ହେଡଲାଇନସ୍:

ଜିଲ୍ଲାପାଳଙ୍କୁ ପରିବହନ ସଚିବ ଲେଖିଲେ ଚିଠି : ସଚେତନତା ସୃଷ୍ଟି ଵ୍ୟାପକ କର

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ମୋଟର ଯାନ ଆଇନ ଅନୁପାଳନ ଓ ସଡ଼କ ସୁରକ୍ଷା ଉପରେ ବ୍ୟାପକ ସଚେତନତା ପାଇଁ ପଦକ୍ଷେପ

କୋହଳ ସମୟରେ ସବୁ ଜିଲ୍ଲାରେ ହେବ ଶିବିର, କର୍ମଶାଳା ଓ ସଚେତନତା ଅଭିଯାନ

ଭୁବନେଶ୍ୱର(ଶାସକ ପ୍ରଶାସକ) : ସଡ଼କ ନିରାପତ୍ତା ଓ ନୂତନ ମୋଟର ଯାନ ଆଇନର ସଫଳ କାର୍ଯ୍ୟକାରିତା ପାଇଁ ଜିଲ୍ଲାସ୍ତରରୁ ସଚେତନତା ଅଭିଯାନକୁ ବ୍ୟାପକ କରିବା ନିମନ୍ତେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛିା ରାଜ୍ୟର ପରିବହନ ଜିଲ୍ଲାଗୁଡ଼ିକରେ ଏହି ଅଭିଯାନକୁ ସଶକ୍ତ କରାଯାଇଛିା ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଜି. ଶ୍ରୀନିବାସ ଜିଲ୍ଲାପାଳମାନଙ୍କୁ ଏହି ମର୍ମରେ ପତ୍ର ଲେଖିଛନ୍ତିା

ଗତ ସେପ୍ଟେମ୍ବର  ପହିଲାରୁ ମୋଟର ଯାନ (ସଂଶୋଧନ) ଆଇନ, ୨୦୧୯ ରାଜ୍ୟରେ କାର୍ଯ୍ୟକାରୀ ହୋଇଛିା ଇତି ମଧ୍ୟରେ ସମସ୍ତ ଯାନଚାଳକ/ମାଲିକମାନଙ୍କୁ କାଗଜାତ୍ ନବୀକରଣ କରିବା ପାଇଁ ରାଜ୍ୟ ସରକାର ତିନିମାସ ସମୟ ଦିଆଯାଇଛିା ଏହା ବ୍ୟତୀତ ଲର୍ଣ୍ଣର ଲାଇସେନ୍ସ, ଡ୍ରାଇଭିଂ ଲାଇସେନ୍ସ, ଡ୍ରାଇଭିଂ ଲାଇସେନ୍ସ ଓ ଫିଟନେସ  ପ୍ରମାଣପତ୍ରର ନବୀକରଣ ଇତ୍ୟାଦି ପାଇଁ ପରିବହନ ବିଭାଗ ଅନ୍ଲାଇନ୍ ସେବା ଆରମ୍ଭ କରିଛିା ଏହି ପ୍ରକ୍ରିୟାକୁ ବ୍ୟାପକ କରିବା ନିମନ୍ତେ ବିଭିନ୍ନ ସୁବିଧା କେନ୍ଦ୍ର, ଅତିରିକ୍ତ କାଉଣ୍ଟର ତଥା ଶିବିରମାନ ଆୟୋଜନ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ପ୍ରମୁଖ ଶାସନ ସଚିବ ପରାମର୍ଶ ଦେଇଛନ୍ତିା ବିଶେଷ କରି ଆରଟିଓ  ଅଫିସ୍ ତଥା ଅନ୍ୟ ସ୍ଥାନଗୁଡ଼ିକୁ ଦଲାଲମାନଙ୍କ କବଳରୁ ମୁକ୍ତ କରିବା ପାଇଁ ବିଶେଷ ଦୃଷ୍ଟି ଦିଆଯାଇଛିା

ଜିଲ୍ଲାସ୍ତରରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ଗଠନ ଓ ବୈଠକ ଆହ୍ୱାନ ସାଙ୍ଗକୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ସଚେତନତା ଶିବିର ଆୟୋଜନ, ସଚେତନତା କାର୍ଯ୍ୟକ୍ରମରେ ସ୍ଵେଛାସେବୀ ଅନୁଷ୍ଠାନଗୁଡ଼ିକର ସହଯୋଗ, ସହରାଞ୍ଚଳରେ ଶିକ୍ଷାନୁଷ୍ଠାନ ଓ ଗୋଷ୍ଠୀକେନ୍ଦ୍ର ତଥା ଅନ୍ୟାନ୍ୟ ପ୍ରମୁଖ ସ୍ଥାନଗୁଡ଼ିକରେ ଲର୍ଣ୍ଣର ଲାଇସେନ୍ସ ଦେବା ପାଇଁ କାଉଣ୍ଟର ଖୋଲିବା ନିମନ୍ତେ ପରାମର୍ଶ ଦିଆଯାଇଛିା ନବୀକରଣ, ନୂତନ ପଞ୍ଜୀକରଣ ଏବଂ ପାଲ୍ୟୁସନ ସାର୍ଟିଫିକେଟ୍ ପାଇଁ ଦର ତାଲିକା ପ୍ରଦର୍ଶନ, ଦଲାଲଙ୍କ କବଳରୁ ମୁକ୍ତ ହେବା ଲକ୍ଷ୍ୟରେ ହେଲପ୍ ଲାଇନ୍ ପ୍ରତିଷ୍ଠା, ସର୍ବସାଧାରଣ ସ୍ଥାନରେ ସୂଚନା ଫଳକ ସ୍ଥାପନ ଏବଂ ଜିଲ୍ଲାସ୍ତରରେ ଆଲୋଚନା ଚକ୍ର ତଥା ପ୍ରତିଯୋଗିତା ଇତ୍ୟାଦି ଆୟୋଜନ ଏସବୁର ଅନ୍ତର୍ଭୁକ୍ତା ଏଥି ନିମନ୍ତେ "କ', "ଖ' ଓ "ଗ' ଶ୍ରେଣୀଭୁକ୍ତ ପରିବହନ ଅଞ୍ଚଳଗୁଡ଼ିକୁ ଯଥାକ୍ରମେ ୧୦ ଲକ୍ଷ, ୭.୫ ଲକ୍ଷ ଓ ୫ ଲକ୍ଷ ଟଙ୍କା ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛିା ସଂପୃକ୍ତ ଅଞ୍ଚଳର ପରୀବହନ ଅଧିକାରୀମାନଙ୍କୁ ଏହି ଟଙ୍କା ଓଡ଼ିଶା ରାଜ୍ୟ ସଡ଼କ ସୁରକ୍ଷା ସମିତି ପାଣ୍ଠିରୁ ପ୍ରଦାନ କରାଯିବା ବାଲେଶ୍ୱର, ଭୁବନେଶ୍ୱର-୧ ଓ ୨, କଟକ, ଗଞ୍ଜାମ, ମୟୂରଭଞ୍ଜ, ରାଉରକେଲା, ବରଗଡ଼, ଭଦ୍ରକକୁ "କ' ଶ୍ରେଣୀଭୁକ୍ତ କରାଯାଇଥିବାବେଳେ ଅନୁଗୋଳ, ବଲାଙ୍ଗୀର, ଚଣ୍ଡିଖୋଲ, ଢେଙ୍କାନାଳ, ଝାରସୁଗୁଡ଼ା, ଯାଜପୁର, ଜଗତସିଂହପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, କେନ୍ଦୁଝର, କୋରାପୁଟ, ନୟାଗଡ଼, ପୁରୀ, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼କୁ "ଖ' ଶ୍ରେଣୀଭୁକ୍ତ କରାଯାଇଛିା ସେହିପରି ଭଞ୍ଜନଗର, ବୌଦ୍ଧ, ଦେବଗଡ଼, ଗଜପତି, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ଫୁଲବାଣୀ, ସୋନପୁର ଓ ତାଳଚେରକୁ "ଗ' ଶ୍ରେଣୀଭୁକ୍ତ କରାଯାଇଛିା 

0
0
0
s2sdefault