ହେଡଲାଇନସ୍:

ଭିଏଲ୍ଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କ ରହସ୍ୟମୟ ମୃତ୍ୟୁର  ସିବିଆଇ ତଦନ୍ତ ହେଉ : କଂଗ୍ରେସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର(ଗିରିଜା ଦାଶ) – ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଂଚାୟତର ଭିଏଲ୍ଡବ୍ଲୁ ୰ ସ୍ମିତାରାଣୀ ବିଶ୍ୱାଳଙ୍କ ରହସ୍ୟମୟ ସନ୍ଦେହଜନକ  ମୃତ୍ୟୁ ପ୍ରସଙ୍ଗ ପୋଲିସ ଦ୍ୱାରା ସମ୍ଭବ ନୁହେଁ | କାରଣ ପ୍ରଭାବଶାଳୀ ବ୍ୟକ୍ତି ତଥା ଶାସକ ଦଳ ରାଜନେତାଙ୍କ ସମ୍ପୃକ୍ତି ସନ୍ଦେହ ଥିବା ଯୋଗୁ ତଦନ୍ତ ନିରପେକ୍ଷ ହେବା ନେଇ ଆଶଙ୍କା ରହିଛି | ରେଣୁ ଘଟଣାର  ସିବିଆଇ ତଦନ୍ତ କରାଯାଉ ବୋଲି ନେଇ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଦାବି କରାଯାଇଛି ।

 କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଶ୍ରୀ ସତ୍ୟ ପ୍ରକାଶ ନାୟକ ସ୍ଥାନୀୟ ପୋଲିସ ପ୍ରଶାସନ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତୁ୍ୟ ଘଟଣାରେ ଯେଭଳି ତଦନ୍ତ କରୁଛି ତାହା ସନେ୍ଦହପୂର୍ଣ୍ଣ ବୋଲି ଅଭିଯୋଗ କରିଛନ୍ତି । ଏଯାବତ୍ ପୋଲିସର କାର୍ଯ୍ୟକଳାପ ଅଭିଯୁକ୍ତ ସରପଂଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କୁ ଖସାଇ ଦେବା ଓ ତଥ୍ୟ ପ୍ରମାଣକୁ ନଷ୍ଟ କଲାଭଳି ପ୍ରତୀୟ ହେଉଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । କାହିଁକି ଏଯାଏଁ ହରିଦାସପୁର ପଂଚାୟତର ସରପଂଚଙ୍କ ସ୍ୱାମୀ ରୂପେଶ ଭଦ୍ର ଓ ଅନ୍ୟ ୫ ଜଣଙ୍କୁ ପୋଲିସ ଗିରଫ ନକରି ଅଟକ ରଖିଛି ବୋଲି କହୁଛି । ସ୍ମିତାରାଣୀ ବିଶ୍ୱାଳଙ୍କ ସନେ୍ଦହଜନକ ମୃତୁ୍ୟକୁ ଯେଭଳି ଭାବରେ ଆତ୍ମହତ୍ୟାର ରୂପ ଦିଆଯାଉଛି, ଏହା ପଛରେ ଶାସକ ଦଳର ବଡ ବଡିଆ ନେତା ଓ ମାଫିଆଙ୍କର ହାତ ରହିଛି । ତେଣୁ ପୋଲିସ ଜାଣିଶୁଣି ତଦନ୍ତକୁ ପାଣିଚିଆ କରୁଛନ୍ତି ବୋଲି ଶ୍ରୀ ନାୟକ ଅଭିଯୋଗ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ନବୀନ ବାବୁ ‘ମୋ ସରକାର’ର ପ୍ରଚାର କରୁଛନ୍ତି । ସେପଟେ ରାଜ୍ୟ ସରକାରର ଜଣେ ମହିଳା ପଂଚାୟତ ବିଭାଗର ଅଧିକାରୀଙ୍କର ସନେ୍ଦହଜନକ ମୃତୁ୍ୟ ଘଟିଛି କିନ୍ତୁ ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ନୀରବ, ୫-ଟି ସଚିବ ଚୁପ୍ । ସ୍ମିତାରାଣୀ କାର୍ଯ୍ୟକରୁଥିବା ପଂଚାୟତ ବିଭାଗର ମନ୍ତ୍ରୀ ଓ ସଚିବ ମଧ୍ୟ ନିରବ । ଆଶ୍ଚର୍ଯ୍ୟର କଥା ସ୍ଥାନୀୟ ବିଧାୟକ ଓ ସାଂସଦଙ୍କର ଏଯାଏଁ ଦେଖାନାହିଁ । ରାଜ୍ୟ ମହିଳା କମିଶନ ପକ୍ଷରୁ ଏପର୍ଯ୍ୟନ୍ତ ଘଟଣା ସ୍ଥଳକୁ କୌଣସି ପ୍ରତିନିଧି ଦଳ ଗଲେ ନାହିଁ କି କମିଶନଙ୍କ ପକ୍ଷରୁ ନିଜଆଡୁ ମାମଲାକୁ ଗ୍ରହଣ କରାଯାଇନାହିଁ । ଏ ସମସ୍ତ ଘଟଣା ଦର୍ଶଉଛି ବିଜୁ ଜନତା ଦଳ ଓ ଓଡିଶା ପ୍ରଶାସନ ପକ୍ଷରୁ ଏ ଘଟଣାକୁ ରଫାଦଫା କରିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି ବୋଲି ଶ୍ରୀ ନାୟକ ଅଭିଯୋଗ କରିଛନ୍ତି । ମୃତକ ସ୍ମିତାରାଣୀ ବିଶ୍ୱାଳଙ୍କ ସ୍ୱାମୀ ଗଣମାଧ୍ୟମକୁ ଦେଇଥିବା ବିବୃତି ଏ ଅଭିଯୋଗକୁ ପ୍ରମାଣ କରୁଛି । ଗତକାଲି ସେ ଗଣମାଧ୍ୟମକୁ ସ୍ପଷ୍ଟଭାବେ କହିଛନ୍ତି ଯେ ବିଭିନ୍ନ ବେଆଇନ୍ କାର୍ଯ୍ୟ କରିବା ପାଇଁ ଏବଂ ବେଆଇନ୍ କାମକୁ ସ୍ୱୀକୃତି ଦେବାପାଇଁ ଅନେକ ସମୟରେ ତାଙ୍କ ପନôୀଙ୍କ ନିକଟକୁ ଫୋନ୍ ଆସୁଥିଲା, ଚାପ ପଡୁଥିଲା ଏବଂ ଧମକ ଚମକ ମଧ୍ୟ ଦିଆଯାଉଥିଲା । ତେଣୁ ପ୍ରଦେଶ କଂଗ୍ରେସର ସନେ୍ଦହ ଯେ ଏହା ପଛରେ ବହୁ ବଡ ବଡ ନେତା ଓ ମାଫିଆଙ୍କର ହାତ ରହିଛି । 

ପୋଲିସ ଅଟକ ରଖିଥିବା ଅଭିଯୁକ୍ତ ରୂପେଶ ଭଦ୍ର ଜଣେ ବିତଶାଳୀ ଠିକାଦାର । ସେ ଅଂଚଳରେ ଅବସ୍ଥିତ ଏକ ବିରାଟ ସିମେଂଟ କାରଖାନା ଏବଂ ରେଳବାଇରେ ତାଙ୍କର କୋଟିକୋଟି ଟଙ୍କାର ଠିକାଦାରୀ କାମ ଚାଲିଛି ବୋଲି ସାଧାରଣରେ ଚର୍ଚ୍ଚା । ତେଣୁ ପୋଲିସର ତଦନ୍ତକୁ ବାଟବଣା କରିବା ପାଇଁ ରୂପେଶ ଭଦ୍ରଙ୍କର ଅର୍ଥବଳ ଓ ବାହୁବଳ କାର୍ଯ୍ୟ କରୁଛି ବୋଲି ସାଧାରଣରେ ଅଭିଯୋଗ ହେଉଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ଏ ସମସ୍ତ ଘଟଣାକୁ ଦେଖିଲେ ରାଜ୍ୟ ପୋଲିସ ପ୍ରଶାସନର ତଦନ୍ତ ନିରପେକ୍ଷ ହେବନାହିଁ ଏବଂ ସ୍ମିତାରାଣୀ ବିଶ୍ୱାଳଙ୍କ ପରିବାରକୁ ନ୍ୟାୟ ମିଳିବ ନାହିଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ତେଣୁ ଯଦି ନବୀନ ବାବୁ ବାସ୍ତବରେ ନିରପେକ୍ଷ ତଦନ୍ତ ଚାହୁଁଛନ୍ତି ଏବଂ ଦୋଷୀଙ୍କୁ ଘଂଟ ଘୋଡାଉ ନାହାନ୍ତି ତେବେ ସିବିଆଇ ତଦନ୍ତର ନିଦେ୍ର୍ଧଶ ଦିଅନ୍ତୁ । ଏହି ସାମ୍ବାଦିକ ସମ୍ମିଳନୀରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀରୁ ଗତ ନିର୍ବାଚନରେ  କଂଗ୍ରେସ ବିଧାୟିକା ପ୍ରାର୍ଥୀନୀ ହୋଇଥିବା   ସ୍ମୃତିରେଖା ପହି ଉପସ୍ଥିତ ଥିଲେ ।

 

0
0
0
s2sdefault