ଜିଲ୍ଲାର ମନ୍ତ୍ରୀ  ତୁଷାରକାନ୍ତି ବେହେରା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଗ୍ରାମ୍ୟ ଉନ୍ନୟନ ସଚିବ ପ୍ରଦୀପ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ | 

ସୂଚନାଯୋଗ୍ୟ ଯେ, ବିଜୁ ବାବୁଙ୍କ ଦେହାନ୍ତ ପରେ ବିଜୁବାବୁଙ୍କ ସମାଧିକୁ ସେଠାରେ ନିର୍ମିତ ହୋଇଥିଲା | ସେତେବେଳେ ନବୀନ  ବାବୁ ମୁଖ୍ୟମନ୍ତ୍ରୀ ନଥିଲେ କି ସରକାର ବି ନଥିଲା ବିଜେଡିର | ସେ ସମାଧି ଭାବପ୍ରବଣତାର ତତ୍କାଳିକ ପ୍ରଭାବ ସ୍ୱରୂପ ନିର୍ମିତ ହୋଇଥିଲା | ଆଉ ବିଜେଡିସରକାର ହେବ ପରେ ନିୟମିତ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଠାକୁ ବିଜୁ ବାବୁଙ୍କ ଶ୍ରଦ୍ଧା ଦିବସରେ ଯାଇ ଶ୍ରଦ୍ଧାସୁମନ ଅର୍ପଣ କରି ଆସୁଥିଲେ | ଏହି ସମାଧି ଉଠାଇବା ପାଇଁ ଅଦାଲତକୁ ଯାଇଥିଲେ ଆଡଭୋକେଟ ରମେଶ ସିଂ ୧୯୯୯ ମସିହାରେ | ଆଉ ଏହାରି ଉପରେ ରାୟ ଆସିଥିଲା ୨୦୧୫ ମସିହାରେ | ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ ଅଦାଲତ | 

0
0
0
s2sdefault