ହେଡଲାଇନସ୍:

ଚଂଚକତା କରି ବିଧବାଙ୍କ ଜମି ହଡପ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡ଼ା(ଅମିତ ପୁରୋହିତ) ଖଡିଆଳ ବ୍ଲକ ରୋହେନପଦର ଗ୍ରାମର ଆଦିବାସୀ ବିଧବା ମହିଳା ଧନମତୀ ମାଝୀଙ୍କ ଜମିକୁ ଚଂଚକତା  କରି ହଡପ କରାଯାଇଥିବା ଅଭିଯୋଗ ହୋଇଛି । ତୁରନ୍ତ ଏହି ରେଜଷ୍ଟେ୍ରସନ ବାତିଲ କରିବାକୁ ଧନମତୀଙ୍କ ପରିବାର ଓ ସ୍ଥାନୀୟ ଗ୍ରାମବାସୀ ଖଡିଆଳ ତହସିଲ ଅଫିସ ଆଗରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି । ତେବେ ଖଡିଆଳ ଅତିରିକ୍ତ ତହସିଲଦାର ତପନ କୁମାର ନାଏକଙ୍କ ନେତୃତ୍ୱରେ ତହସିଲ ଅଫିସର ଏକ ଟିମ ଗାଁକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ଏନେଇ ଅତିରିକ୍ତ ତହସିଲାଦାର ଶ୍ରୀ ନାଏକଙ୍କୁ ପଚାରିବାରୁ ଜମି ହଡପ ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି  ବୋଲି କହିଥିଲେ । ରେଜିଷ୍ଟ୍ରିର ଦୁଇଜଣ ସାକ୍ଷୀ, ଜମି କ୍ରେତା, ଓକିଲ  ସମ୍ପୃକ୍ତ କର୍ମଚାରୀଙ୍କୁ ନୋଟିସ କରାଯାଇଛି ବୋଲି ସେ ପ୍ରକାଶ କରିଥିଲେ । 

0
0
0
s2sdefault