ହେଡଲାଇନସ୍:

ସରିଲା ଛତରଯାତ୍ରା,ରକ୍ତ ଛିଟାରେ ଭିଜିଲା ସୁନାବେଡା ଶକ୍ତିପୀଠ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କୋମନା ରୁ ଭାଗିରଥି ଭୋଇ- ନୂଆପଡା ଜିଲା କୋମନା ବ୍ଲକ ସୁନାବେଡା ଅଭୟାରଣ୍ୟର ଅଧିଷ୍ଠାତ୍ରୀ ଦେବୀ ମା ସୁନାଦେଇଙ୍କ  ଛତରଯାତ୍ରା ସମ୍ପନ୍ନ ହୋଇଛି । ଶହ ଶହ ବୋଦା ବଳିରେ ଭିଜିଛି ମାଙ୍କ ଗଡ । ଏଥର ମାଙ୍କ ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଛତିଶଗଡ,ବଲାଙ୍ଗୀର,ବରଗଡ,ସମ୍ବଳପୁର ରୁ ଲୋକଙ୍କ ଭିଡ ଜମିଥିଲା ।ଲୋକେ ପାହାଡିଆ ରାସ୍ତା ଦେଇ ପୀଠ ରେ ପହଞ୍ଚିଥିଲେ ।ସୁନାଦେଇଙ୍କୁ ପାଟମୁକୁଟ ପିନ୍ଧାଇ ଶୃଙ୍ଗାର କରାଯାଇଥିଲା । ଲିଙ୍ଗଭଟାସ୍ଥିତ ଲିଙ୍ଗରେ ରିତିନୀତି ଅନୁଯାୟୀ ପୂଜାର୍ଚନା ହେବା ପରେ ବୁଦା ବଳି ଆରମ୍ଭ ହୋଇଥିଲା । ଶହ ଶହ ବୁଦାବଳି ରେ ଭିଜିଥିଲା ମାଙ୍କ ଶକ୍ତିପୀଠ । ଛତରଯାତ୍ରାରେ ବାହାରି ରାସ୍ତା ସାରା ଭକ୍ତଙ୍କୁ ଦର୍ଶନ ଦେଇଥିବା ବେଲେ ଚକୋଟିଆ ଭୁଞ୍ଜିଆ ର ଲୋକେ ନିଜ ପରମ୍ପରା ଅନୁଯାୟୀ ଆରାଧନା କରିଥିଲେ । ସୁନାବେଡା ଝାଙ୍କରଙ୍କ ଅନୁଯାୟୀ-ଏ ହେଉଛି ବିଶ୍ଵାସ ର ପର୍ବ ଲୋକେ ଅନେକ ସମସ୍ୟା ନେଇ ଆସିଥାନ୍ତି ଓ ମାଙ୍କ ପାଖରେ ଗୁହାରି କଲେ ତାର ସମାଧାନ ହୋଇଥାଏ,ସେଥି ପାଇଁ ଅନେକ ଦୂ୍ରରୁ ଏଠାକୁ ଆସୁଛନ୍ତି ।ରାସ୍ତା ରେ ଲୋକେ ଅଧିଆ ପଡିବା ସହ ବୋଦାବଳି ଦେଇଥିଲେ । ମନ୍ଦିର ପ୍ରବେଶ କରିବା ପରେ ଯାତ୍ରା ସମ୍ପନ୍ନ ହୋଇଥିଲା । ପୀଠରେ ଟ୍ରାଫିକ ନିୟନ୍ତ୍ରଣ ନ ଥିବାରୁ ବଜାର ଛକରେ ଦୀର୍ଘ ଘଣ୍ଟାଏ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା ପରେ ଜବାନମାନେ ଆସି ଟ୍ରାଫିକ ନିୟନ୍ତ୍ରଣ କରିଥିଲେ । ବଜାର ସାଙ୍ଗକୁ ଅନ୍ନଛତ୍ର ର ମଜାନେଇଥିଲେ ଲୋକେ । ରାତିରେ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ ହୋଇଥିଲା ।ଏବେ ସମସ୍ତଙ୍କ ମନରେ ଗୋଟିଏ ଆଶା ।ମାଙ୍କ ପାଖରେ କରିଥିବା ଗୁହାରୀ ସଫଳ ହେବ ଓ ପୁଣିଥରେ ଛତର ଯାତ୍ରାରେ ଆସିବେ ।

0
0
0
s2sdefault