ହେଡଲାଇନସ୍:

ପାଣ୍ଡିଆନଙ୍କୁ ଖୋଲା ଚିଠି ଲେଖିଲେ ରାଉରକେଲାର ପୂର୍ବତନ ବିଜେଡି ପୌରାଧ୍ୟକ୍ଷ୍ୟା  ରଶ୍ମୀ ମିଶ୍ର ! 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କହିଲେ "ରାଉରକେଲା ସ୍ମାର୍ଟ ସିଟି ସମସ୍ୟା ଜଟିଳ, ଶୁଣିବାକୁ କେହି ନାହାନ୍ତି" 

ରାଉରକେଲା/ ସୁନ୍ଦରଗଡ (ହୋରାଚାନ୍ଦ ଦେଉରିଆ)  : ୫-ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କାର୍ତ୍ତିକେୟନ ଭି ପାଣ୍ଡିଆନଙ୍କୁ କ୍ଷୋଭଭରା ଚଠି ଲେଖିଛନ୍ତି ଦଳର ପୁରୁଣା ନେତ୍ରୀ ରଶ୍ମୀବାଳା ମିଶ୍ର | ଆଉ ମୁହଁ ଖୋଲିବାର ସାହସ କରିଛନ୍ତି ରାଉରକେଲାରେ ସ୍ମାର୍ଟ ସିଟି ନାଁରେ ଚାଲିଥିବା ଅବ୍ୟବସ୍ଥା ବିଷୟରେ | ଆଉ ବତାଇବାକୁ ଚାହିଁଛନ୍ତି ଯେ ରାଉରକେଲାରେ କିଛି ଠିକ ଚାଲିନି | ପୂର୍ବରୁ ବିଜେଡି ନଗର ସଭାପତି, ନିର୍ବାଚନ ସମୟରେ ସୁନ୍ଦରଗଡ ଜିଲ୍ଲା କୋ ଅବଜର୍ଭର ତଥା ଏସଏଚଜି କୋର୍ଡିନେଟର ରହି ଆସିଥିବା ସର୍ବୋପରି ୨୦୦୮ରୁ ୨୦୧୩ ପର୍ଯ୍ୟନ୍ତ ରାଉରକେଲା ମୁନିସିପାଲିଟିର ପୌରାଧ୍ୟକ୍ଷା ଥବା ରଶ୍ମୀବାଳା ଗତକାଲି ଲେଖିଥିବା ଖୋଲା ଚିଠି ମାଧ୍ୟମରେ ସରକାରଙ୍କୁ ବା ଯାହା କହିବାକୁ ଚାହିଁଛନ୍ତି ତାହାକୁ ଏଇଠି ଉପସ୍ଥାପିତ କରୁଛୁ | ବୋଧହୁଏ ଦଳର ଜଣେ ସକ୍ରିୟ ତଥା ବରିଷ୍ଠ ନେତ୍ରୀ ଭାବେ ରଶ୍ମୀବାଳା ବୋଧ ହୁଏ ପଥମ ନେତା ବା ନେତ୍ରୀ ଯେ କି ସିଧା ସଳଖ ଶ୍ରୀ ପାଣ୍ଡିଆନଙ୍କୁ ଲେଖିଛନ୍ତି ଖୋଲା ଚିଠି | ହେଲେ ଏହାକୁ ଦଳ ବା ସରକାର ଗଠନମୂଳକ ଭାବେ ନେଉଛନ୍ତି ନାଁ ଆଉ କିଛି ତାହା ଆଗକୁ ଜଣାପଡିବ | 

0
0
0
s2sdefault