ଭୁବନେଶ୍ୱର, (ଶାସକ ପ୍ରଶାସକ): ରାଜ୍ୟପାଳଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନକୁ ବ୍ୟବସ୍ଥିତ କରିବା ଲକ୍ଷ୍ୟରେ ପ୍ରସ୍ତୁତ ‘ରାଜଭବନ ପ୍ରୋଗ୍ରାମ ମ୍ୟାନେଜମେଂଟ୍’ ସଫ୍ଟୱେର ଆପ୍ଲିକେଶନ ଚଳିତ ବର୍ଷ ଫେବୃଆରୀରୁ କାର୍ଯ୍ୟକାରୀ ହୋଇଛି । ଇତି ମଧ୍ୟରେ ଅନେକ ସଂସ୍ଥା ଏହାର ସଫଳ ଉପଯୋଗ କରିଛନ୍ତି । ଏହି ଆପ୍ଲିକେଶନ ମାଧ୍ୟମରେ ଇଚ୍ଛୁକ ସଂସ୍ଥାମାନେ ତାଙ୍କ କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ଉପସ୍ଥିତି ପାଇଁ ଅନଲାଇନରେ ଆବେଦନ କରିପାରିବେ । କାର୍ଯ୍ୟକ୍ରମ ଦିବସଠାରୁ ୬୦ ଦିନ ପୂର୍ବରୁ ଓ ୨୫ ଦିନ ପୂର୍ବ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରାଯାଇପାରିବ । ତେବେ ରାଜଭବନରେ ଏହା କାର୍ଯ୍ୟକ୍ରମର ୨୦ ଦିନ ଆଗରୁ ପହଂଚିବା ଦରକାର ।
ଆବେଦନକାରୀ www.rajbhavanodisha.gov.in ର ହୋମ ପେଜର ଡ଼ାହାଣ ଉପର କୋଣରେ Raj Bhavan Program Management ର ଲିଂକକୁ ଯାଇ ପ୍ରଥମେ ୟୁଜର ମାନୁଆଲ ଓ ଏସଓପିକୁ ଡ଼ାଉନଲୋଡ଼ କରି, ଆପ୍ଲିକେଶନ ବିଷୟରେ ବୁଝି, ସେହି ଅନୁସାରେ ଅନଲାଇନରେ ଆବେଦନ କରିବେ । ଆବେଦନରେ କାର୍ଯ୍ୟକ୍ରମ ଓ ସଂସ୍ଥା ସଂପର୍କିତ ଆବଶ୍ୟକ ତଥ୍ୟ ପୂରଣ କରି ପଠାଇବା ପରେ ଏହି ଆବେଦନ ପତ୍ରର ପ୍ରିଆଉଟ୍ ସଂଗ୍ରହ କରିବେ ଏବଂ ଏହି ବାରକୋଡ଼ଯୁକ୍ତ ଆବେଦନ ପତ୍ରରେ ଦସ୍ତଖତ କରି ସଂସ୍ଥାର ଲେଟର ପ୍ୟାଡ଼୍ରେ ସାଦା ଦରଖାସ୍ତ ସହ ରାଜଭବନକୁ ପଠାଇବେ । ରାଜଭବନରେ ଏହା ପ୍ରୋସେସିଂ ହୋଇ ରାଜ୍ୟପାଳଙ୍କ ଅନୁମୋଦନ ଅଥବା ଅଗ୍ରାହ୍ୟ ନିଷ୍ପି ଏସଓପିର ସମୟ ସୀମା ଅନୁସାରେ ସଂପୃକ୍ତ ସଂସ୍ଥାର କର୍ମକର୍ତ୍ତାଙ୍କୁ ମୋବାଇଲରେ ମେସେଜ ଆକାରରେ ଜଣାଇ ଦିଆଯିବ । ଏହି ଆପକୁ ବ୍ୟବହାର କରି କାର୍ଯ୍ୟକ୍ରମରେ ରାଜ୍ୟପାଳ ଯୋଗଦାନ ପାଇଁ ଆବେଦନ କରିବାକୁ ରାଜଭବନ ପକ୍ଷରୁ ଅନୁରୋଧ କରାଯାଇଛି ।
ରାଜ୍ୟ
ବିଭିନ୍ନ କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ଯୋଗଦାନ ନିମନ୍ତେ ଅନଲାଇନରେ କରିହେବ ଆବେଦନ
- Hits: 452