ହେଡଲାଇନସ୍:

ବେଆଇନ ଗର୍ଭପାତ ବେଳେ କ୍ଳିନିକ ଉପରେ ଚଢାଉ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୟାଗଡ (ବିଶ୍ବଜିତ୍ ନାୟକ)

ଗତ କାଲି ମଧ୍ଯ ରାତିକେ ନୟାଗଡ ସହରର ଏକ ଲାବୋରେଟୋରି ଉପରେ ଚଢାଉ କରିଛି ଜିଲ୍ଲା ପ୍ରଶାସନର ଏକ ମିଳିତ ଟିମ । ଚଢାଉ ବେଳେ ଜଣେ ମହିଳାଙ୍କ ସହ ତାଙ୍କ ସ୍ୱାମୀଙ୍କୁ ଉଦ୍ଧାର କରି ମହିଳାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତୀ କରାଯିବା ସହ ଗର୍ଭପାତ କରାଉଥିବା ଅଭିଯୋଗରେ ସଂପୃକ୍ତ ଲାବୋରେଟୋରି ମାଲିକ ଶ୍ରୀଧର ପ୍ରଧାନକୁ ଅଟକ ରଖିଛି ପୋଲିସ । ମହିଳା ଜଣକ କଟକ ଜିଲ୍ଲା ନରସିଂହପୁର ଅଂଚଳର ହୋଇଥିବା ବେଳେ ପୂର୍ବରୁ ତାହାଙ୍କ ୨ଟି ଜାଆଁଳା ଝିଅ ଥିଲେ । ଏବେ ପୁଣିଥରେ ଗର୍ଭସ୍ଥ ସନ୍ତାନ ଝିଅ ବୋଲି ଜାଣିବା ପରେ ଗର୍ଭ ନଷ୍ଟ କରାଇବା ଆସିଥିବା କହିଛନ୍ତି । ପୋଲିସ ସଂପୃକ୍ତ ଲାବୋରେଟୋରିରେ ତାଲା ପକାଇ ଘଟଣାର ତଦନ୍ତ ଜାରି ରଖିଛି । ଏହି ସଂସ୍ଥାରେ କେବେ ଠାରୁ ଏଭଳି ବେଆଇନ କାମ ଚାଲିଥିଲା , ଘଟଣାରେ କେଉଁ ଡାକ୍ତର ସଂପୃକ୍ତ ଅଛନ୍ତି , ଏସବୁର ତଦନ୍ତ ଆଗକୁ ଅନେକ କିଛି ଗୁମର ଖୋଲିବ ବୋଲି ପ୍ରଶାସନ ଆଶା ରଖିଛି ।

0
0
0
s2sdefault