ହେଡଲାଇନସ୍:

ମାନବ ଚାଲାଣ ରୋକିବା ଦିଗରେ ନୂଆପଡା ପୋଲିସର କଠୋର ପଦକ୍ଷେପ : ୧୬ ଜଣ ଦାଦନ ସର୍ଦ୍ଦାର ଗିରଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡା. {ଅମିତ ପୁରୋହିତ); ମାନବ ଚାଲାଣ ରୋକିବା ପାଇଁ ଡି.ଜି.ପିଙ୍କ ନିର୍ଦ୍ଦେଶ କ୍ରମେ ଆଜି ନୂଆପଡା ପୋଲିସ ଜିଲ୍ଲାର ବିଭିନ୍ନ ଜାଗାରେ ଚଢଉ କରି ୧୬ ଜଣ ଦାଦନ ସର୍ଦ୍ଦାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଯୋଗ୍ୟ ଯେ ରାଜ୍ୟ ଓ ରାଜ୍ୟ ବାହାରକୁ ମାନବ ଚାଲାଣ କରିବାରେ ସକ୍ରିୟ ଥିବା ଦଲାଲ ଓ ଦାଦନ ସର୍ଦ୍ଦାରଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଏକ ସ୍ପେସାଲ ଡ୍ରାଇଭ ଆରମ୍ଭ ହୋଇଛି । ବେଆଇନ ଶ୍ରମିକ ଚାଲାଣ ରୋକିବା ପାଇଁ ସମସ୍ତ ଥାନା ଗୁଡିକୁ ଆଲର୍ଟ କରାଯାଇଛି । ଶୁକ୍ରବାର ବିଳମ୍ବିତ ରାତ୍ରିରେ ନୂଆପଡା ଏସ୍.ପି ବିନିତ ଅଗ୍ରୱାଲଙ୍କ ତତ୍ତ୍ୱାବଧାନରେ ପୋଲିସ ଏକକାଳୀନ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଚଢଉ କରି ୧୬ ଜଣ ଦାଦନ ସର୍ଦ୍ଦାରଙ୍କୁ ଗିରଫ କରିଛି । ଏଥିରେ ଜୋଙ୍କ ଥାନା ଅଞ୍ଚଳରୁ ୫ ଜଣ, କୋମନାରୁ ୨ ଜଣ, ଖଡିଆଳରୁ ୩ ଜଣ, ସିନାପାଲିରୁ ୨ ଜଣ, ଓ ବୋଡେନରୁ  ଜଣେ ଦାଦନ ସର୍ଦ୍ଦାର ଙ୍କୁ ଗିରଫ କରିଥିବା ଏସ୍.ପି ଶ୍ରୀ ଅଗ୍ରୱାଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।    

 

0
0
0
s2sdefault