ଲୋକଙ୍କ ନିଦ ହଜାଇ ଦେଲାଣି ଫ୍ଲାଏ ଆସ ପାଉଁଶ
ଦଲାଲ ବେପାରୀ ମୁନାଫା କମାନ୍ତି, ଉଜୁଡି ଯାଉଛି ଚାଷବାସ
ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ :-ସୁନ୍ଦରଗଡ଼ ତଥା ଆଖପାଖ ଅଞ୍ଚଳରେ ଅଧିବାସୀ ମାନଙ୍କର ମୁଖ୍ୟ ଜୀବିକା ହେଉଛି ଚାଷ | କିନ୍ତୁ ଗତକିଛି ମାସ ହେବ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ କଳ କାରଖାନାରୁ ବାହାରୁ ଥିବା ପାଉଁଶ ଗୁଣ୍ଡକୁ କିଛି ପରିବହନ କମ୍ପାନୀ ସୁନ୍ଦରଗଡ଼ ଜିଲ୍ଲାର ଆଖପାଖ ଅଞ୍ଚଳରେ ଆଣି ପକାଉଥିବାରୁ ଏହି ପାଉଁଶ ଗୁଣ୍ଡ ବିଭିନ୍ନ ଚାଷ ଜମିରେ ମାଡିଯିବା ଫଳରେ ଉର୍ବର ଜମିନଷ୍ଟ ହେବା ସହିତ ସାଧାରଣ ନିରୀହ ଗ୍ରାମବାସୀଙ୍କ ଚାଷ ଭଳି ଜୀବିକାକୁ ହରାଉଛନ୍ତି | ଏହା ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ବି ପ୍ରତିକୂଲ ପ୍ରଭାବ ପକାଉଛି | ଏଥିପ୍ରତି ଯେତେ ପ୍ରକାର ଅଭିଯୋଗ କଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କର୍ଣ୍ଣପାତ ମଧ୍ୟ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି | ଏଇକିଛି ଦିନହେବ ଅଭିଯୋଗ ଅନୁସାରେ ଝାରସୁଗୁଡ଼ା ଜିଲ୍ଲାର କଲ୍ୟାଣି ଟ୍ରାନ୍ସପୋର୍ଟ,ଏହି( ଫ୍ଲାଏ ଆସ )ପରିବହନ କାମ ନେଇଛି, ସେ କୁଣ୍ଡୁକେଲା ଗ୍ରାମରେ ଗୋଟିଏ ସ୍ଥାନରେ ଏହାକୁ ପକାଉଛି ଏହା ବର୍ଷାପାଣିରେ ଧୋଇ ବୋହିଯାଇ ଗ୍ରାମର, ଶ୍ରୀକାନ୍ତ ପଟେଲ, ମୀନକେତନ ନାଏକ, ସୁକେଶ ପଟେଲ ଙ୍କ ଭଳି ଅନ୍ୟାନ୍ୟ ଲୋକଙ୍କ ଚାଷ ଜମିରେ ମାଡ଼ିଯାଇଛି, ଗ୍ରାମବାସୀ ମାନଙ୍କର ଅଭିଯୋଗ ଅନୁସାରେ ଏହି ଜମି ଉପରେ ବର୍ତ୍ତମାନ ଚାଷ କରିବା ସମ୍ଭବ ନୁହେଁ | ଏହି ପାଉଁଶ ଗୁଣ୍ଡ ପକାଇବା ପ୍ରକ୍ରିୟା କୁ ବନ୍ଦ କରାନଗଲେ ଅନ୍ୟ ଜମିକୁ ମାଡିଯିବାର ସମ୍ଭାବନା କୁ ଆଡ଼େଇବା ସମ୍ଭବ ନୁହେଁ, ହେଲେ ପ୍ରଶାସନ ପାଖରେ ଯେତେ ଗୁହାରୀ କଲେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉନଥିବା ଚର୍ଚ୍ଚା ହେଉଛି | ଗ୍ରାମବାସୀ ସୂଚନା ଆଇନ ବଳରେ କିଏ ଏହାର ଅନୁମତି ଦେଲା ତାହା ଆବେଦନ ମଧ୍ୟ କରିଛନ୍ତି ! ବାହାର ଜିଲ୍ଲାରେ କିଛି ଅସାଧୁ ବ୍ୟବସାୟୀ ସ୍ଥାନୀୟ ଦଲାଲ ଏବଂ କିଛି ପ୍ରଶାସନିକ ଅଧିକାରୀ ଙ୍କ ଅସାଧୁ ମେଣ୍ଟ ଲାଗି ନୀରିହ ଗ୍ରାମବାସୀ ନିଜର ଜୀବିକା ହରାଇବାକୁ ବସିଛନ୍ତି ବୋଲି ଶୁଣିବାକୁ ମିଳୁଛି !! ହେଲେ ଗ୍ରାମବାସୀ ଙ୍କ କହିବା ଅନୁଯାୟୀ ଯଦି ପ୍ରଶାସନ ଏଥିପ୍ରତି ଗୁରୁତ୍ୱପୂର୍ଣ୍ଣ ଭାବେ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଗ୍ରାମବାସୀ ମାନେ ଏକବିଶାଳ ଆନ୍ଦୋଳନ କରିବା ପାଇଁ ସଜବାଜ ହେଉଥିବା କହିଛନ୍ତି !!