ହେଡଲାଇନସ୍:

"ଭାରତୀୟ ଡ଼ାକ ସେବା ଏବେ ସାଧାରଣ ଲୋକଙ୍କ ହାତମୁଠାରେ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲୀପ ମହାନ୍ତି )- ଭାରତ ସରକାରଙ୍କ ଡ଼ାକ ବିଭାଗର ବିଭିନ୍ନ କାର୍ଯ୍ୟ ଡ଼ିଜିଟାଲ ବ୍ୟବସ୍ଥା ଅନ୍ତର୍ଭୁକ୍ତ ହେବା ଦ୍ୱାରା  ଭାରତୀୟ ଡ଼ାକ ସେବା ଏବେ ସାଧାରଣ ଜନତାଙ୍କ ହାତମୁଠା ପରିସରକୁ ଆସିପାରିଛି ବୋଲି ମୟୂରଭଞ୍ଜ ଡ଼ାକ ଅଧିକ୍ଷକ ପ୍ରଭାତ ବାନାର୍ଜୀ ଡ଼ିଜିଟାଲ ଇଣ୍ଡିଆ ସପ୍ତାହ ପାଳନର ଚତୃର୍ଥ ବର୍ଷ ପୂର୍ତ୍ତି ଅବସରରେ ମୟୂରଭଞ୍ଜ ଡ଼ାକ ଡ଼ିଭିଜନ, ବାରିପଦା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମତପୋଷଣ କରିଛନ୍ତି । ସେହିପରି ସିନିୟର ମ୍ୟାନେଜର ଜଗଜିତ୍ ମହାନ୍ତ ଭାରତୀୟ ଡ଼ାକ ବିଭାଗ ଡ଼ିଜିଟାଲାଇଜେସନ ହେବା ଫଳରେ  ଆଖି ପିଛୁଳାକେ ମନିଅଡର଼୍ର ସେବା ଲୋକଙ୍କ ନିକଟରେ ପହଁଞ୍ଚିପାରୁଛି ଏବଂ ବ୍ୟାଙ୍କିଂ ସେବା ମଧ୍ୟ ଯୋଗାଇ ଦିଆଯାଉଛି । ଇଣ୍ଟର ନେଟ ଡ଼ାକ ବ୍ୟାଙ୍କିଙ୍ଗ ସେବାକୁ ଅତି ସରଳ କରାଯାଇଛି । ପୋଷ୍ଟ ଅଫିସରେ ଖାତା ଖୋଲିବା ନିମନ୍ତେ କୌଣସି ଜମାର ଆବଶ୍ୟକ ନଥିବା ବେଳେ ପ୍ରମାଣପତ୍ର ଭାବେ କେବଳ ଆଧାର କାଡର଼୍ ଓ ବ୍ୟବହାର କରୁଥିବା ମୋବାଇଲର ନମ୍ବର ଦେବାକୁ ପଡ଼ିଥାଏ । ମୋବାଇଲରେ ଏକ ଆପ ଡ଼ାଉନଲୋଡ଼ କରିବା ପରେ ଘରେ ବସି ବିଦ୍ୟୁତ ବିଲ, ବୀମା ପ୍ରିମିୟମ , ମନି ଟ୍ରାନ୍ସଫାର ଆଦି ଅତି ସହଜରେ ହୋଇପାରୁଛି ବୋଲି କହିଥିବା ବେଳେ ବାରିପଦା ମୁଖ୍ୟ ଡ଼ାକଘର ପୋଷ୍ଟ ମାଷ୍ଟର ସୁଶାନ୍ତ ଆଚାର୍ଯ୍ୟ  ନୂଆ ଭାରତ ପାଇଁ ଡ଼ିଜିଟାଲ ଆଡ଼ଭାନ୍ସମେଣ୍ଟ ଅଫ ରୁରାଲ ପୋଷ୍ଟ ଅଫିସ (ଦର୍ପଣ) ଓ ରୁରାଲ ଇନଫର୍ମେସନ ଆଣ୍ଡ କମ୍ୟୁନିକସନ  ଟେକ୍ନୋଲୋଜି ଉପରେ ଆଲୋକପାତ କରାଇଥିଲେ । ଏଥି ସହିତ ମୟୂରଭଞ୍ଜ ଗ୍ରୁପ ଲିଡ଼ର ସୌରଭ କୁମାର ପାଲ ପ୍ରୋଜେକ୍ଟର ମାଧ୍ୟମରେ ଡ଼ିଜିଟାଲ ଇଣ୍ଡିଆ ସପ୍ତାହ ପାଳନର ଉଦ୍ଦେଶ୍ୟ ସହ ଡ଼ାକ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାରିପଦା ସିଷ୍ଟମ ଆଡମିନିସ୍ଟ୍ରେଟର  ସୁଶାନ୍ତ କୁମାର ବେହେରା ଡ଼ାଖ ଘରେ ଉପଲବ୍ଧ ବିଭିନ୍ନ ସୁବିଧା ସୁଯୋଗ ଉପରେ ଆଲୋଚନା କରିବା ସଂଗେସଂଗେ ଜନସାଧାରଣ ଏହାର ସୁଯୋଗ ନେବା ପାଇଁ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଡ଼ାକ ବିଭାଗର କର୍ମଚାରୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

0
0
0
s2sdefault