ହେଡଲାଇନସ୍:

ପ୍ରୂର୍ତ୍ତ ବିଭାଗକୁ ବୋଝ ଅଦାଲତ ମାମଲା : ମାମଲା  କମାଇବା ପାଇଁ ନିର୍ଦ୍ଦେଶ ଦେଲେ ସବିବ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସବୁ ଅଦାଲତ ଅବମାନନା ମାମଲାର କାରଣ ଦର୍ଶାଅ ଉତ୍ତର ଚଳିତମାସ ୩୧ସୁଦ୍ଧା ଅଦାଲତରେ ଦାଖଲ କର : ଡକ୍ଟର କୁମାର                     

ଭୁବନେଶ୍ୱର : ପୂର୍ତ୍ତ ସଚିବ ଭାବେ ଦାୟିତ୍ୱନେବା ପରେ ବିଭାଗରେ ବିଭିନ୍ନ ସଂସ୍କରମୂଳକ ପ୍ରଶାସନିକ ପଦକ୍ଷେପ ନେଇ ତାହାକୁ କ୍ରିୟାଶୀଳ କରିଥିବା ବରିଷ୍ଠ ଆଇଏଏସ ଅଫିସର ଡକ୍ଟର କ୍ରିଷନ କୁମାର ଏବେ ବିଭାଗରୁ  ମାମଲା ବୋଝ ହ୍ରାସ ପାଇଁ ନିର୍ଦ୍ଦେଶ ଦେଇଛନ୍ତି | ଆଉ ଏଜି କାମ ପାଇଁ ପୂର୍ତ୍ତ ବିଭାଗରେ କର୍ମଚାରୀମାନଙ୍କ ପ୍ରଶିକ୍ଷଣ ଆରମ୍ଭ ହୋଇଥିବାବେଳେ ଚଳିତମାସ ଶେଷ ସୁଦ୍ଧା ଅଦାଲତ ଅବମାନନା ମାମଲାର ଉତ୍ତର ଦାଖଲ ପାଇଁ ବିଭାଗୀୟ ଶାସନ ସଚିବ ଡକ୍ଟର କୁମାର ନିର୍ଦ୍ଦେଶ ଦେଇଛନ୍ତି ।

ବିଭାଗରେ ପଡିଥିବା ମାମଲାର ସମୀକ୍ଷା ଅବସରରେ ଡକ୍ଟର କୁମାର ବିଭାଗୀୟ ଅଧିକାରୀମାନଙ୍କୁ ଏଭଳି ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି । ସୂଚନା ଅନୁଯାୟୀ ପୂର୍ତ୍ତ ବିଭାଗରେ ଏବେ ୬୮୦୦ ମାମଲା ଥିବାବେଳେ ଅଦାଲତ ଅବମାନନା ମାମଲା ସଂଖ୍ୟା ହେଉଛି ୭୪ । ତେଣୁ ସମସ୍ତ ଅଦାଲତ ଅବମାନନା ମାମଲାର କାରଣ ଦର୍ଶାଅ ଉତ୍ତର ଚଳିତମାସ ୩୧ ତାରିଖ ସୁଦ୍ଧା ଅଦାଲତରେ ଦାଖଲ ପାଇଁ କୁହାଯାଇଛି ।

ସେହିଭଳି ମାମଲା ପରିଚାଳନା ପ୍ରକ୍ରିୟା ଯେଭଳି ତ୍ୱରାନ୍ୱିତ ହେବ ସେଥିପାଇଁ ବିଭିନ୍ନ ଶାଖାର ଅଧିକାରୀ ମାନଙ୍କର ଏଲ୍‍ଏମ୍‍ଏସ୍‍ ତାଲିମ କାର୍ଯ୍ୟ ଆରମ୍ଭ କରାଯାଇଛି । ତେବେ ଅନ୍ୟ ବିଭାଗ ବିଶେଷକରି ବିଦ୍ୟାଳୟ ଓ ଗଣଶିକ୍ଷା, ଜଳସମ୍ପଦ, ଅର୍ଥ ବିଭାଗରେ ଥିବା ମାମଲା ବୋଝ କିଭଳି ହ୍ରାସ ପାଇଲା ତାହାକୁ ଅନୁଧ୍ୟାନ କରି ରିପୋର୍ଟ ଦେବାପାଇଁ ବିଭାଗୀୟ ସଚିବ କହିଛନ୍ତି ।

ସେହିଭଳି ଆଡଭୋକେଟ ଜେନେରାଲଙ୍କ ସହିତ ପରାମର୍ଶ କ୍ରମେ ସ୍ୱତନ୍ତ୍ର ପଦକ୍ଷେପ ନେଇ ମାମଲା ଗୁଡିକ ଯେଭଳି ଶୀଘ୍ର ଫଏସଲା ହୋଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି । ବିଶେଷକରି ବିଭାଗ ଉପରେ ଯେଭଳି ଆଉ ମାମଲା ବୋଝ ନବଢେ କିମ୍ବା ବିଭାଗୀୟ ଅଧିକାରୀମାନେ ମାମଲା ପାଇଁ ବିଭିନ୍ନ ଅଦାଲତକୁ ବାରମ୍ବାର ନଦଉଡନ୍ତି ସେଥିପାଇଁ ପଦକ୍ଷେପ ନେବାକୁ ଡକ୍ଟର କୁମାର ସ୍ପଷ୍ଟ ଭାବେ କହିଛନ୍ତି ।

ଉଲ୍ଲେଖନୀୟ ଯେ ମାମଲା ଚାପ ଯୋଗୁଁ ପୂର୍ତ୍ତ ବିଭାଗରେ ଏବେ ଅଦାଲତି କାମ ବଢିବାରେ ଲାଗିଛି । ବିଶେଷକରି ଅଦାଲତ ଅବମାନନା ମାମଲା ଯୋଗୁଁ କର୍ତ୍ତୃପକ୍ଷ ଚିନ୍ତାରେ ଅଛନ୍ତି । କାରଣ ଠିକଣା ସମୟରେ ଅଦାଲତରେ ପକ୍ଷ ନରଖିଲେ ବରିଷ୍ଠ ଅଧିକାରୀମାନଙ୍କୁ କାଠଗଡାରେ ଛିଡା ହେବାକୁ ପଡିବ । ଦୀର୍ଘଦିନ ଧରି ମାମଲା ଫଏସଲା ଉପରେ ଗୁରୁତ୍ୱ ଦିଆଯାଉନଥିବାବେଲେ ଡକ୍ଟର କୁମାର କିନ୍ତୁ ଏହାକୁ ଅଗ୍ରାଧିକାର ଦେବା ସହିତ ବିଭାଗ କିଭଳି ମାମଲା ବୋଝରୁ ମୁକ୍ତ ହେବ ସେଥିନେଇ ପଦକ୍ଷେପ ଗ୍ରହଣ ଆରମ୍ଭ କରିଛନ୍ତି । 

0
0
0
s2sdefault