ଭଦ୍ରକ(ସତ୍ୟଭୂଷଣ ସ୍ବାମୀ) : ଭଦ୍ରକ ଭିଜିଲାନ୍ସ ଟିମ୍ ଭଦ୍ରକ ସହକାରୀ ଅଗ୍ନିଶମ ଅଧିକାରୀ ସଂଗ୍ରାମ ହାଁସଦା ଲାଞ୍ଚ ନେବା ବେଳେ ଧରିଛନ୍ତି । ହାଁସଦା ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭଦ୍ରକ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ତାଙ୍କ ସହ ଫାୟାରମ୍ୟାନ ବିଭୁପ୍ରସାଦ ଜେନା ମଧ୍ୟ ଗିରଫ ହୋଇଛନ୍ତି । ପ୍ରକାଶ ଯେ ଚଳିତ ମାସ ୪ ତାରିଖରେ ଗ୍ରାମାଞ୍ଚଳ ଥାନା ସମ୍ମୁଖ RMC ମାର୍କେଟ୍ କମ୍ପ୍ଲେକ୍ସ ପରିସରରେ ଏକ ଚୂନ ଓ ବ୍ଲିଚିଂ ଗୋଦାମରେ ନିଆଁ ଲାଗି ଚୂନ ଓ ବ୍ଲିଚିଂ ନଷ୍ଟ ହୋଇଯାଇଥିଲା । ତେବେ ଏ ବାବଦରେ ବୀମା ଟଙ୍କା ପାଇବା ନିମନ୍ତେ ଆବଶ୍ୟକ ଥିବା ଫାୟାର ସାର୍ଟିଫିକେଟ ପ୍ରଦାନ ପାଇଁ ଭଦ୍ରକ ଅଗ୍ନିଶମ ସହକାରୀ ଅଧିକାରୀ ସଂଗ୍ରାମ କୁମାର ହାଁସଦା ଗୋଦାମ ମାଲିକ ଶେଖ୍ ଅବଦୁଲ ମୋଜିଦଙ୍କ ଠାରୁ ୨ ହଜାର ଟଙ୍କା ଦାବୀ କରିଥିଲେ । ଆଜି ମୋଜିଦ ଉକ୍ତ ଟଙ୍କା ଦେବା ସହିତ ଭିଜିଲାନ୍ସ ଟିମକୁ ଖବର ଦେଇଥିଲେ । ଭଦ୍ରକ ଦମକଳ କେନ୍ଦ୍ର ପରିସର କାର୍ଯ୍ୟାଳୟରେ ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଜଗି ରହିଥିବା ଭଦ୍ରକ ଭିଜିଲାନ୍ସ ଟିମ୍ ଉଭୟଙ୍କୁ ଧରିଥିଲା । ଏହି ଚଢାଉରେ ଭଦ୍ରକ ଭିଜିଲାନ୍ସ ଡିଏସ୍ପି ସଞ୍ଜୟ କୁମାର ଦାସ ମହାପାତ୍ରଙ୍କ ସମେତ ଇନ୍ସିପେକ୍ଟର ଅନିରୁଦ୍ଧ ନାୟକ, ସୁନୀଲ ଏକା ସାମିଲ ଥିଲେ । ବିଭିନ୍ନ ସମୟରେ ଏପରି ବେଆଇନ ଲାଞ୍ଚ କାରବାର ଏଠାରେ ଚାଲିଥିବା ବେଳେ ଏବେ ଧରା ପଡିଲେ ମହାଶୟ ।
ରାଜ୍ୟ
ଭଦ୍ରକ ଅଗ୍ନିଶମ ଅଧିକାରୀ ଓ ସହଯୋଗୀ ଭିଜିଲାନ୍ସ ଜାଲରେ : ୨ହଜାର ଟଙ୍କା ଲାଞ୍ଚ ନେଇ ହେଲେ ଗିରଫ୍ !
- Hits: 398