ହେଡଲାଇନସ୍:

"ଅନ୍ୟର ମଙ୍ଗଳ କଥା ଚିନ୍ତା କଲେ ଦୁର୍ନୀତି ଆପେ ଆପେ ଦୁର ହେବ"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜିଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ବ୍ରହ୍ମପୁର  ଦୁର୍ନୀତି ନିବାରଣ ଡିଭିଜନର ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା  ଦୁର୍ନୀତି ନିବାରଣ ବିଭାଗ ଆନୁକୂଲ୍ୟରେ ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

 ଆଜି  ସକାଳ ୮ଘଣ୍ଟା ସମୟରେ ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ଛାତ୍ର ଓ ଶିକ୍ଷକ ଏବଂ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ଓ ଗୁରୁଜୀ ମାନେ ବହୁ ସଂଖ୍ୟାରେ ଯୋଗ ଦେଇ ଏକ ବିରାଟ ସଚେତନତା ଶୋଭାଯାତ୍ରାରେ ବାହାରି ହାତରେ ପ୍ଲା-କାର୍ଡ ଧରି ବିଭିନ୍ନ ସ୍ଲୋଗାନ ମାନ ଦେଇ ସମଗ୍ର ପରିକ୍ରମା କରିଥିଲେ । 

ଏହି ସଚେତନତା ଶୋଭାଯାତ୍ରାଟିକୁ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡ଼ଃ .ବୃଷ କେତୁ ଦାସ ଏବଂ ଭିଜିଲାନ୍ସ ଇନିସ୍ପେକ୍ଟର ଡି . ବାସୁଦେବ ରାଓ ଯୋଗଦେଇ ମିଳିତ ଭାବେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

     ପରେ ପୂର୍ବାହ୍ନ ୧୧ ଘଣ୍ଟା ସମୟରେ  ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନ ଠାରେ ଚଳିତ ବର୍ଷର ଦୁର୍ନୀତି ନିବାରଣ ବିଭାଗର ଜନବାର୍ତ୍ତା " ସଚ୍ଚୋଟତା-ଏକ ଜୀବନ ଶୈଳୀ" ଉପରେ ଆଲୋଚନା ଚକ୍ର ଓ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ବ୍ରହ୍ମପୁର ସେଣ୍ଟ୍ରାଲ ରୋଟାରୀ କ୍ଲବ ସହଯୋଗୀତାରେ ଅନୁଷ୍ଠିତ ହୋଇଥିଲା ।

   ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନିତା ରାଣୀ ବେହେରା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ  ଗଜପତି ଜିଲ୍ଲାପାଳ ଅନୁପମ ସାହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱାର୍ଥପରତାର ଲୋଭନୀୟ ମନୋଭାବ ମଣିଷକୁ ଦୁର୍ନୀତି ମୁହଁ'କୁ ଠେଲି ଦେଇଥାଏ , ସମସ୍ତେ ସଚେତନ ହୋଇ ନିଃସ୍ୱାର୍ଥପର ଭାବେ ଅନ୍ୟର ମଙ୍ଗଳ କଥା ଚିନ୍ତା କଲେ ଦୁର୍ନୀତି ଆପେ ଆପେ ଦୁର ହେବା ସହ ଏକ ଦୁର୍ନୀତି-ମୁକ୍ତ ସୁସ୍ଥ ସମାଜ ଗଠନ ହୋଇ ପାରିବ ବୋଲି କହିଥିଲେ ।

      ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଗଜପତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା , ଭିନିଲେନ୍ସ ବିଭାଗ ଅତିରିକ୍ତ ଏସପି ସାନ୍ତାନୁ କୁମାର ପାଢୀ ,ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଡ଼ଃ . ଜିତେନ୍ଦ୍ର ନାଥ ପଟ୍ଟନାୟକନ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ଅନୀତି ଓ ଦୁର୍ନିତୀର ବିଭିନ୍ନ ଦିଗ ଉପରେ ଆଲୋଚନା କରି ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ଆହ୍ବାନ କରିଥିଲେ ।

    ଅନ୍ୟ ପକ୍ଷରେ କୌଣସି କ୍ଷେତ୍ରରେ ଦୁର୍ନୀତି ହେବାର ଖବର ଜାଣିଲେ ସେମାନେ ସ୍ଥାନୀୟ ଭିଜିଲେନ୍ସ ବିଭାଗ ନଚେତ ଟୋଲ-ଫ୍ରି ନମ୍ବର ୦୬୮୦-୨୨୮୨୩୦୦କୁ ଡାଏଲ୍ କରି ଜଣାଇବାକୁ ଏବଂ ଜଣାଇବା ବ୍ୟକ୍ତିଙ୍କ ନାମ ଓ ତଥ୍ୟ ସମ୍ପୂର୍ଣ୍ଣ ଭାବେ ଗୋପନୀୟ ରଖାଯିବ ବୋଲି କହିଥିଲେ । ସମସ୍ତ କାର୍ଯ୍ୟରେ ଓ ବିଭିନ୍ନ କ୍ଷେତ୍ରରେ ସ୍ୱଚ୍ଛତାର ସହ ସାଧୁତା ଓ ସଚ୍ଚୋଟତା ରହିଲେ ହିଁ ଏକ ଦୁର୍ନୀତି ମୁକ୍ତ ସୁସ୍ଥ ସମାଜ ଗଠନ ଦିଗରେ ବେଶ ସହାୟକ ହୋଇ ପାରିବ ବୋଲି ମଞ୍ଚାସୀନ ଅତିଥି ମାନେ ମତବ୍ୟକ୍ତ କରିଥିଲେ ।

    ପରେ ପୂର୍ବରୁ ଅନୁଷ୍ଠିତ  ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା ।

   କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭିଜିଲେନ୍ସ ଇନିସ୍ପେକ୍ଟର ଡି.ବାସୁଦେବ ରାଓ ସ୍ୱାଗତ ଭାଷଣ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କର୍ମଚାରୀ ଅଚ୍ୟୁତା ନନ୍ଦ ବସ୍ତିଆ  ସଭା କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ।

 

0
0
0
s2sdefault