ହେଡଲାଇନସ୍:

କୁନି ଓଠରେ ଖନି କଥା : ଲକ୍ଷ୍ମୀବତୀ ହେଉ ଜଗତ ଜିତା (PLS SEE VIDEO)

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଘୁ. ଉଦୟଗିରି : ଛୋଟ ପିଲାଟିଏ | ହେଲେ ତା ଧିଶକ୍ତି ଓ ସ୍ମରଣଶକ୍ତି କିନ୍ତୁ ମାନିବାକୁ ପଡିବ | ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲା ଏକ ଅଖ୍ୟାତ ପଲ୍ଲୀରେ ରହୁଥିବା ବଣମଲ୍ଲୀ ଏବେ ସମସ୍ତଙ୍କ ନଜରକୁ ଆକର୍ଷିତ କରିଛି | 

 କନ୍ଧମାଳ ଜ଼ିଲ୍ଲା ଟିକାବାଲି ବ୍ଲକ ପିକରଡ଼ି ଗ୍ରାମ ପଂଚାୟତ ବ୍ରେକା ଗ୍ରାମ ବେଣୁଧର ପ୍ରଧାନ ଏବଂ କାଞ୍ଚନ ପ୍ରଧାନଙ୍କ ତୃତୀୟ କନ୍ୟା ଲଷ୍ମୀବତୀ ପ୍ରଧାନ | ବୟସ ମାତ୍ର 4 ବର୍ଷ 4ମାସ | ପଢୁଛି ଗାଁ ଅଙ୍ଗନବାଡ଼ିରେ | ଅଙ୍ଗନବାଡି ତାଙ୍କୁ ପଢ଼ାଯାଉଥବା ଦିଦିଙ୍କ ନାମ ଭିକ୍ଟୋରିଆ ପ୍ରଧାନ | ଏହି ଛୋଟ ଶିଶୁ ଯାହା ସବୁ ସାଧାରଣ ଜ୍ଞାନ କହୁଛି ଯାହା ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି| ଲଷ୍ମୀବତୀ ପ୍ରଧାନ କନ୍ଧମାଳର ଗୌରବ କହିଲେ ଅତ୍ୟୁକ୍ତ ହେବ ନାହିଁ | ଏଇ ବଣମଲ୍ଲୀଟି ବଣମଲ୍ଲୀ ହୋଇ ରହି ନଯାଉ, ତାର ବାସନା ସହରକୁ ବିଚ୍ଛୁରି ଯାଉ | ଏଇଆ ଆମ ଶୁଭେଚ୍ଛା |  ଆମ ପ୍ରତିନିଧି ଗଗନ ପ୍ରଧାନ ଏହି ଛୋଟ ଶିଶୁଙ୍କୁ ଭେଟି ଥିଲେ | ଦେଖନ୍ତୁ ଭିଡିଓ

0
0
0
s2sdefault