ହେଡଲାଇନସ୍:

କଠିନ ବର୍ଜ୍ୟ ବସ୍ତୁ ପରିଚାଳନା ସମ୍ପର୍କିତ କର୍ମଶାଳା ଉଦଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡା(ଅମିତ ପୁରୋହିତ); ନୂଆପଡା ଜିଲ୍ଲା ଖରିଆର ରୋଡ ସହରର ଟାଉନହଲ ଠାରେ ଏନ.ଏ.ସି ତରଫରୁ ୩ ଦିନିଆ କଠିନ ବର୍ଜ୍ୟ ବସ୍ତୁ ପରିଚାଳନା ସମ୍ପର୍କିତ କର୍ମଶାଳା ଉଦ୍ୟାପିତ ହୋଇଯାଇଛି । ଏନ.ଏ.ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବେନ୍ଦ୍ରନାଥ ମହାରଣା ଙ୍କ ଅଧ୍ୟକ୍ଷତାରେ ସ୍ଥାନିୟ ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ମୁଖ୍ୟ ଅତିଥି, ବିଶିଷ୍ଟ  ଶିକ୍ଷାବିତ ଡ. ଶିବ ପ୍ରସାଦ ବେହେରା ମୁଖ୍ୟ ବକ୍ତା, ଉପ-ଜିଲ୍ଲାପାଳ ତରଣିସେନ ନାଏକ, ସଦର ତହସିଲଦାର ମୋହନ ସାହୁ, ବିଜୁ କଳିଙ୍ଗ ସେନା ସେନା ନାୟକ ସୁରେଶ ଆଚାରି ପ୍ରମୁଖ ସମ୍ମାନୀତ ଅତିଥି ଭାବେ ମଂଚାସିନ ଥିଲେ । ସିଇଓ ଉର୍ବଶୀ ପାଣିଗ୍ରାହୀ, ଏମ.ଆଇ.ଏସ ବିକାଶ ରଞନ ପାଢୀ , ସାନିଟେସନ ଏକ୍ସପର୍ଟ  ଅମିତ ସାମଲ ପ୍ରମୁଖ ବର୍ଜ୍ୟ ବସ୍ତୁ ପରିଚାଳନା ଉପରେ ତାଲିମ ଦେଇଥିଲେ । ଏହି ୩ ଦିନ ର କାର୍ଯ୍ୟକ୍ରମରେ ସଫେଇ କର୍ମଚାରୀ ଏନ.ଏ.ସି ଅଫିସ କର୍ମଚାରୀ ତଥା ଏନ.ଏ.ସି ମହିଳା ମହା ସଂଘ ଆଦିଙ୍କୁ ତାଲିମ ଦିଆଯାଇଥିଲା । ପୋଲିଥିନ ବାହାରେ ନ ପକାଇ ତାକୁ ନିଆଁ ରେ ପୋଡି ନଷ୍ଟ କରିବା ଶୁଖିଲା ଆର୍ବଜନାକୁ ନିଳ ଓ କଂଚା ଆର୍ବଜନାକୁ ସବୁଜ ଡଷ୍ଟବିନରେ ପକାଇବା ନିୟମିତ ବ୍ୟବଧାନରେ ନାଳ ନର୍ଦ୍ଦମା  ସଫା ସୁତୁରା ରଖିବା ଘରେ ଓ ଦୋକାନରେ ଡଷ୍ଟବିନ ବ୍ୟବହାର କରିବା ଉପରେ ସଚେତନ କରାଯାଇଥିଲା । ଏନ.ଏ.ସି ର ସମସ୍ତ କର୍ମଚାରୀ ଓ କାଉନସିଲର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଖରିଆର ରୋଡ ସେବା ସମିତିର ସମାଜସେବୀ ନିଶାନ୍ତ ଡାଗା ନିଜର ମତବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault