ହେଡଲାଇନସ୍:

ବିଜେପୁର ଉପନିର୍ବାଚନ : ପଦ୍ମ ପାଇଁ ଅଡୁଆ ହେବେ କି ଅଶୋକ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମସ୍ତ ଙ୍କର ନଜର କେଉଁ ଆଡକୁ ଢଳିବେ ଅଶୋକ

ବରଗଡ :- ବିଜେପୁର ଉପନିର୍ବାଚନ ପାଇଁ ସମସ୍ତ ଦଲୀୟ ପ୍ରାର୍ଥୀ ନିଜ ନିଜର ଷ୍ଟାର ପ୍ରଚାରକ ଙ୍କର ସହିତ ଜୋରସୋରରେ ପ୍ରଚାର କରୁଥିବା ବେଳେ ଗତକାଲି ପୂର୍ବତନ ବିଧାୟକ ଶ୍ରୀ ଅଶୋକ ପାଣିଗ୍ରାହୀ ଭାରତୀୟ ଜନତା ପାର୍ଟି ର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ପ୍ରଦାନ କରିଥିବା ଘଟଣା ଏବେ ଅଂଚଳରେ ଆଲୋଚନା ର ବିଷୟ ପାଲଟିଛି । ଗତ କିଛିଦିନ ହେଲା ଅଶୋକ ବାରମ୍ବାର ଗଣମାଧ୍ୟମ ଆଗରେ ଦଳ ତାଙ୍କୁ ଓ ତାଙ୍କର କର୍ମୀ ମାନଙ୍କୁ ଅଣଦେଖା କରୁଥିବା କଥା କହିଆସୁଥିଲେ । ଯାହାର ଗୋଟେ ଛୋଟ ଝଲକ ମଧ୍ୟ ଦେଖିବାକୁ ମିଳିଥିଲା ଗତ 11 ତାରିଖ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କର ପ୍ରଚାର ସମୟରେ । ଦଲୀୟ ପ୍ରାର୍ଥୀ ଶ୍ରୀ ସନତ ଗଡ଼ତିଆ ଙ୍କର ପାଇଁ ପ୍ରଚାର ରେ ଆସିଥିବା ମାନ୍ୟବର ମନ୍ତ୍ରୀ ଙ୍କର ସହିତ ଅଂଚଳର ତଥା ରାଜ୍ୟର ଅନେକ ନେତା ଓ ଦଲୀୟ ପଦାଧିକାରୀ ଉପସ୍ଥିତ ଥିବା ବେଳେ ଅଶୋକ ପାଣିଗ୍ରାହୀ ଗାୟବ ଥିଲେ ।ଏହି ଘଟଣା ଅଶୋକ ଙ୍କର ଅଭିଯୋଗ କୁ ବହୁ ମାତ୍ରାରେ ବଳ ପ୍ରଦାନ କରୁଥିଲା । 

      ପୂର୍ବତନ ବିଧାୟକ ଶ୍ରୀ ଅଶୋକ ପାଣିଗ୍ରାହୀ ଠିକ ଉପ ନିର୍ବାଚନର ଏକ ସପ୍ତାହ ପୂର୍ବରୁ ଦଳ ତ୍ୟାଗ କରିବା ଅନେକ ପ୍ରଶ୍ନବାଚି ସୃଷ୍ଟି କରୁଛି । 2000 ମସିହାରେ ବିଜୁ ଜନତା ଦଳର ଦଲୀୟ ପ୍ରାର୍ଥୀ ଭାବରେ ବିଜେପୁର ରୁ ନିର୍ବାଚନ ଲଢ଼ି ବିଧାୟକ ହେଇଥିବା ଶ୍ରୀ ପାଣିଗ୍ରାହୀ 2014 ମସିହା ସାଧାରଣ ନିର୍ବାଚନରେ ବିଜେପୁର ରୁ  ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ଓ ପରାଜିତ ମଧ୍ୟ ହେଇଥିଲେ । ଏହାପରେ ସେ 18 ଉପନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ରେ ଯୋଗ ଦେଇ ବିଜୁ ଜନତା ଦଳର ପ୍ରାର୍ଥୀ ଶ୍ରୀମତୀ ରୀତା ସାହୁ ଙ୍କର ଠାରୁ ପରାଜିତ ମଧ୍ୟ ହେଇଥିଲେ । ଗତ ସାଧାରଣ ନିର୍ବାଚନରେ ସେ ପାର୍ଟିର ଦମଦାର ଦବେଦାର ଥିବା ସତ୍ତ୍ୱେ ପାର୍ଟି ସନତ ଙ୍କୁ ଟିକେଟ ପ୍ରଦାନ କରିବା ଅଶୋକ ଙ୍କର ପାଇଁ ଶକ୍ତ ଧକ୍କା ଥିଲା । କେବଳ ଟିକେଟ କଥା ନୁହଁ ଅଶୋକ ଙ୍କର କହିବା ମୁତାବକ ଦଳ ତାଙ୍କୁ କିମ୍ବା ତାଙ୍କର କର୍ମୀ ମାନଙ୍କୁ ସାଧାରଣ ନିର୍ବାଚନ ରେ କୋଣସି ଦାଇତ୍ୱ ମଧ୍ୟ ଦେଇନଥିଲେ । ଏଥର ମଧ୍ୟ ସମାନ ଅବସ୍ଥା । ଏଥିପାଇଁ ତାଂକର କର୍ମୀ ଓ ସହଯୋଗୀ ମାନେ ତାଙ୍କୁ ବିଜେପି ରୁ ଇସ୍ତଫା ଦେବା ପାଇଁ ବାଧ୍ୟ କଲେ ବୋଲି ଅଶୋକ କଥିବା ସହିତ ବିଜେପି ଅଲଗ ଦଳରୁ ଆସିଥିବା ନେତା ମାନଙ୍କୁ ବ୍ୟବହାର କରି ଫିଙ୍ଗି ଦେଉଥିବା କଥା ମଧ୍ୟ କହିଛନ୍ତି । 

      ନିର୍ବାଚନ ସରିବା ପର୍ଯନ୍ତ ସେ ଅନ୍ୟ କୋଣସି ଦଳକୁ ଯିବେ ନାହିଁ ବୋଲି କହିଛନ୍ତି ଏହା ସତ କିନ୍ତୁ ସେ ଓ ତାଙ୍କର କର୍ମୀ କାହାକୁ ସମ୍ମର୍ଥନ କରିବେ ତାହା ଏବେବି ରହସ୍ୟ । ଯଦିଓ ସେ ପୂର୍ବରୁ କହିସାରିଛନ୍ତି ଯେ ବିଜେଡି ତାଙ୍କୁ ଏକ ସ୍ଵତନ୍ତ୍ର ପରିଚୟ ଦେଇଛି ,ଏହା ସହିତ ତାଙ୍କ ସମ୍ମର୍ଥକ ମାନେ ଚର୍ଚ୍ଚା ଚଳାଇଛନ୍ତି ଯେ ସେ ପୁଣି ବିଜୁ ଜନତା ଦଳକୁ ପ୍ରତ୍ୟାବର୍ତ୍ତନ କରିବେ । ଏବେ ଦେଖିବାକୁ ବାକି ରହିଲା ଯେ ନିଜ ପୁରୁଣା ଘରକୁ କେବେ ଓ କିଭଳି ଭାବରେ ଫେରିବେ  ନା ଆଉ କିଛି ବାଟ ବାହାର କରିବେ । ଅଶାନ୍ତ 17 ଓ 18 ତାରିଖ ମୁଖ୍ୟମନ୍ତ୍ରୀ ଙ୍କର ବିଜେପୁର ଗସ୍ତ ଥିବା କାରଣରୁ ଏବେ ଅଶୋକଙ୍କୁ ନେଇ ଏବେ ଅଂଚଳ ବାସୀଙ୍କ ଭିତରେ ଅନେକ ପ୍ରଶ୍ନ ।ରାଜନୀତି ରେ ସବୁ କିଛି ସମ୍ଭବ ଦେଖିବାକୁ ବାକି ରହିଲା ଅଶୋକ କାହା ସପକ୍ଷରେ ଯିବେ ଓ କଣ କରିବେ ।

 

0
0
0
s2sdefault